୧୫ ଦିନରେ ଯୁଦ୍ଧ: ମାରିୟୁପୁଲ ହସ୍ପିଟାଲ ଉପରେ ଋଷର ଏୟାରଷ୍ଟ୍ରାଇକ, ପ୍ରସୂତି ଓ ଶିଶୁ ଓ୍ଵାର୍ଡ ସମ୍ପୂର୍ଣ୍ଣ ଧ୍ୱଂସ

୧୫ ଦିନରେ ଯୁଦ୍ଧ । କିଭ୍‌ ଦଖଲ କରି ପାରିନି ରୁଷ୍‌ । ଏବେ ଆକ୍ରମଣକୁ ଆହୁରି ପ୍ରଚଣ୍ଡ କରିଛି ଋଷ । ମାରିୟୁପୁଲ ହସ୍ପିଟାଲ ଉପରେ ଏୟାରଷ୍ଟ୍ରାଇକ । ଏୟାରଷ୍ଟ୍ରାଇକରେ ଥରହର ମାରିୟୁପୁଲ । ହସ୍ପିଟାଲରେ ୧ହଜାର କେଜିର ବୋମା ପଡିଛି। ଏଥିରେ ୧୭ଜଣ ଗୁରୁତର ଆହତ ହୋଇଛନ୍ତି । ପ୍ରସୂତି ଓ ଶିଶୁ ଓ୍ଵାର୍ଡ ସମ୍ପୂର୍ଣ୍ଣ ଧ୍ୱଂସ । ୟୁକେନ୍ରର ଦକ୍ଷିଣରେ ରହିଛି ମାରିୟୁପୁଲ । ହସ୍ପିଟାଲକୁ ବି ଟାର୍ଗେଟ କଲା ଋଷ । ହସ୍ପିଟାଲରେ ଋଷସେନାର ଏୟାରଷ୍ଟ୍ରାଇକ୍‌ । ଏହି ହସ୍ପିଟାଲ ଆକ୍ରମଣକୁ ଜାତିସଂଘର ତୀବ୍ର ନିନ୍ଦା ।

ମାରିୟୁପୁଲ ଆକ୍ରମଣକୁ ଓ୍ଵାର କ୍ରାଇମ କହିଲେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି । ଏହି ଆକ୍ରମଣ ସବୁ ବର୍ବରତାକୁ ଟପିଗଲା । ଡୋନେସ୍କକୁ ଲାଗିଛି ମାରିୟୁପୁଲ । ୯ ଦିନର ଆକ୍ରମଣରେ ୧୨୦୭ ମୃତ ହୋଇଥିବା କହିଛନ୍ତି ମାରିୟୁପୁଲ ମେୟର । ୪ଲକ୍ଷ ଲୋକ ମାରିୟୁପୁଲରେ ବନ୍ଧକ ଥିବା କହିଛନ୍ତି ୟୁକ୍ରେନ ବିଦେଶ ମନ୍ତ୍ରୀ କୁଲେବା । ୩୦୦୦ ନବଜାତ ଶିଶୁଙ୍କୁ ମିଳୁନି ଔଷଧ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.