ନୃଶଂସତାର ସବୁ ସୀମା ପାର କଲେ ଦୁର୍ବୃତ୍ତ ! ଦୁଇ ନାବାଳିକାଙ୍କ ଗୁପ୍ତାଙ୍ଗରେ କଞ୍ଚାଲଙ୍କା ଭର୍ତ୍ତି କରିବା ପରେ ଦେଲେ ପେଟ୍ରୋଲ ଇଞ୍ଜେକସନ୍‌

ନାବାଳିକାଙ୍କ ପ୍ରାଇଭେଟ ପାର୍ଟରେ କଞ୍ଚାଲଙ୍କା ଭାଙ୍ଗି ପୁରେଇବା ସହିତ ପେଟ୍ରୋଲ ଇଞ୍ଜେକସନ ଦେଲେ ଦୁର୍ବୃତ୍ତ । ସେତିକିରେ ମନ ପୁରିଲାନି ଯେ, ମଦ ପିଆଇଥିଲେ । ପିଲାମାନେ ଚିତ୍କାର କରୁଥିଲେ ମଧ୍ୟ ଶୁଣିନଥିଲେ । ଏହାର ଭିଡିଓ କରିଥିଲେ ନୃଂଶସ । ଉତ୍ତରପ୍ରଦେଶର ସିଦ୍ଧାର୍ଥନଗରରେ ହୃଦୟଥରା ଘଟଣା ।

ଦୁଇ ନାବାଳିକାଙ୍କ ସହ ଅମାନବୀୟ କାଣ୍ଡ । ଦୁଇ ନାବାଳିକାଙ୍କ ପ୍ରାଇଭେଟ ପାର୍ଟରେ କଞ୍ଚାଲଙ୍କା ଭାଙ୍ଗି ପୁରେଇବା ସହିତ ପେଟ୍ରୋଲ ଇଞ୍ଜେକସନ ଦେଇଥିଲେ ଦୁର୍ବୃତ୍ତ । ପିଲାମାନେ ଯେତେ ଚିତ୍କାର କରିଥିଲେ ମଧ୍ୟ ଶୁଣିନଥିଲେ ନୃଶଂସ ଯୁବକ । ଏହାର ଭିଡିଓ ସାମ୍ନାକୁ ଆସିଛି । ଯାହା ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଉତ୍ତରପ୍ରଦେଶର ସିଦ୍ଧାର୍ଥନଗରରେ ହୃଦୟଥରା ଘଟଣା ।

ଖବର ମୁତାବକ, ଉତ୍ତରପ୍ରଦେଶର ସିଦ୍ଧାର୍ଥନଗର ଜିଲ୍ଲା ପଥରା ଥାନା ଅର୍ନ୍ତଗତ ଏକ କୁକୁଡା ଫାର୍ମକୁ ପିଲା ଦୁଇ ଜଣ ଚାଲିଯାଇଥିଲେ । ସେଠାରେ ଥିବା କିଛି ଯୁବକ ତାଙ୍କୁ ଧରି ନୃଶଂସତାର ସୀମା ପାର କରିଥିଲେ । ୬/୭ ବର୍ଷ ପିଲାକୁ ଧରି ଗୁପ୍ତାଙ୍ଗରେ କଞ୍ଚାଲଙ୍କା ଭର୍ତ୍ତି କରିବା ସହିତ ପେଟ୍ରୋଲ ଇଞ୍ଜେକସନ ଦେବା ସହିତ ମଦ ପିଆଇଥିଲେ । ପିଲା ଦୁହିଁଙ୍କୁ ହାତଗୋଡ ବାନ୍ଧି ନିବସ୍ତ୍ର କରି ପେଟ୍ରୋଲ ଇଞ୍ଜେକସନ ଦେଇଥିଲେ । ପିଲାମାନେ ଚିତ୍କାର କରିଥିଲେ ମଧ୍ୟ ନୃଂଶସ ଯୁବକ ଶୁଣିନଥିଲେ ।

କେବଳ ଏତିକି ନୁହେଁ ପିଲାଙ୍କ ସହିତ ଏଭଳି କ୍ରୁରତା କରିବା ବେଳେ ଭିଡିଓ ମଧ୍ୟ କରିଥିଲେ । ଯାହା ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି । ପୋଲିସ ଏହି ମାମଲାରେ ୬ ଜଣଙ୍କୁ ଗିରଫ କରିଛି । ପୋଲିସ ଏସପି ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ କରିବା ପାଇଁ କହିଛନ୍ତି ।

ଏହି ମାମଲାକୁ ନେଇ ବାଳ ସଂରକ୍ଷଣ ଆୟୋଗର ରାଷ୍ଟ୍ରୀୟ ଅଧ୍ୟକ୍ଷ ପ୍ରିୟଙ୍କ କାନୁନଗୋ ଦୁଇ ପିଲାଙ୍କ ସହିତ ହୋଇଥିବା ବର୍ବରତା ଘଟଣାକୁ ନିନ୍ଦା କରିଛନ୍ତି । ଆଉ କହିଛନ୍ତି, ଯିଏ ଦୋଷୀ, ତାଙ୍କୁ ଛଡା ଯିବନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.