ବ୍ୟବସାୟରେ ଟଙ୍କା ପଇସାର ହିସାବ ଠିକରେ ଦେଇପାରିଲାନି ପୁଅ, ଜିଅନ୍ତା ଜାଳିଦେଲା ବାପା …

ନୂଆଦିଲ୍ଲୀ : କର୍ଣ୍ଣାଟକର ରାଜଧାନୀ ବେଙ୍ଗାଳୁରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଏଠାରେ ଜଣେ ବ୍ୟବସାୟୀ ବାପା ପୁଅ ସହିତ ଯୁକ୍ତିତର୍କ ପରେ ରାଗରେ ନିଆଁ ଜଳାଇ ହତ୍ୟା କରିଛି। ଭାଲମିକି ନାଗର ଅଞ୍ଚଳରେ ଏପ୍ରିଲ ୧ ର ଏହି ପୁରା ଘଟଣା ସିସିଟିଭିରେ କଏଦ ହୋଇଛି । ପୋଲିସ୍ ପଡୋଶୀଙ୍କଠାରୁ ଗ୍ରହଣ କରିଥିବା ଅଭିଯୋଗ ଆଧାରରେ ଅଭିଯୁକ୍ତ ବାପାଙ୍କୁ ଗିରଫ କରିଥିଲା । ଆକାଉଣ୍ଟରେ ଦେଢ କୋଟି ଟଙ୍କା ହେରଫେର ପାଇଁ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି ।

ଘଟଣାଟି ହେଉଛି ବ୍ୟବସାୟୀ ବାପା ପୁଅଙ୍କ ମଧ୍ୟରେ ଦେଢ଼କୋଟି ତାଙ୍କର ଆକାଉଣ୍ଟକୁ ନେଇ ଯୁକ୍ତିତର୍କ ହୋଇଥିଲା ସ୍ଥାନୀୟ ଲୋକଙ୍କ କହିବାନୁସାରେ ପ୍ରଥମେ ବିଚଳିତ ଥିବା ପୁଅ ଅର୍ପିତ ନିଜକୁ ରକ୍ଷା କରିବା ପାଇଁ ଆତଙ୍କିତ ହୋଇ ଘରୁ ବାହାରକୁ ପଳାଇ ଆସିଥିଲେ । ଏହା ପରେ ତାଙ୍କ ଉପରେ କିଛି ତରଳ ପଦାର୍ଥ ପକାଇ ଓଦା କରିଦିଆଯା ଯାଇଥିବା ଜଣାପଡିଛି । ପୋଲିସର କହିବା ଅନୁଯାୟୀ ତାଙ୍କ ଦେହରେ ରଙ୍ଗ ପାଇଁ ବ୍ୟବହୃତ ହେଉଥିବା ଥିନର ଢଳାଯାଇଥିଲା। ସିସିଟିଭିରେ କଏଦ ହୋଇଥିବା ଭିଡିଓରେ ଦେଖାଯାଉଛି ଯେ ସେ ତାଙ୍କୁ କ୍ଷମା କରିବାକୁ ତାଙ୍କ ପିତା ସୁରେନ୍ଦ୍ରଙ୍କ ନିକଟରେ ବାରମ୍ବାର ନିବେଦନ କରୁଥିଲେ,ହେଲେ ଉତ୍ୟକ୍ତ ବାପା ଆକୁଳ ପୁଅର କଥା ଶୁଣିବାକୁ ପ୍ରସ୍ତୁତ ନଥିଲେ । ପରେ ବାପା ଏକ ଦିଆସିଲ୍ କାଠି ଜଳାଇ ତାଙ୍କ ଉପରେ ପକାଇ ଦେଇଛନ୍ତି । ଏହି ସମୟରେ ସେଠାରେ ଥିବା ଲୋକ ମାନେ ଅର୍ପିତଙ୍କ ପିତାଙ୍କୁ ଅଟକାଇବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି ।

ଫୁଟେଜରେ ଆର୍ପିତଙ୍କ ପୋଷାକରେ ନିଆଁ ଲାଗିବା ପରେ ସେ ଏଣେ ତେଣେ ଦୌଡୁଥିବାର ଦେଖିବାକୁ ମିଳିଛି । ପରେ ପଡୋଶୀଙ୍କ ସହାୟତାରେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା । ଯେଉଁଠାରେ ଦୁଇ ଦିନ ଧରି ଜୀବନ ଯୁଦ୍ଧରେ ଯୁଦ୍ଧ କରୁଥିବାବେଳେ ଗୁରୁବାର ଅର୍ପିତଙ୍କର ମୃତ୍ୟୁ ହୋଇଥିଲା । ପଡୋଶୀଙ୍କ ଅଭିଯୋଗରେ ପୋଲିସ ଏହି ଏହି ସୈତାନ ବାପାଙ୍କୁ ଗିରଫ କରିଥିଲା।

ସୂଚନାନୁସାରେ, ସୁରେନ୍ଦ୍ରଙ୍କର ଏକ ବ୍ୟବସାୟ ରହିଛି। ଯେତେବେଳେ ଆର୍ପିତ ଦୋକାନ ଚଳାଉଥିଲେ ତାଙ୍କ ପିତାଙ୍କ ଦାବି ଅନୁଯାୟୀ ୧.୫ କୋଟି ଟଙ୍କାର ହିସାବ ଦେଇପାରିନଥିଲେ ତେଣୁ ଏହି ବିତର୍କ ଆରମ୍ଭ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.