ଲୋକସଭା ନିର୍ବାଚନ: ସମାଜବାଦୀ ପାର୍ଟି ଜାରି କଲା ୧୬ ପ୍ରାର୍ଥୀଙ୍କ ପ୍ରଥମ ତାଲିକା, ମେନପୁରୀରୁ ଲଢ଼ିବେ ଡିମ୍ପଲ ଯାଦବ

ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟି ଲୋକସଭା ନିର୍ବାଚନ ପାଇଁ ନିଜର ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଛି । ଦଳ ଏହି ତାଲିକାରେ ୧୬ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ।

ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟି ଲୋକସଭା ନିର୍ବାଚନ ପାଇଁ ନିଜର ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଛି । ଦଳ ଏହି ତାଲିକାରେ ୧୬ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ସପା ଅଖିଳେଶ ଯାଦବଙ୍କ ପତ୍ନୀ ଡିମ୍ପଲ ଯାଦବଙ୍କୁ ମେନପୁରୀରୁ ପ୍ରାର୍ଥୀ ଭାବରେ ଛିଡ଼ା କରାଇଛି । ଏହିପରି ଧର୍ମେନ୍ଦ୍ର ଯାଦବ ଓ ଅକ୍ଷୟ ଯାଦବଙ୍କ ଭଳି ବଡ଼ ନେତାଙ୍କ ଆସନ ମଧ୍ୟ ଘୋଷଣା କରାଯାଇଛି ।

ଫିରୋଜାବାଦ ଆସନରୁ ଅକ୍ଷୟ ଯାଦବଙ୍କ ନାମ ଘୋଷଣା କରାଯାଇଥିବା ବେଳେ ବନ୍ଦାୟୁ ଆସନରୁ ନିର୍ବାଚନ ଲଢ଼ିବେ ଧର୍ମେନ୍ଦ୍ର ଯାଦବ । ଏହିପରି ସମ୍ଭଲ ଲୋକସଭା ଆସନରୁ ବରିଷ୍ଠ ନେତା ଶଫିକୁର ରେହମାନ ବର୍କଙ୍କୁ ଦଳ ମୈଦାନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛି ।

ଲୋକସଭା ନିର୍ବାଚନ ଦୃଷ୍ଟିରୁ ଦେଶର ସମସ୍ତ ରାଜନୈତିକ ଦଳ ପାଇଁ ଉତ୍ତର ପ୍ରଦେଶ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ । ଏହିଠାରୁ ସର୍ବାଧିକ ୮୦ଟି ଲୋକସଭା ଆସନ ଆସିଥାଏ । ଏଥିପାଇଁ ରାଜନୀତିରେ କଥା ରହିଛି କି, ୟୁପିରୁ ହିଁ ଦିଲ୍ଲୀର ଯାତ୍ରା ଆରମ୍ଭ ହୋଇଥାଏ ।

ତେବେ ଯଦି ଗତଥରର ନିର୍ବାଚନ ଫଳାଫଳ ଉପରେ ନଜର ପକାଇବା, ତା’ ହେଲେ ୟୁପିରେ ବିଜେପି ବମ୍ପର ଆସନ ଜିତିଥିଲା । ବିଜେପି ଲୋକସଭାର ୮୦ଟି ଆସନ ମଧ୍ୟରୁ ୬୨ଟି ଆସନରେ ବିଜୟ ହାସଲ କରିଥିଲା । ସେପଟେ ସମାଜବାଦୀ ପାର୍ଟି ହାତକୁ ମାତ୍ର ୫ଟି ଆସନ ଆସିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.