Below header

ମହର୍ଷି ବାଲ୍ମିକୀ ବିମାନବନ୍ଦର ଉଦ୍‌ଘାଟିତ, ୨୨ ଜାନୁଆରୀରେ ଘରେ ଶ୍ରୀରାମ ଜ୍ୟୋତି ଜାଳିବାକୁ ସମସ୍ତଙ୍କୁ କଲେ ଅନୁରୋଧ

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ‘ ଜାନୁଆରୀ ୨୨ ଐତିହାସିକ ମୁହୂର୍ତ୍ତ । ୨୨ ତାରିଖରେ ସମସ୍ତେ ନିଜ ଘରେ ରହି ଶ୍ରୀରାମ ଜ୍ୟୋତି ଜଳାନ୍ତୁ । ଜାନୁଆରୀ ୨୨ରେ ଅଯୋଧ୍ୟା ନ ଆସିବାକୁ ଅନୁରୋଧ । ୨୨ ତାରିଖ ପରେ ୨୩ ତାରିଖରେ ସମୟ ବାହାର କରି ଅଯୋଧ୍ୟା ଆସନ୍ତୁ । ମୋ ଦେଶର ୧୪୦ କୋଟି ଲୋକ ୨୨ ଜାନୁଆରୀରେ ଦୀପାବଳି ଉତ୍ସବ ମନାନ୍ତୁ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟାରେ ମହର୍ଷି ବାଲ୍ମିକୀ ଇଣ୍ଟରନ୍ୟାସନାଲ ବିମାନ ବନ୍ଦର ଉଦ୍‌ଘାଟନ କରିଛନ୍ତି । ବାଲ୍ମିକୀ ଅନ୍ତର୍ଜାତୀୟ ବିମାନ ବନ୍ଦର ସହ ଅଯୋଧ୍ୟାର ପୁନଃବିକଶିତ ରେଳଷ୍ଟେସନର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପରେ ୧୫ହଜାର ୭ଶହ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଅଯୋଧ୍ୟାରେ ଗୌରବମୟ ଇତିହାସ ଓ ଐତିହ୍ୟ ସହ ନୂଆ ବିଶ୍ବସ୍ତରୀୟ ଭିତ୍ତିଭୂମିକୁ ଏଥିରେ ସ୍ଥାନ ଦିଆଯାଇଛି।

ଏହାକୁ ଉଦ୍‌ଘାଟନ କରିବା ସମୟରେ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ‘ ଜାନୁଆରୀ ୨୨ ଐତିହାସିକ ମୁହୂର୍ତ୍ତ । ୨୨ ତାରିଖରେ ସମସ୍ତେ ନିଜ ଘରେ ରହି ଶ୍ରୀରାମ ଜ୍ୟୋତି ଜଳାନ୍ତୁ । ଜାନୁଆରୀ ୨୨ରେ ଅଯୋଧ୍ୟା ନ ଆସିବାକୁ ଅନୁରୋଧ । ୨୨ ତାରିଖ ପରେ ୨୩ ତାରିଖରେ ସମୟ ବାହାର କରି ଅଯୋଧ୍ୟା ଆସନ୍ତୁ । ମୋ ଦେଶର ୧୪୦ କୋଟି ଲୋକ ୨୨ ଜାନୁଆରୀରେ ଦୀପାବଳି ଉତ୍ସବ ମନାନ୍ତୁ ।

ଜାନୁଆରୀ ୨୨ରେ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । କେବଳ ଅଯୋଧ୍ୟା ଓ ଏହାର ଚତୁଃପାର୍ଶ୍ବର ବିକାଶ ପାଇଁ ୧୧ହଜାର ଶହେ କୋଟି ଓ ଉତ୍ତର ପ୍ରଦେଶର ଅନ୍ୟ ସ୍ଥାନ ପାଇଁ ୪ହଜାର ୬ଶହ କୋଟିର ପ୍ରକଳ୍ପ ରହିଛି।

ମହର୍ଷି ବାଲ୍ମିକୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପ୍ରଥମ ପର୍ଯ୍ଯାୟରେ ୧୪ଶହ ୫୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ବିମାନବନ୍ଦର ଟର୍ମିନାଲ ବିଲଡିଂକୁ ୬୫ଶହ ବର୍ଗଫୁଟରେ ନିର୍ମାଣ କରାଯାଇଛି । ପ୍ରତିବର୍ଷ ଏଠାରୁ ୧୦ଲକ୍ଷ ଯାତ୍ରୀ ଯାତାୟାତ କରିପାରିବେ । ଟର୍ମିନାଲ ବିଲଡିଂରେ ସ୍ଥାନୀୟ କଳା, ପେଣ୍ଟିଂ, ସ୍ଥାପତ୍ୟ ସହ ଭଗବାନ ଶ୍ରୀରାମଙ୍କ ଜୀବନକୁ ଦର୍ଶାଯାଇଛି । ଏହି ବିମାନ ବନ୍ଦର ଦ୍ବାରା ଅଯୋଧ୍ୟାକୁ ଯୋଗାଯୋଗ ବଢିବା ସହ ପର୍ଯ୍ୟଟନ ଓ ବାଣିଜ୍ୟ ବୃଦ୍ଧି ହେବ । ସ୍ଥାନୀୟ ଲୋକଙ୍କୁ ରୋଜଗାରର ଅଧିକ ସୁଯୋଗ ମିଳିବ ବୋଲି କୁହାଯାଇଛି ।

ଅଯୋଧ୍ୟା ଷ୍ଟେସନରେ ୨ଟି ଅମୃତ ଭାରତ ସହିତ ୬ଟି ବନ୍ଦେ ଭାରତ ଟ୍ରେନର ମଧ୍ୟ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ଅମୃତ ଭାରତ ଟ୍ରେନ୍ ହେଉଛି ଦେଶର ସୁପରଫାଷ୍ଟ ଯାତ୍ରୀବାହୀ ଟ୍ରେନ୍ । ଯେଉଁଥିରେ ଏକ ଅଣ-ଶୀତତାପ ନିୟନ୍ତ୍ରିତ କୋଚ୍ ସହିତ LHB କୋଚ ରହିଛି, ଯାହାକି ଏହା ପୁସ୍ ପୁଲ ଟ୍ରେନ୍ ଭାବେ ଉଭୟ ପାର୍ଶ୍ୱରେ ଇଂଜିନ ସହିତ ଚଳାଚଳ କରିବ । ଟ୍ରେନରେ ଯାତ୍ରୀଙ୍କ ପାଇଁ ଡିଜାଇନ୍ ସିଟ୍, ଉନ୍ନତ ଲଗେଜ୍ ର୍ୟାକ୍, ମୋବାଇଲ୍ ଚାର୍ଜିଂ ପଏଣ୍ଟ, ଏଲଇଡି ଲାଇଟ୍, ସିସିଟିଭି, ସର୍ବସାଧାରଣ ସୂଚନା ବ୍ୟବସ୍ଥା ଭଳି ଉନ୍ନତ ସୁବିଧା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.