କେରଳରେ ନିପା ଭାଇରସ ଆତଙ୍କ, ସପ୍ତାହେ ଯାଏ ସ୍କୁଲ କଲେଜ ବନ୍ଦ

କେରଳ ନିପା ଭାଇରସର ସଂକ୍ରମଣ ବ୍ୟାପିବାରେ ଲାଗିଛି । ଯାହା ଏବେ ସରକାର ଓ ସାଧାରଣ ଲୋକଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଏବେ ରାଜ୍ୟ ସରକାରଙ୍କ ପକ୍ଷରୁ କେରଳରେ ସତର୍କତା ବୃଦ୍ଧି କରାଯାଇଛି। କୋଝିକୋଡ ଜିଲ୍ଲା ପ୍ରଶାସନ ପକ୍ଷରୁ ଶିକ୍ଷାନୁଷ୍ଠାନ ଓ କୋଚିଂ ସେଣ୍ଟରରକୁ ସପ୍ତାହେ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି ।

ନୂଆଦିଲ୍ଲୀ : କେରଳ ନିପା ଭାଇରସର ସଂକ୍ରମଣ ବ୍ୟାପିବାରେ ଲାଗିଛି । ଯାହା ଏବେ ସରକାର ଓ ସାଧାରଣ ଲୋକଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଅନ୍ୟ ଜଣେ ରୋଗୀଙ୍କୁ କେରଳରେ ଚିହ୍ନଟ କରାଯାଇଛି । ଏହା ସହିତ ନିପା ସଂକ୍ରମଣର ମୋଟ ମାମଲା ୬କୁ ବୃଦ୍ଧି ପାଇଛି । ନିକଟରେ ଦୁଇଜଣ ରୋଗୀଙ୍କ ନିପାରେ ମୃତ୍ୟୁ ଘଟିଛି । କେରଳର କୋଝିକୋଡ ଜିଲ୍ଲା ପ୍ରଭାବିତ ହୋଇଛି । ଅଗଷ୍ଟ ୩୦ ରେ ଏଠାରେ ଜଣେ ୪୭ ବର୍ଷୀୟ ରୋଗୀଙ୍କର ମୃତ୍ୟୁ ହୋଇଥିଲା । ଏହା ପରେ କେନ୍ଦ୍ର ସରକାର ମଧ୍ୟ ଆଲର୍ଟରେ ଅଛନ୍ତି । ଏବେ ରାଜ୍ୟ ସରକାରଙ୍କ ପକ୍ଷରୁ କେରଳରେ ସତର୍କତା ବୃଦ୍ଧି କରାଯାଇଛି। କୋଝିକୋଡ ଜିଲ୍ଲା ପ୍ରଶାସନ ପକ୍ଷରୁ ଶିକ୍ଷାନୁଷ୍ଠାନ ଓ କୋଚିଂ ସେଣ୍ଟରରକୁ ସପ୍ତାହେ ଅର୍ଥାତ ୨୪ ତାରିଖ  ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି ।

କୋଝିକୋଡରେ ପ୍ରଭାବିତ ଗ୍ରାମ ପଂଚୟତକୁ ଏକ କଂଟେନମେଂଟ ଜୋନ୍ ଘୋଷଣା କରାଯାଇଛି । ଏଯାବତ ଚିହ୍ନଟ ହୋଇଥିବା ସଂକ୍ରମିତ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ୯୫୦ ଜଣଙ୍କୁ ଚିହ୍ନଟ କରାଯାଇଛି । ସେଥିମଧ୍ୟରୁ ୨୧୩ ଜଣ ବିପଦପୂର୍ଣ୍ଣ ବର୍ଗରେ ଅଛି । ୨୮୭ ସ୍ୱାସ୍ଥ୍ୟ କର୍ମୀ ମଧ୍ୟ ଯୋଗାଯୋଗ ତାଲିକାରେ ଅଛନ୍ତି । କେରଳରେ ନିପା ଭାଇରସ ବ୍ୟାପୁଥିବା ଦେଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟ ଏକ ଉଚ୍ଚ ସ୍ତରୀୟ ବୈଠକ କରିଛି । ଏକ କେନ୍ଦ୍ରୀୟ ଟିମ୍ ଆସି ପ୍ରଭାବିତ ଜିଲ୍ଲା ବୁଲି ସମୀକ୍ଷା କରୁଛି । ଏହି ସମୟରେ, ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ ଏକ ବାୟୋସଫେଟି ଲେଭଲ୍ -୩ କଂଟେନମେଂଟ ମୋବାଇଲ୍ ଲାବୋରେଟୋରୀ ପ୍ରସ୍ତୁତ କରିଛି । ଯାହା ଜିଲ୍ଲା ସ୍ତରରେ ଏହି ସଂକ୍ରମଣର ମୁକାବିଲା କରିବାରେ ସହାୟକ ହେବ । ୨୦୧୮ ପରଠାରୁ ଏହା ଚତୁର୍ଥ ଥର ପାଇଁ ଘଟିଛି, ଯେବେ କେରଳରେ ନିପା ରୋଗ ବୃଦ୍ଧି ପାଇଛି । ରାଜ୍ୟରେ ବିଦ୍ୟାଳୟ ଓ କାର୍ଯ୍ୟାଳୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.