ନିର୍ବାଚନ ଭୋଟ ଗ୍ରହଣ ତାରିଖ ବଦଳିଲା; ନଭେମ୍ବର ୨୩ ନୁହେଁ, ୨୫ରେ ହେବ ରାଜସ୍ଥାନ ଭୋଟ୍‌

ରାଜସ୍ଥାନ ବିଧାନସଭା ନିର୍ବାଚନ ଭୋଟ ଗ୍ରହଣ ତାରିଖ ବଦଳିଲା। ଭୋଟ ଗ୍ରହଣ ତାରିଖ ବଦଳିବା ନେଇ ନିର୍ବାଚନ କମିଶନ ନୋଟିସ୍‌ ଜାରି କରିଛନ୍ତି। ନଭେମ୍ବର ୨୩ ପରିବର୍ତ୍ତେ ନଭେମ୍ବର ୨୫ରେ ହେବ ଭୋଟ ଗ୍ରହଣ।

ରାଜସ୍ଥାନ ବିଧାନସଭା ନିର୍ବାଚନ ଭୋଟ ଗ୍ରହଣ ତାରିଖ ବଦଳିଲା। ଭୋଟ ଗ୍ରହଣ ତାରିଖ ବଦଳିବା ନେଇ ନିର୍ବାଚନ କମିଶନ ନୋଟିସ୍‌ ଜାରି କରିଛନ୍ତି। ନଭେମ୍ବର ୨୩ ପରିବର୍ତ୍ତେ ନଭେମ୍ବର ୨୫ରେ ହେବ ଭୋଟ ଗ୍ରହଣ। ପୂର୍ବରୁ ୨୩ରେ ମତଦାନ ହେବାର ଥିଲା। ଅନେକ ରାଜନୈତିକ ଦଳ ପକ୍ଷରୁ ତାରିଖରେ ପରିବର୍ତ୍ତନ ନେଇ ଦାବି କରାଯାଇଥିଲା, ଯାହାକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ ତାରିଖ ବଦଳାଇଛନ୍ତି।

ତେବେ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବ। ନିର୍ବାଚନର ଫଳାଫଳ ଡିସେମ୍ବର ୩ରେ ଆସିବ। କହି ରଖୁଛୁ ଯେ ଭାରତ ନିର୍ବାଚନ ଆୟୋଗ ରାଜସ୍ଥାନ ସମେତ ପାଞ୍ଚଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନର ତାରିଖ ଘୋଷଣା କରିଥିଲେ।

ରାଜସ୍ଥାନରେ ଗୋଟିଏ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ନଭେମ୍ବର ୨୩କୁ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ତାରିଖ ଘୋଷଣା ପରେ ବିଭିନ୍ନ ରାଜନୈତିକ ଦଳ, ସାମାଜିକ ସଙ୍ଗଠନ ଏବଂ ମିଡିଆ ପ୍ଲାଟଫର୍ମ ନିର୍ବାଚନ ତାରିଖକୁ ନେଇ ଆୟୋଗଙ୍କ ନିକଟରେ ନିଜର ମତ ଉପସ୍ଥାପନ କରିଥିଲେ।

କୁହାଯାଇଥିଲା ଯେ ନଭେମ୍ବର ୨୩ରେ ଦେବୋତ୍ଥାନ ଏକାଦଶୀ ପଡ଼ୁଛି। ଏହି ଦିନ ବହୁ ସଂଖ୍ୟାରେ ବିବାହ ସମାରୋହ ଏବଂ ଶୁଭ ତଥା ଧାର୍ମିକ ଉତ୍ସବ ଅନୁଷ୍ଠିତ ହୁଏ। ଏଭଳି ସମୟରେ ଲୋକମାନେ ଅସୁବିଧାର ସମ୍ମୁଖୀନ ହେବେ। ଭୋଟ୍ ଉପରେ ମଧ୍ୟ ପ୍ରଭାବ ପଡ଼ିବ। ଆୟୋଗ ଏହାକୁ ବିଚାର କରି ଭୋଟ୍ ଗ୍ରହଣ ତାରିଖ ପରିବର୍ତ୍ତନ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.