ବାପା ମୁଁ ବଞ୍ଚିଛି, ନିଜ ବାପାଙ୍କ ପାଖକୁ ଭିଡିଓ କଲ୍ କରି ଏମିତି କହିଲା ମୃତ ଝିଅ

ମୃତ୍ୟୁବରଣ କରିସାରିଥିବା ଏବଂ ଅନ୍ତ୍ୟେଷ୍ଟିକ୍ରୀୟା ସରିଥିବା ଜଣେ ମହିଳା ହଠାତ୍ ଦିନେ ବାପାଙ୍କ ପାଖକୁ କଲ୍ କରି କହିଲେ ବାପା ମୁଁ ଜୀବିତ ଅଛି । ମୁଁ ବଞ୍ଚିଛି ବାପା । ତେବେ ଆସନ୍ତୁ ଆଉ ଆଶ୍ଚର୍ଯ୍ୟ ନହୋଇ ଜାଣିବା ପୂରା ଘଟଣା ବାସ୍ତବରେ କଣ ।

ବାପା ମୁଁ ବଞ୍ଚିଛି, ହଁ ବାପା ମୁଁ ଜୀବିତ ଅଛି । ନିଜ ବାପାଙ୍କ ପାଖକୁ ଭିଡିଓ କଲ୍ କରି ଏମିତି କହିଲା ମୃତ ଝିଅ । କଣ ଏହାଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଗଲେ କି? ଆଦୌ ବି ଆଶ୍ଚର୍ଯ୍ୟ ହୁଅନ୍ତୁନାହିଁ, ଆମେ ଯାହା କହୁଛୁ ଏକଦମ୍ ସତ ହିଁ କହୁଛୁ । ମୃତ୍ୟୁବରଣ କରିସାରିଥିବା ଏବଂ ଅନ୍ତ୍ୟେଷ୍ଟିକ୍ରୀୟା ସରିଥିବା ଜଣେ ମହିଳା ହଠାତ୍ ଦିନେ ବାପାଙ୍କ ପାଖକୁ କଲ୍ କରି କହିଲେ ବାପା ମୁଁ ଜୀବିତ ଅଛି । ମୁଁ ବଞ୍ଚିଛି ବାପା । ତେବେ ଆସନ୍ତୁ ଆଉ ଆଶ୍ଚର୍ଯ୍ୟ ନହୋଇ ଜାଣିବା ପୂରା ଘଟଣା ବାସ୍ତବରେ କଣ ।

ପାଟନାର ଜଣେ ମହିଳା, ଯାହାଙ୍କର ଶବଦାହ ସରିଛି ବୋଲି ବିଶ୍ବାସ କରାଯାଉଥିଲା, ସେ ଏବେ ଜୀବିତ। ମହିଳା ଜଣକ ‘ମୁଁ ବଞ୍ଚିଛି’ ବୋଲି ବାପାଙ୍କ ପାଖକୁ ଭିଡ଼ିଓ କଲ୍ କରିବା ପରେ ପରିବାର ତଥା ସ୍ଥାନୀୟ ପ୍ରଶାସନ ଏକଦମ୍ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହି ମହିଳାଙ୍କ ନାଁ ଅଂଶୁ କୁମାର । ଯିଏକି ପ୍ରାୟ ମାସେ ହେଲା ନିଖୋଜ ଥିଲେ। ପରିବାର ଲୋକ ଓ ପୋଲିସ ବ୍ୟାପକ ଖୋଜାଖୋଜି କରି ପାଇଲେ ନାହିଁ। ଇତିମଧ୍ୟରେ ପୋଲିସ ଏକ ‌ନାଳରୁ ଜଣେ ମହିଳାଙ୍କ ଶବ ପାଇଲା, ଯାହାର ମୁହଁ ଚିହ୍ନିବା ଅବସ୍ଥାରେ ନ ଥିଲା। କିନ୍ତୁ ନିଖୋଜ ଥିବା ଝିଅର ପରିବାର ଲୋକ ତା’ର ପୋଷାକକୁ ଦେଖି ଅଂଶୁ ବୋଲି ଚିହ୍ନଟ କରିଥିଲେ। ତା’ପରେ ପରିବାର ଲୋକ ଶବକୁ ଦାହ କରିବା ସହ ଶୁଦ୍ଧିକ୍ରିୟା ସମାପନ କରିଥିଲେ।

କିନ୍ତୁ ଅଂଶୁ ପ୍ରେମିକ ସହ ଘରୁ ଲୁଚି ପଳାଇ ତାଙ୍କୁ ବିବାହ କରିଛନ୍ତି। ସେହି ଏକା ଜିଲ୍ଲାରେ ସେ ‌ଏବେ ତାଙ୍କ ସ୍ବାମୀଙ୍କ ପରିବାର ସହ ରହୁଛନ୍ତି। ତେବେ ଝିଅର ଭିଡିଓ କଲରେ ଅଂଶୁ ବଞ୍ଚିଥିବା ଜଣାପଡ଼ିବା ପରେ ପୁଲିସ ସାନି ତଦନ୍ତ ଆରମ୍ଭ କରିଛି। ଅଂଶୁ ବୋଲି ଭାବି ଯେଉଁ ଶବ ପୋଡ଼ାଯାଇଥିଲା ପୁଲିସ ତା’ର ବାସ୍ତବ ପରିଚୟ ପାଇବାରେ ସଫଳ ହୋଇଛି। ଶବର ପରିଚୟ ମିଳିବା ପରେ ତା’ର ବାପାମାଆ ଫେରାର ଥିବାରୁ ଏହାକୁ ଏକ ଅନର କିଲିଂ ପୁଲିସ ବୋଲି ପୋଲିସ ଅନୁମାନ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.