କୋଭିଡ୍ କାୟା ପାଇଁ ସତର୍କତା: ୨୪ ତାରିଖରୁ ସବୁ ବିମାନ ବନ୍ଦରରେ ହେବ ରାଣ୍ଡମ ଟେଷ୍ଟିଂ

କେନ୍ୟୁଜ୍(ବ୍ୟୁରୋ): ଆସନ୍ତା ୨୪ ତାରିଖରୁ ସବୁ ବିମାନ ବନ୍ଦରରେ ହେବ ରାଣ୍ଡମ ଟେଷ୍ଟିଂ। ବିମାନରେ ଥିବା ମୋଟ ଯାତ୍ରୀଙ୍କ ମଧ୍ୟରୁ ୨ ପ୍ରତିଶତ ଯାତ୍ରୀଙ୍କ ଟେଷ୍ଟିଂ କରିବାକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟକୁ ଚିଠି ଲେଖିଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ। କେଉଁ ଯାତ୍ରୀଙ୍କର ଟେଷ୍ଟିଂ ହେବ ତାହା ଏୟାର ଲାଇନ୍‌ସ ଜଣାଇବ। ବିଶେଷ କରି ଭିନ୍ନ ଭିନ୍ନ ଦେଶର ଯାତ୍ରୀଙ୍କ ନମୂନା ପରୀକ୍ଷା ହେବ। ଟେଷ୍ଟିଂ ପାଇଁ ନମୂନା ଦେବା ପରେ ଯାତ୍ରୀ ବିମାନ ବନ୍ଦର ଛାଡିବେ। ଯଦି କୌଣସି ଯାତ୍ରୀ ସଂକ୍ରମିତ ଥିବା ନେଇ ପଜିଟିଭ ରିପୋର୍ଟ ଆସେ ତାହା ଜିନୋମ ସିକ୍ୱେନ୍‌ସିଂ ପାଇଁ ପଠାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.