ନରେନ୍ଦ୍ର ମୋଦିଙ୍କୁ ଗ୍ଲୋବାଲ ଗୋଲ୍‌କିପର ଆଓ୍ଵାର୍ଡ, ସ୍ୱଚ୍ଛତା ଅଭିଯାନର ସଫଳ ପରିଚାଳନା ପାଇଁ ମିଳିଛି ସମ୍ମାନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳିଲା ଗ୍ଲୋବାଲ ଗୋଲ୍‌କିପର ଆଓ୍ଵାର୍ଡ । ଦେଶରେ ସ୍ୱଚ୍ଛତା ଅଭିଯାନର ସଫଳ ପରିଚାଳନା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଏହି ସମ୍ମାନ ମିଳିଛି । ବିଲ୍‌ ଆଣ୍ଡ ମେଲିଣ୍ଡା ଗେଟସ୍‌ ଫାଉଣ୍ଡେସନ୍‌ ପକ୍ଷରୁ ମୋଦିଙ୍କୁ ଏହି ସମ୍ମାନ ଦିଆଯାଇଛି । ବିଲ୍‌ ଗେଟସ୍‌ ମୋଦିଙ୍କୁ ଗ୍ଲୋବାଲ ଗୋଲ୍‌କିପର ଆଓ୍ଵାର୍ଡ ପ୍ରଦାନ କରିଥିଲେ । ସମ୍ମାନ ପାଇବା ପରେ ମୋଦି କହିଛନ୍ତି, ଏହା କୋଟି କୋଟି ଭାରତୀୟଙ୍କ ସମ୍ମାନ । ଯେଉଁମାନେ ସ୍ୱଚ୍ଛତାକୁ ଏକ ନିଷ୍ଠା ଭାବେ ନେଇଛନ୍ତି । ମହାତ୍ମା ଗାନ୍ଧିଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ପାଳନ ହେବାକୁ ଯାଉଛି । ଏହି ସମୟରେ ଏପରି ସମ୍ମାନ ବେଶ୍‌ ମହତ୍ତ୍ୱପୂର୍ଣ୍ଣ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.