ଟ୍ରମ୍ପଙ୍କ ସହ ବିଫଳ ହେଲା ବୈଠକ, ସେଥିପାଇଁ ନିଜ ୫ ଅଧିକାରୀଙ୍କୁ ହତ୍ୟା କରିଛି ଉତ୍ତରକୋରିଆ

ଟ୍ରମ୍ପଙ୍କ ସହ ବିଫଳ ହେଲା ଶିଖର ବୈଠକ । ସେଥିପାଇଁ ନିଜ ୫ ଅଧିକାରୀଙ୍କୁ ହତ୍ୟା କରିଛି ଉତ୍ତରକୋରିଆ । ଏନେଇ ଖବର ପ୍ରକାଶ କରିଛି ଦକ୍ଷିଣ କୋରିଆର ଏକ ଗଣମାଧ୍ୟମ ।

ପ୍ରକାଶିତ ଖବର ଅନୁଯାୟୀ, ସର୍ବୋଚ୍ଚ ନେତାଙ୍କ ସହ ବିଶ୍ୱାସଘାତକତା କରିଥିବା କାରଣରୁ ହାନୋଇ ବୈଠକର କ୍ଷେତ୍ର ପ୍ରସ୍ତୁତ କରିଥିବା କିମ୍ ହାୟୋକ୍ ଚୋଲ୍ଙ୍କୁ ଫାୟାରିଙ୍ଗ୍ ସ୍କ୍ଵାଡ୍ ଦ୍ୱାରା ହତ୍ୟା କରିଛନ୍ତି କିମ୍ ଜଙ୍ଗ । ଏହା ସହ ମିରିମ୍ ବିମାନବନ୍ଦରରେ ବୈଦେଶିକ ମନ୍ତ୍ରାଳୟର ଚାରି ଜଣ ବରିଷ୍ଠ ଅଧିକାରୀଙ୍କୁ ମାର୍ଚ୍ଚ ମାସରେ ହତ୍ୟା କରାଯାଇଛି।

ଶିଖର ବୈଠକରେ ଭୁଲ୍ କରିଥିବା କାରଣରୁ କିମ୍ ଜଙ୍ଗଙ୍କର ଭାଷାନ୍ତରକାରୀ ସିନ୍ ହାଇ ୟୋଙ୍ଗ୍ଙ୍କୁ ମଧ୍ୟ ଜେଲ ପଠାଇ ଦିଆଯାଇଛି। ଟ୍ରମ୍ପ୍ ‘ନୋ ଡିଲ୍’ କହି ଟେବୁଲ୍ ଛାଡ଼ି ଚାଲିଯିବା ପରେ କିମଙ୍କ ନୂଆ ପ୍ରସ୍ତାବକୁ ସେ ଅନୁବାଦ କରିବାକୁ ଅସମର୍ଥ ହୋଇଥିଲେ ।

କିମ୍ ଜଙ୍ଗ୍ ଏବଂ ଟ୍ରମ୍ପଙ୍କ ମଧ୍ୟରେ ପ୍ୟୋଙ୍ଗୟାଙ୍ଗ୍ ପରମାଣୁ କାର‌୍ୟ୍ୟକ୍ରମ ସଂକ୍ରାନ୍ତରେ କୌଣସି ବୁଝାମଣା ହୋଇପାରିନଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.