ଇସ୍କନ୍‌ ପ୍ରତିଷ୍ଠାତା ସ୍ୱାମୀ ପ୍ରଭୁପାଦଙ୍କ ଜୟନ୍ତୀରେ ୧୨୫ ଟଙ୍କିଆ ମୁଦ୍ରା ଜାରି କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଇଣ୍ଟରନ୍ୟାସନାଲ ସୋସାଇଟି ଫର କ୍ରିଷ୍ଣା କନ୍‌ସସ୍‌ନେସ୍‌(ISKCON)ର ପ୍ରତିଷ୍ଠାତା ଶ୍ରୀ ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦଙ୍କ ୧୨୫ ତମ ଜୟନ୍ତୀ ଅବସରରେ ୧୨୫ ଟଙ୍କିଆ ସ୍ୱତନ୍ତ୍ର ସ୍ମାରକ କଏନ୍‌ ଜାରି କରିଛନ୍ତି। ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଆୟୋଜିତ ଏହ କାର୍ଯ୍ୟକ୍ରମରେ ସ୍ମାରକ ମୁଦ୍ରା ଜାରି କରିବା ପରେ ମୋଦି ସମ୍ଭାଷଣ ରଖିଥିଲେ।

ମୋଦି କହିଛନ୍ତି, ସ୍ୱାମୀ ପ୍ରଭୁପାଦ ଜଣେ ଅଲୌକିକ କୃଷ୍ଣ ଭକ୍ତ ଓ ମହାନ୍‌ ଦେଶପ୍ରେମୀ। ସେ ଦେଶର ସ୍ୱାଧୀନତା ସଂଗ୍ରାମରେ ସଂଘର୍ଷ କରିଥିଲେ। ସେ ଅସହଯୋଗ ଆନ୍ଦୋଳନର ସମର୍ଥନରେ ସ୍କାଟିସ୍‌ କଲେଜରୁ ଡିପ୍ଲୋମା କରିବାକୁ ବି ମନା କରିଦେଇଥିଲେ। ସେ ଦେଶ ବିଦେଶରେ ଅନେକ ମନ୍ଦିର ସ୍ଥାପନ କରିଛନ୍ତି ବୋଲି କହିଛନ୍ତି ମୋଦି।

ମୋଦି କହିଛନ୍ତି, ଆମେ କୌଣସି ଅନ୍ୟ ଦେଶକୁ ଗଲେ ଯେତେବେଳେ କେହି ଆମକୁ ହରେ କୃଷ୍ଣ କୁହନ୍ତି, ସେତେବେଳେ ଖୁବ୍‌ ନିଜର ନିଜର ଲାଗେ। ଏସବୁ କେବଳ ସ୍ୱାମୀ ପ୍ରଭୁପାଦଙ୍କ ଯୋଗ ସମ୍ଭବ ହୋଇଛି। ତାଙ୍କ ଚେଷ୍ଟା ଓ ନିରନ୍ତର ଉଦ୍ୟମ ଫଳରେ ଦେଶ ବିଦେଶରେ କୃଷ୍ଣଙ୍କ ଲୀଳା ପ୍ରଚାର ପ୍ରସାର ହୋଇପାରିଛି। ସେ ଜଣେ ମହାନ୍‌ ଗୁରୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.