କରୋନା ଟୀକାର ଉତ୍ପାଦନ ଆରମ୍ଭ କଲା ରୁଷ, ଅଗଷ୍ଟ ଶେଷ ସୁଦ୍ଧା ଆରମ୍ଭ କରିବ ଅନ୍ୟ ଦେଶକୁ ରପ୍ତାନୀ

ବିଶ୍ୱର ଅନ୍ୟ ଦେଶ ମାନଙ୍କୁ ପଛରେ ପକାଇ ପ୍ରଥମେ କରୋନା ଟୀକା ଲଞ୍ଚ କଲା ରୁଷ । ଗତ୧୧ ତାରିଖରେ ହିଁ ଟିକା ସାର୍ବଜନୀନ ହେବା ନେଇ ଘୋଷଣା କରିଥିଲେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ । ଖାଲି ସେତିକି ନୁହେଁ ପରୀକ୍ଷଣ ଭାବରେ ପ୍ରଥମ ଟିକା ତାଙ୍କ ଝିଅଙ୍କୁ ହିଁ ଦିଆଯାଇଥିଲା । ରୁଷ ପକ୍ଷରୁ ଆବିସ୍କୃତ ହୋଇଥିବା ଏହି ଟିକାର ନାଁ ସ୍ପୁଟନିକ୍‌-୫ ରଖାଯାଇଛି । ରାଷ୍ଟ୍ରପତିଙ୍କ ଝିଅଙ୍କ ଶରୀରରେ ଏହି ଟୀକାର ସୁପ୍ରଭାବ ପଡିବା ପରେ ସେଠାକାର ସରକାର ଏହି ଟୀକାର ଉତ୍ପାଦନ ଆରମ୍ଭ କରିଦେଇଛନ୍ତି । ରୁଷ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଜାରି ହୋଇଥିବା ତଥ୍ୟ ଅନୁଯାୟୀ, କରୋନା ଟୀକାର ପ୍ରଥମ ପର୍ଯ୍ୟାୟ ଉତ୍ପାଦନ ଆରମ୍ଭ ହୋଇଯାଇଛି ।

ଅଗଷ୍ଟ ଶେଷ ସୁଦ୍ଧା ବାହାର ବଜାରକୁ ଟିକା ଆସିଯିବ ବୋଲି ରୁଷ କହିଛି । ପ୍ରଥମେ ଡାକ୍ତର, ସ୍ୱାସ୍ଥ୍ୟକର୍ମି ଓ ତଥା ଶିକ୍ଷକ ମାନଙ୍କୁ ପ୍ରଦାନ କରାଯିବ । ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବେ ରୁଷ କରୋନା ଟୀକା ବାହାର କରିଥିବା ନେଇ ଦାବି କରି ଆସୁଛି । ରାଷ୍ଟ୍ର ତରଫରୁ ଜାରି ହୋଇଥିବା ତଥ୍ୟ ଅନୁଯାୟୀ ରୁଷ ପ୍ରତିରକ୍ଷା ବିଭାଗ ସହାୟତାରେ ଏହି ସ୍ଫୁଟନିକ- ଭିକୁ ମସ୍କୋ ସ୍ଥିତ ଗମଲୀଯ ଇନଷ୍ଟିଟ୍ୟୁଟ ତିଆରି କରିଛି । ଅନ୍ୟପକ୍ଷରେ ବିଶ୍ୱର ଅନ୍ୟାନ ଦେଶ ମାନେ ରୁଷ ଦ୍ୱାରା ପ୍ରସ୍ତୁତ ଏହି ଟୀକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ମାନବ ଶରୀରରେ ଏହାର କିପରି ପ୍ରଭାବ ପଡିବ ସେ ନେଇ ପ୍ରଶ୍ନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.