ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଗୋଆରେ ପ୍ରବେଶ ପାଇଁ ଯାତ୍ରୀଙ୍କୁ ଦେଖାଇବାକୁ ପଡିବ କୋଭିଡ-୧୯ ସାର୍ଟିଫିକେଟ 

ଗୋଆ ସ୍ୱାସ୍ଥ୍ୟମନ୍ତ୍ରୀ ବିଶ୍ୱଜିତ ରାଣେ କହିଛନ୍ତି ଯେତେବେଳେ କେନ୍ଦ୍ର ପକ୍ଷରୁ ଲକଡାଉନ ଶେଷ ହେବା ପରେ ବିମାନ ବନ୍ଦର ଖୋଲିବ ସେହିସମୟରେ ବିନା ସ୍ୱାସ୍ଥ୍ୟ ପ୍ରମାଣପତ୍ରରେ କୌଣସି ବି ଯାତ୍ରୀ ରାଜ୍ୟରେ ପ୍ରବେଶ କରିପାରିବେ ନାହିଁ। ରାଣେଙ୍କ କହିବାନୁଯାୟୀ, ସେ ପୂର୍ବରୁ ହିଁ କେନ୍ଦ୍ରୀୟ ନାଗରିକ ଉନୟନ ମନ୍ତ୍ରାଳୟ ସାମ୍ନାରେ ଏହି ବିଷୟରେ କଥା ହେବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କୁ ପ୍ରସ୍ତାବ ଦେଇଥିଲେ। ରାଣେଙ୍କ କହିବାନୁଯାୟୀ ବିନା କୋଭିଡ-୧୯ ପ୍ରମାଣ ପତ୍ରରେ ଯାତ୍ରୀଙ୍କୁ ରାଜ୍ୟରେ ପ୍ରବେଶ କରିବା ମନା। ଯେପରି ନାଗରିକ ଉନୟନ ମନ୍ତ୍ରାଳୟ ଏହି ବିଷୟରେ ଏୟାରଲାଇନ୍ସକୁ ସୂଚିତ କରିପାରିବ।

sss

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କହିବାନୁଯାୟୀ ଇଣ୍ଡଷ୍ଟ୍ରିୟଲ ଇଷ୍ଟେଟସ ଏବଂ ରାଜ୍ୟର ସୀମାରେ ୧୦ ଟି ରେପିଡ଼ ପରୀକ୍ଷଣ ବୁଥ ଲଗାଯିବ। ଏହା ମଧ୍ୟରେ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, ରାଜ୍ୟରେ କୋଭିଡ-୧୯ ପଜେଟିଭିଙ୍କ ସଂଖ୍ୟା ଶୂନ୍ୟ ହୋଇଥିଲେ ମଧ୍ୟ ଏହି ନିୟମ ଶେଷ ହେବା ନାହିଁ। ମାହାମାରୀ ଅଧିନିୟମର ନିର୍ଦେଶକୁ ଧ୍ୟାନରେ ରଖି ଆମେ ସାର୍ବଜନିକ ସ୍ଥାନରେ ମାସ୍କ ଅନିବାର୍ଯ୍ୟ କରିବୁ।

ଏହାବ୍ୟତୀତ ରାଣେ କହିଛନ୍ତି, ସେ ସ୍ୱାସ୍ଥ୍ୟ ସଚିବଙ୍କୁ କୋଭିଡ-୧୯ର ଅନିୟମିତ ପରୀକ୍ଷଣ ପାଇଁ ଏକ ପ୍ରୋଟୋକାଲ ତିଆରି କରିବା ପାଇଁ ନିର୍ଦେଶ ଦେଇଛନ୍ତି। ଏଥିସହ କହିଛନ୍ତି, ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦର ନିୟମାବଳୀ ପାଳନ କରିବା ନେଇ ଆମକୁ ଏହା ସୁନିଶ୍ଚିତ କରିବାକୁ ହେବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.