Below header

ଆଜି ହିଁ ଘରେ ବନାନ୍ତୁ ଟେଷ୍ଟି ଫ୍ରାଏଡ୍ ଆଳୁ ଚାଟ୍, ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

ବେଳେ ବେଳେ ସନ୍ଧ୍ୟା ସମୟରେ କିଛି ଚଟପଟା ଖାଇବାକୁ ଇଚ୍ଛା ହୋଇଥାଏ । କିନ୍ତୁ ସବୁବେଳେ ବାହାରୁ ଖାଇବା ଦେହ ପାଇଁ ଭଲ ହୋଇନଥାଏ । ଆପଣ ଚାହିଁଲେ ଘରେ ଚଟପଟା ଫ୍ରାଏଡ୍ ଆଳୁ ଚାଟ୍ ତିଆରି କରି ଖାଇପାରିବେ । ଏହା ଖୁବ ସ୍ୱାଦିଷ୍ଟ ହେବା ସହ ତିଆରି କରିବାକୁ ବି ବହୁତ ସହଜ ହୋଇଥାଏ । ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ ବିଷୟରେ...

ବେଳେ ବେଳେ ସନ୍ଧ୍ୟା ସମୟରେ କିଛି ଚଟପଟା ଖାଇବାକୁ ଇଚ୍ଛା ହୋଇଥାଏ । କିନ୍ତୁ ସବୁବେଳେ ବାହାରୁ ଖାଇବା ଦେହ ପାଇଁ ଭଲ ହୋଇନଥାଏ । ଆପଣ ଚାହିଁଲେ ଘରେ ଚଟପଟା ଫ୍ରାଏଡ୍ ଆଳୁ ଚାଟ୍ ତିଆରି କରି ଖାଇପାରିବେ । ଏହା ଖୁବ ସ୍ୱାଦିଷ୍ଟ ହେବା ସହ ତିଆରି କରିବାକୁ ବି ବହୁତ ସହଜ ହୋଇଥାଏ । ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ ବିଷୟରେ…

ଆବଶ୍ୟକୀୟ ସାମଗ୍ରୀ:
୨ଟି ସିଝା ଆଳୁ, ୧ଟି କଟା ପିଆଜ, ୧ଟି କଞ୍ଚା ଲଙ୍କା, କିଛି କଟା ଧନିଆ ପତ୍ର, ୪ ଚାମଚ ତେନ୍ତୁଳି ଚଟଣୀ, ୨ ଚାମଚ ପୋଦିନା ଚଟଣୀ, ୧ ଟି ଲେମ୍ବୁ, ୧ ବିଡ଼ା ପିଆଜ ପତ୍ର, କିଛି ଚାଟ୍ ମସଲା, ସ୍ୱାଦ ଅନୁସାରେ ଲୁଣ

ପ୍ରସ୍ତୁତି ପ୍ରଣାଳୀ:

ଫ୍ରାଏଡ୍ ଆଳୁ ଚାଟ୍ ତିଆରି କରିବା ପାଇଁ ପ୍ରଥମେ ସିଝା ହୋଇଥିବା ଆଳୁକୁ ଟିକେ ଅଧିକ ତେଲରେ ସୁନେଲି ରଙ୍ଗ ହେବା ଯାଏଁ ଭଲ ଭାବେ ଛାଣି ଦିଅନ୍ତୁ । ଆଳୁ ଛାଣି ହୋଇଗଲା ପରେ ଗୋଟିଏ ପାତ୍ରକୁ କାଢ଼ି ଦିଅନ୍ତୁ । ଏବେ ପାତ୍ରରେ ଥିବା ଫ୍ରାଏଡ୍ ଆଳୁରେ କଟା ହୋଇଥିବା ପିଆଜ, କଞ୍ଚା ଲଙ୍କା ଓ ଧନିଆ ପତ୍ର ମିଶାଇ ତା’ ଉପରେ ତେନ୍ତୁଳି ଓ ପୋଦନା ଚଟଣୀ ପକାଇ ଭଲଭାବେ ମିଶାଇ ଦିଅନ୍ତୁ । ଏବେ ତା’ ଉପରେ କିଛି ଲେମ୍ବୁ ରସ, ଚାଟ୍ ମସଲା, ପିଆଳ ପତ୍ର ଓ ଲୁଣ ଦେଇ ଭଲ ଭାବରେ ଗୋଳାଇ ନିଅନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର ଫ୍ରାଏଡ୍ ଆଳୁ ଚାଟ୍ । ଏହାକୁ ଗରମ ଗରମ ଖାଇ ସନ୍ଧ୍ୟା ସମୟର ମଜା ଉଠାନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.