ରୋଗୀ ପଢୁଥିଲା ହନୁମାନ୍ ଚାଳିଶା, ଆଉ ଡାକ୍ତର ମୁଣ୍ଡ ଖୋଲି ବାହାର କଲେ ଟ୍ୟୁମର

ରାଜସ୍ଥାନର ବିକାନେର୍ ଅଂଚଳରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ରୋଗୀ ନିଜର ବ୍ରେନ୍ ଟ୍ୟୁମରର ଅପରେସନ୍ ସମୟରେ ପଢୁଥିଲେ ହନୁମାନ୍ ଚାଳିଶା । ଆଉ ଏହି ସମୟରେ ଡାକ୍ତର ବାହାର କଲେ ଟ୍ୟୁମର ।

ସୂଚନା ଅନୁସାରେ , ମସ୍ତିସ୍କର ଏମିତି ସ୍ଥାନରେ ଟ୍ୟୁମର ହୋଇଥିଲା ଯେ ରୋଗୀଙ୍କୁ କଥା ହେବାକୁ କଷ୍ଟ ହେଉଥିଲା । ଏହା ଗ୍ରେଡ୍ ୨ ବ୍ରେନ୍ ଟ୍ୟୁମର ଥିଲା । ଏହି ସର୍ଜରୀ ମଧ୍ୟ କ୍ରିଟିକାଲ୍ ଥିଲା । କାରଣ ରୋଗୀର ବାକ୍ ଶକ୍ତି ଚାଲିଯାଇପାରିଥାନ୍ତା । ଏହି ଟ୍ୟୁମରକୁ ବାହାର କରିବାର ଗୋଟିଏ ବାଟ ଥିଲା ରୋଗୀକୁ ବେହୋସ୍ ନକରି ଅପରେସନ୍ କରିବା ।

ଏକଥା ଶୁଣି ପ୍ରଥମେ ରୋଗୀ ଡରିଯାଇଥିଲେ । ଏପରିକି ଅପରେସନ୍ କରିବାକୁ ମନା କରିଦେଇଥିଲେ । କିନ୍ତୁ ପରେ ରାଜି ହୋଇଥିଲେ । ଏହା ପରେ ଆରମ୍ଭ ହୋଇଥିଲା ଅପରେସନ୍ । ଏହି ସମୟରେ ଡାକ୍ତର ରୋଗୀ ସହ ହେଉଥିଲେ ଏବଂ ରୋଗୀ ଜଣକ ହନୁମାନ୍ ଚାଳିଶା ପଢୁଥିଲେ । ତେବେ ସର୍ଜରୀ କଷ୍ଟ ନହେଉ ସେଥିପାଇଁ ଆନାସ୍ଥେସିଆ ଦିଆଯାଇଥିଲା ରୋଗୀକୁ ।

ତେବେ ହନୁମାନ୍ ଚାଳିଶା ପଢିବା ଖୁବ୍ ଏହି ଅପରେସନ୍ ଖୁବ୍ ସହଜ ହୋଇଛି ବୋଲି କହିଛନ୍ତି ଡାକ୍ତର । କାରଣ ଏହା ଦ୍ବାରା ରୋଗୀର ଧ୍ୟାନ ଭଟକିନଥିବା ବେଳେ ସହଜରେ ଅପରେସନ୍ କରି ଟ୍ୟୁମର୍ ବାହାର କରିପାରିଥିଲେ ଡାକ୍ତର । ତେବେ ଅପରେସନ୍ ସମୟରେ କୌଣସି ରୋଗୀ ହନୁମାନ୍ ଚାଳିଶା ପଢିବା ଭାରତରେ ଏହା ପ୍ରଥମ ମାମଲା ।

ଦେଖନ୍ତୁ ଭିଡିଓ :

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.