Below header

କେରଳରୁ ଦ୍ୱିତୀୟ ମଙ୍କିପକ୍ସ ମାମଲା ଚିହ୍ନଟ, ସତର୍କ କରାଇଲେ ସରକାର

କେନ୍ୟୁଜ୍(ବ୍ୟୁରୋ): ଡରାଇଲାଣି ମଙ୍କିପକ୍ସ ସଂକ୍ରମଣ । କେରଳରୁ ଦ୍ୱିତୀୟ ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଛି । କନ୍ନୁର ଜିଲ୍ଲାରୁ ନୂଆ ସଂକ୍ରମିତ ଚିହ୍ନଟ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି । ୩୧ବର୍ଷିୟ ଆକ୍ରାନ୍ତ ପାରିୟାରମ ମେଡିକାଲ କଲେଜରେ ଚିକିତ୍ସିତ ହେଉଥିବା କହିଛନ୍ତି କେରଳ ସ୍ୱାସ୍ଥ୍ୟ ମନ୍ତ୍ରୀ ବୀଣା ଜର୍ଜ। ସଂକ୍ରମିତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସେ କହିଛନ୍ତି। ଡାକ୍ତରୀ ଟିମ୍‌ ତାଙ୍କୁ ନୀରିକ୍ଷଣରେ ରଖିଥିବା କହିଛନ୍ତି ବୀଣା। ଜୁଲାଇ ୧୪ ତାରିଖରେ କୋଲମରୁ ପ୍ରଥମ ସଂକ୍ରମିତ ଚିହ୍ନଟ ହୋଇଥିଲେ।

ସଂକ୍ରମିତ ବ୍ୟକ୍ତି ଜଣଙ୍କ ୟୁଏଇରୁ ଫେରିଥିଲେ। ଗତ ୧୨ ତାରିଖରେ ୟୁଏଇରୁ ଫେରି ତ୍ରିଭେନ୍ଦ୍ରମ୍‌ ଏୟାରପୋର୍ଟରେ ପହଞ୍ଚିଥିଲେ। ସେପଟେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ଆଇସିଏମ୍‌ଆର ଗାଇଡ୍‌ଲାଇନ୍‌ ଅନୁଯାୟୀ ସମସ୍ତ ପଦକ୍ଷେପ ନିଆଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.