ବିହାର ରେଳ ଦୁର୍ଘଟଣା: କ୍ଷତିପୂରଣ ରାଶି ଘୋଷଣା କଲେ ନୀତୀଶ କୁମାର, ମୃତକଙ୍କୁ ମିଳିବ ୪ ଲକ୍ଷ ଓ ଆହତଙ୍କୁ ୫୦,୦୦୦ ଟଙ୍କା

ଓଡ଼ିଶା ଭଳି ବିହାରରେ ଭୟଙ୍କର ରେଳ ଦୁର୍ଘଟଣା। ଦିଲ୍ଲୀରୁ କାମାଖ୍ୟା ଯାଉଥିବା ଉତ୍ତର-ପୂର୍ବ ଏକ୍ସପ୍ରେସର ୬ଟି ବଗି ବୁଧବାର ରାତିରେ ବିହାରର ବକ୍ସର ଜିଲ୍ଲାର ରଘୁନାଥପୁର ଷ୍ଟେସନ ନିକଟରେ ଲାଇନଚ୍ୟୁତ ହୋଇଥିଲା। ଏହି ଦୁର୍ଘଟଣାରେ ଅତି କମ୍‌ରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି।

ଏହି ଟ୍ରେନ ଦୁର୍ଘଟଣାରେ ଆହତ ଏବଂ ମୃତ ସମସ୍ତ ଯାତ୍ରୀଙ୍କୁ କ୍ଷତିପୂରଣ ରାଶି ଘୋଷଣା କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ପ୍ରତି ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଏବଂ ଆହତମାନଙ୍କୁ ପ୍ରତ୍ୟେକଙ୍କୁ ୫୦ ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ କରାଯିବ।

କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ କହିଛନ୍ତି ଯେ ରେଲେଓ୍ଵ ତତ୍ପରତା ଦେଖାଇଛି ଏବଂ ସ୍ଥାନୀୟ ଲୋକେ ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ସମ୍ପୂର୍ଣ୍ଣ ସହଯୋଗ କରିଛନ୍ତି। ରେଲେଓ୍ଵ ସମସ୍ତ ଯାତ୍ରୀଙ୍କୁ ନିଜ ନିଜ ଗନ୍ତବ୍ୟ ସ୍ଥାନକୁ ପଠାଇଦେଇଛି। ଆହତମାନଙ୍କ ଚିକିତ୍ସା ଚାଲିଛି। ପ୍ରତ୍ୟେକଙ୍କୁ ୫୦,୦୦୦ ଟଙ୍କା ପ୍ରଦାନ କରାଯାଇଛି। ମୃତକ ୪ ଜଣଙ୍କ ମଧ୍ୟରୁ ୨ ଜଣଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏ ଦିଆଯାଇଛି। ଅବଶିଷ୍ଟ ୨ ଜଣଙ୍କ ପରିବାର ଯେବେ ଆସିବେ, ସେମାନଙ୍କୁ ରାଶି ପ୍ରଦାନ କରାଯିବ।

କହି ରଖୁଛୁ, ଏସି ଥ୍ରୀ ଟିୟର୍‌ ବିଶିଷ୍ଟ ଦୁଇଟି କୋଚ୍ ଓଲଟି ପଡିଥିବା ବେଳେ ଟ୍ରେନର ଅନେକ ବଗି ଲାଇନ୍‌ଚ୍ୟୁତ ହୋଇଥିଲା। ଏହି ଦୁର୍ଘଟଣା ରାତି ୯ଟା ୫୩ ମିନିଟ୍‌ରେ ଘଟିଥିଲା। ୨୩ କୋଚ୍ ବିଶିଷ୍ଟ ୧୨୫୦୬ ନର୍ଥ ଇଷ୍ଟ ଏକ୍ସପ୍ରେସ ବୁଧବାର ସକାଳ ୭ଟା ୪୦ରେ ଦିଲ୍ଲୀର ଆନନ୍ଦ ବିହାର ଟର୍ମିନାଲ୍ ଛାଡିଥିଲା। ପାଖାପାଖି ୩୩ ଘଣ୍ଟାର ଯାତ୍ରା ପରେ ଟ୍ରେନ୍‌ କାମାଖ୍ୟାରେ ପହଞ୍ଚିଥାଆନ୍ତା।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.