ଶ୍ରୀଲଙ୍କାରେ ଖାଦ୍ୟପଦାର୍ଥ ଦାମ୍ ଆକାଶଛୁଆଁ! ଆଳୁ କିଲୋ ପିଛା ୨୦୦ ଟଙ୍କା

ଶ୍ରୀଲଙ୍କା: ଶ୍ରୀଲଙ୍କାରେ ଖାଦ୍ୟପଦାର୍ଥ ଦାମ୍ ଆକାଶଛୁଆଁ! ଆଳୁର କିଲୋ ପିଛା ଦାମ୍ ୨୦୦ ଟଙ୍କାରେ ପହଞ୍ଚିଥିବା ବେଳେ କଞ୍ଚା ଲଙ୍କା ୭୦୦ ଟଙ୍କାରୁ ଅଧିକ ଦାମ୍‌ରେ ବିକ୍ରି ହେଉଛି। ଶ୍ରୀଲଙ୍କାରେ  ହାହାକାର ପରିସ୍ଥିତି।

କିଛି ଦିନ ପୂର୍ବେ ଶ୍ରୀଲଙ୍କାରେ ୧୦୦ ଗ୍ରାମ ଲଙ୍କାର ଦାମ୍ ୧୮ ଟଙ୍କା ଥିବାବେଳେ, ତ‌ାହା ବର୍ତ୍ତମାନ ବୃଦ୍ଧି ପାଇ ୭୧ ଟଙ୍କାରେ ପହଁଚିଛି। କହିବାକୁ ଗଲେ ଏକ କେଜି କଞ୍ଚା ଲଙ୍କା ଦାମ୍ ୭୧୦ ଟଙ୍କା ହୋଇଯାଇଛି। ଏହାର ମୂଲ୍ୟ ମାସକ ଭିତରେ ୨୮୭% ବୃଦ୍ଧି ପାଇଛି। ଅନ୍ଯପଟେ ବାଇଗଣ ଦାମ୍ ୫୧%, ପିଆଜ ମୂଲ୍ୟ ୪୦%, ବିନ୍‌ସ ଓ ଟମାଟୋ ମୂଲ୍ୟରେ ୧୦% ବୃଦ୍ଧି ହୋଇଛି।

ସୂଚନା ଥାଉକି, ବର୍ତ୍ତମାନ ସମୟରେ ଶ୍ରୀଲଙ୍କାରେ ଟମାଟୋ ଦାମ୍ ୨୦୦ ଟଙ୍କା, ବାଇଗଣ ୧୬୦ ଟଙ୍କା, ଭେଣ୍ଡି ୨୦୦ ଟଙ୍କା, କଲରା ୧୬୦ ଟଙ୍କା, ବିନ୍‌ସ ୩୨୦ ଟଙ୍କା, ବନ୍ଧାକୋବି ୨୪୦ ଟଙ୍କା, ଗାଜର ୨୦୦ ଟଙ୍କା ଓ କଞ୍ଚା କଦଳୀ ୧୨୦ ଟଙ୍କାରେ ବିକ୍ରି ହେଉଛି। ୨୦୧୯ର ମୂଲ୍ୟ ତୁଳନାରେ ଅଧିକାଂଶ ସାମଗ୍ରୀ ଦୁଇ ଗୁଣା ଦାମ୍‌ରେ ବିକ୍ରି ହେଉଛି। ଯାହା ଜଣାପଡିଛି ଶ୍ରୀଲଙ୍କା ଦେବାଳିଆ ହେବାରେ ଲାଗିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.