Below header

୪୦ଟି ଜିଲ୍ଲାର ଟିକାକରଣ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,ତ୍ୱରାନ୍ଵିତ କରିବାକୁ ଦେଲେ ପରାମର୍ଶ

କେନ୍ୟୁଜ୍(ବ୍ୟୁରୋ):କୋଭିଡ ଟିକାକରଣର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କମ୍‌ ଟିକାକରଣ ହୋଇଥିବା ୪୦ଟି ଜିଲ୍ଲାର ସମୀକ୍ଷା କରିଛନ୍ତି । ଜିଲ୍ଲାପାଳଙ୍କ ସହ ଆଲୋଚନା କରି ଟିକାକରଣକୁ ତ୍ୱରାନ୍ଵିତ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଦେଶରେ ଶହେ କୋଟିର ଟିକାକରଣ ପରେ ଢିଲା ପଡ଼ିଲେ ନୂଆ ସଙ୍କଟ ସୃଷ୍ଟି ହୋଇପାରେ ବୋଲି ଚେତେଇ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଟିକାକରଣ ପାଇଁ ଜିଲ୍ଲାର ପ୍ରତି ଗାଁ, ପ୍ରତି ଅଞ୍ଚଳରେ ନୂଆ ରଣନୀତି ପ୍ରସ୍ତୁତ କରିବାକୁ ସେ ପରାମର୍ଶ ଦେଇଛନ୍ତି।

୨୦ରୁ ୨୫ ଜଣିଆ ଦଳ ଗଠନ କରି ସମସ୍ତଙ୍କ ଟିକାକରଣକୁ ଲକ୍ଷ୍ୟ ପୂରଣ କରିବାକୁ ସେ କହିଛନ୍ତି। ହର ଘର ଟିକା, ଘର ଘର ଟିକାକୁ ପାଳନ କରି ସମସ୍ତଙ୍କୁ କୋଭିଡ ଟିକା ଦେବାକୁ ବଦ୍ଧ ପରିକର ହେବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଝାଡ଼ଖଣ୍ଡ, ମଣିପୁର, ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶ, ମହାରାଷ୍ଟ୍ର, ମେଘାଳୟ ଆଦି ରାଜ୍ୟର ୪୦ଟି ଜିଲ୍ଲାରେ କମ୍‌ ପରିମାଣର କୋଭିଡ ଟିକାକରଣ ହୋଇଛି।

ଏହି ଜିଲ୍ଲାମାନଙ୍କରେ ଟିକାକରଣକୁ ତ୍ୱରାନ୍ଵିତ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ମୋଦି। ସଂପୃକ୍ତ ଜିଲ୍ଲାରେ କୋଭିଡ ଟିକାର ପ୍ରଥମ ଡୋଜ ୫୦ ପ୍ରତିଶତରୁ କମ୍‌ ହୋଇଥିବା ବେଳେ ଦ୍ୱିତୀୟ ଡୋଜ ଟିକାକରଣ ଅତ୍ୟନ୍ତ କମ୍‌ ପରିମାଣର ହୋଇଛି। ଭର୍ଚୁଆଲ ମୋଡରେ ଅନୁଷ୍ଠିତ ହୋଇଥିବା ବୈଠକରେ ସମ୍ପୃକ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଉପସ୍ଥିତ ଥିଲେ । ବର୍ତ୍ତମାନ ସୁଦ୍ଧା ଦେଶରେ ଶହେ ୭କୋଟିରୁ ଅଧିକ କୋଭିଡ ଟିକାକରଣ ହୋଇଛି।..

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.