ବାହାଘର ପାଇଁ ଯାଉଥିବା ବେଳେ ଖୁଣ୍ଟରେ ପିଟି ହେଲା କାର, ଘଟଣାସ୍ଥଳରେ ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତର ପ୍ରଦେଶ: ଉତ୍ତର ପ୍ରଦେଶର ରାମପୁରରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ଦ୍ରୁତ ଗତିରେ ଆସୁଥିବା ଏକ କାର୍ ପୋଲରେ ପିଟି ହୋଇଯିବାରୁ ଓଲଟି ପଡ଼ିଛି। ଫଳରେ ଘଟଣାସ୍ଥଳରେ ହିଁ ୬ ଜଣଙ୍କ ମୃତ୍ୟୁ ଘଟିଛି। ରାମପୁରରୁ ଦ୍ରୁତ ଗତିରେ ଆସୁଥିବା କାର ହାଇଟେନ୍ସ ୱେୟାରଲେସ୍ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇ ଖାଇରେ ଓଲଟି ପଡ଼ିଥିଲା। ଫଳରେ ୬ ଜଣଙ୍କର ଜୀବନ ଚାଲିଯାଇଛି। ଏହି ଘଟଣାରେ ଆଉ ୫ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗମ୍ଭୀର ରହିଛି। କାରରେ ବସିଥିବା ଲୋକ ମୁରାଦାବାଦର ଡିଲାରୀ ନିବାସୀ ବୋଲି ଜଣାଯାଇଛି।
ଦୁର୍ଘଟଣାରେ ଗୁରୁତର ହୋଇଥିବା ସମସ୍ତ ବ୍ୟକ୍ତି ଏକ ବୈବାହିକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିଲେ। ତେବେ ସମସ୍ତ ଗୁରୁତରଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ଶବକୁ ଜବତ କରି ପୋଲିସ ପୋଷ୍ଟମର୍ଟମ୍ ପାଇଁ ପଠାଇଛି।
A horrific road accident in Rampur, 6 people on Innova died, 5 injured https://t.co/PTXGtAb9Vl
— NEWS BUZZ (@NewsbuzzLive) May 6, 2022
କେମିତି ହେଲା ଦୁର୍ଘଟଣା ?
ରାମପୁରର ଅଜୀମନଗର ଥାନା ଅଞ୍ଚଳରେ ଦ୍ରୁତ ଗତି ଯୋଗୁ ଇନୋଭା କାର ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା। ଫଳରେ ଉଚ୍ଚ କ୍ଷମତା ସମ୍ପନ୍ନ ଇଲେକ୍ଟ୍ରିକ୍ ଖୁଣ୍ଟରେ ପିଟି ହୋଇଯାଇଥିଲା। କାର୍ଟି ଏତେ ଜୋରରେ ଖୁଣ୍ଟକୁ ଧକ୍କା ଦେଇଥିଲା ଯେ ତାହା ଉପୁଡ଼ି ପଡ଼ିଥିଲା ଓ କାର ଯାଇ ପଡ଼ିଥିଲା ଗାତରେ। ଏହି ଦୁର୍ଘଟଣାରେ କାରରେ ଥିବା ୧୧ ଜଣଙ୍କ ମଧ୍ୟରୁ ୬ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ସେମାନଙ୍କ ମଧ୍ୟରୁ ୫ ଜଣ କାରରେ ଗୁରୁତର ହୋଇଯାଇଥିଲେ।
ଖବର ପାଇ ପୋଲିସ ପହଞ୍ଚି ଗୁରୁତରଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେହିପରି ଦୁର୍ଘଟଣାରେ ମୃତ ୬ ଜଣଙ୍କ ଶବକୁ ପୋଷ୍ଟ ମର୍ଟମ୍ ପାଇଁ ଜିଲ୍ଲା ହସ୍ପିଟାଲକୁ ପଠାଯାଇଛି। ବିବାହ କାର୍ଯ୍ୟକ୍ରମକୁ ଯିବା ବେଳେ ଲୋକମାନେ ଦୁର୍ଘଟଣାର ଶିକାର ହୋଇଗଲେ।
ଏ ନେଇ ପୋଲିସ ଅଧୀକ୍ଷକ ଅଶୋକ କୁମାର କହିଛନ୍ତି, ଇନୋଭା କାର ଦ୍ରୁତ ଗତିରେ ଯାଉଥିଲା। ଏଣୁ ଏହି ଦୁର୍ଘଟଣା ଘଟିଛି। ଗାଡ଼ିଟି ଡ୍ରାଇଭରଙ୍କ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିବାରୁ ତାହାକୁ ଅଟକାଇବା ସମ୍ଭବପର ନଥିଲା। ଫଳସ୍ୱରୂପ ତାହା ଇଲେକ୍ଟ୍ରି ଖୁଣ୍ଟରେ ପିଟି ହୋଇଯାଇଥିଲା। ଗାଡ଼ିର ଗତି ଯୋଗୁ ଉଭୟ ଇଲେକ୍ଟ୍ରିକ୍ ଖୁଣ୍ଟ ଓ ଗଛକୁ ଉପାଡ଼ି ଦେଇଥିଲା। ଗାଡ଼ିରେ ଥିବା ୧୧ ଜଣଙ୍କ ମଧ୍ୟରୁ ୬ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ପଷ୍ଟ ହୋଇଛି। ସେହିପରି ୫ ଆହତଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗମ୍ଭୀର ଅଛି। ଗୁରୁତରଙ୍କ ମଧ୍ୟରେ ୨ ଜଣ ପିଲା ବି ଅଛନ୍ତି। ସେମାନେ ସୁସ୍ଥ ଥିବା ଜଣାଯାଇଛି।