ଆଜିଠୁ ରାମଙ୍କ ତୀର୍ଥ ବୁଲାଇବ ଶ୍ରୀରାମାୟଣ ଏକ୍ସପ୍ରେସ୍, ଭାରତରୁ ଶ୍ରୀଲଙ୍କା

ଭାରତୀୟ ରେଳବାଇ ପକ୍ଷରୁ ଆଜି ଠାରୁ ଶୁଭାରମ୍ଭ ହେଉଛି ଶ୍ରୀରାମାୟଣ ଏକ୍ସପ୍ରେସ। ଏହି ପ୍ରଥମ ଟ୍ରେନଟି ଦିଲ୍ଲୀର ସଫଦରଜଙ୍ଗ ରେଲୱେ ଷ୍ଟେସନରୁ ବାହାରିବ। ୧୬ ଦିନର ଯାତ୍ରାରେ ଭଗବାନ ରାମଙ୍କ ଜୀବନକୁ ନେଇ ଜଡିତ ସବୁ ସ୍ଥାନକୁ ଲୋକମାନେ ଏହି ରେଳ ଯାତ୍ରା ସମୟରେ ଦର୍ଶନ କରିପାରିବେ। ଭାରତରୁ ଶ୍ରୀଲଙ୍କା ସମେତ ବିଭିନ୍ନ ଜାଗା ବୁଲିବାର ବ୍ୟବସ୍ଥା କରାଯାଇଛି । ଏଥିରେ ଧର୍ମଶାଳା ଆଦିରେ ରହିବା, ଖାଇବା ଏବଂ ପାଖାପାଖି ପଡୁଥିବା ଅନ୍ୟ ଦର୍ଶନୀୟ ସ୍ଥାନ ବୁଲିବାର ସୁବିଧା ରହିଛି ।

ନଭେମ୍ବର ୧୪ ପରେ ଏହିଭଳି ଆଉ ୩ଟି ସ୍ବତନ୍ତ୍ର ଟ୍ରେନ ନଭେମ୍ବର ୨୨ରେ ରାଜସ୍ଥାନ ଜୟପୁରରୁ ଛାଡ଼ିବ । ଯାହାର ବୁକିଙ୍ଗ ଚାଲୁ ରହିଛି।

ପ୍ୟାକେଜ୍ ୧୫,୧୨୦ ଟଙ୍କା

ଶ୍ରୀରାମାୟଣ ଏକ୍ସପ୍ରେସରେ ଦେଶର ତୀର୍ଥ ସ୍ଥାନକୁ ଯାତ୍ରା କରିବା ପାଇଁ ଟିକେଟ୍ ମୂଲ୍ୟ ପ୍ରତି ବ୍ୟକ୍ତି ପିଛା ୧୫,୧୨୦ ଟଙ୍କା ରଖାଯାଇଛି । ଟ୍ରେନ ଦ୍ବାରା ଏହି ଯାତ୍ରା ୫ ରାତି ଓ ୬ ଦିନର ହେବ। ଏହି ମୂଲ୍ୟ ଭିତରେ ଯାତ୍ରୀଙ୍କର ରହିବା, ଯିବା ଆସିବା, ଖାଇବା ମଧ୍ୟ ସାମିଲ ଅଛି। ଏହା ସହିତ ଯେଉଁ ଯାତ୍ରୀମାନେ ଶ୍ରୀଲଙ୍କା ଯାତ୍ରା କରିବେ ସେହି ଯାତ୍ରୀଙ୍କୁ ପ୍ରତି ବ୍ୟକ୍ତି ପିଛା ୩୬,୯୭୦ ଟଙ୍କା ଅଲଗା ଦେବାକୁ ହେବ। ନଭେମ୍ବର ୧୪ରେ ଦିଲ୍ଲୀର ସଫଦରଜଙ୍ଗ ରେଳ ଷ୍ଟେସନରୁ ବାହାରି ଟ୍ରେନ ପ୍ରଥମେ ଅଯୋଧ୍ୟା ଯିବ ଏବଂ ସେଠାରୁ ବାରାଣସୀ, ପ୍ରୟାଗ, ଚିତ୍ରକୁଟ, ନାସିକ ଏବଂ ହଂପୀ ହୋଇ ରାମେଶ୍ବରମ୍ ପର୍ଯ୍ଯନ୍ତ ଯିବ। ଏହାଛଡା ଯେଉଁ ଯା ମାନଙ୍କୁ ଶ୍ରୀଲଙ୍କା ଯାତ୍ରା କରିବାର ଅଛି ସେମାନେ ରାମେଶ୍ବରରୁ ଉଡାଜାହାଜ ଦ୍ବାରା ଯାଇପାରିବେ।

 

ଚେନ୍ନାଇରୁ ମିଳିବ ଫ୍ଲାଇଟ :

ଶ୍ରୀଲଙ୍କା ଯାତ୍ରା କରିବାକୁ ଥିବା ଯାତ୍ରୀଙ୍କୁ ଚେନ୍ନାଇରୁ କୋଲାପୁର ପାଇଁ ଫ୍ଲାଇଟ ଧରିବାକୁ ପଡିବ। ଶ୍ରୀଲଙ୍କାରେ ଯାତ୍ରୀଙ୍କ ପାଇଁ ୩ ରାତି ଏବଂ ୩ ଦିନ ରହିବାର ବ୍ୟବସ୍ଥା କରାଯିବ। ସେଠାରେ କାଣ୍ଡି, ନୁବାରା ଏଲିୟା ଏବଂ ନେଗୋମ୍ବୋ ସ୍ଥିତ ଧାର୍ମିକ ସ୍ଥଳଗୁଡିକୁ ସେମାନଙ୍କୁ ଦର୍ଶନ ପାଇଁ ନିଆଯିବ।

tejas

ଏମିତି ବୁକ କରନ୍ତୁ ଟିକେଟ୍ :

-ଶ୍ରୀ ରାମାୟଣ ଏକ୍ସପ୍ରେସରେ ଏକାଥରେ ୮୦୦ ଲୋକ ଯାତ୍ରା କରିପାରିବେ। ଯଦି ଆପଣ ଟିକେଟ୍ କରିବାକୁ ଚାହୁଁଛନ୍ତି ତେବେ IRCTC Tourism ୱେବସାଇଟରେ ଯାଇ ବୁକ କରି ପାରିବେ।

-ସର୍ବପ୍ରଥମେ ଆଇଆରସିଟିସି ଟୁରିଜିମ ୱେବସାଇଟକୁ (www.irctctourism.com)କୁ ଯିବାକୁ ହେବ।

-ଏହା ପରେ ଡାହାଣ ପାର୍ଶ୍ବରେ ଦିଆଯାଇଥିବା ଲଗଇନ୍ ଉପରେ କ୍ଲିକ କରନ୍ତୁ । ନିଜର ଆଇଆରସିଟିସି ଆକାଉଣ୍ଟର ୟୁଜର ନେମ ଏବଂ ପାସୱାର୍ଡ ଦେଇ ଲଗଇନ କରନ୍ତୁ।

-ଏହାପରେ ସର୍ଚ୍ଚ ବକ୍ସରେ  Shri Ramayan Yatra ଟାଇପ କରନ୍ତୁ ଏବଂ NZBD230 କୋଡ ବିଶିଷ୍ଟ ପ୍ୟାକେଜକୁ ସିଲେକ୍ଟ କରନ୍ତୁ।

-ଏବେ ଯଦି ପ୍ୟାକେଜର ଡିଟେଲ୍ସ ଦେଖିବାକୁ ଚାହୁଁଛନ୍ତି ତେବେ ବୁକ୍ ଅପସନ୍ ଉପରେ କ୍ଲିକ କରି ଆଗକୁ ବଢ଼ନ୍ତୁ।

agartala-new-delhi-rajdhai-express

-ପରବର୍ତ୍ତୀ ପର‌୍ୟ୍ୟୟରେ ଆପଣଙ୍କୁ ଯାତ୍ରା ଆରମ୍ଭ କରିବାର ତାରିଖ, ବୋର୍ଡିଙ୍ଗ ଷ୍ଟେସନ ଏବଂ ଯାତ୍ରୀଙ୍କର ସଂଖ୍ୟା ପଚରାଯିବ। ଯାହାକୁ ସିଲେକ୍ଟ କରି Continue ଉପରେ କ୍ଲିକ କରି ଦିଅନ୍ତୁ।

 

 

-ପରବର୍ତ୍ତୀ ପେଜ ଖୋଲିବା ପରେ ଯାତ୍ରୀଙ୍କର ନାମ, ବୟସ, ଲିଙ୍ଗ, ନୋମିନି ଡିଟେଲ୍ସ ଏବଂ ଯୋଗାଯୋଗ ଭଳି ତଥ୍ୟ ସମ୍ପର୍କରେ ପ୍ରଶ୍ନ କରାଯିବ। ଯାହାକୁ ଫିଲଅପ୍ କରିବା ପରେ ସବମିଟ କରିବାକୁ ପଡିବ।

-ଏହାପରେ ଯାତ୍ରୀଙ୍କୁ ବୁକିଙ୍ଗ ସମରୀ ଦେଖାଯିବ। ଯେଉଁଠି ଟର୍ମ ଏବଂ କଣ୍ଡିସନ ସାମ୍ନାରେ ଦିଆଯାଇଥିବା ବକ୍ସରେ ଏଗ୍ରୀ ଉପରେ ଟିକ୍ କରନ୍ତୁ ଏବଂ Make Payment  ଉପରେ ସିଲେକ୍ଟ କରି ପେମେଣ୍ଟ ପେଜକୁ ଯାଆନ୍ତୁ।

ramayan-express-delhi

-ପେମେଣ୍ଟ ପେଜରେ ଆପଣ ନେଟ ବ୍ୟାକିଙ୍ଗ୍, କ୍ରେଡିଟ କିମ୍ବା ଡେବିଟ କାର୍ଡ, ଭୀମ ବା ୟୁପିଆଇ, ଇ-ୱାଲେଟ ସାହାଯ୍ୟରେ ୧୫,୧୨୦ ଟଙ୍କା ପେମେଣ୍ଟ କରନ୍ତୁ।

-ପେମେଣ୍ଟ ସକସେସଫୁଲ ହେବା ପରେ ପେମେଣ୍ଟ ଗେଟୱେ ଆପଣଙ୍କୁ ପେଜରେ ରିଡାଇରେକ୍ଟ କରିଦିଆଯିବ। ଯେଉଁଠି ଯାତ୍ରୀଙ୍କୁ ତାଙ୍କ ଟିକେଟ ଦେଖାଯିବ। ଯାତ୍ରୀ ଏହାର ପ୍ରିଣ୍ଟ ଆଉଟ ନେଇ ଯାତ୍ରା କରିପାରିବେ।

-ଯଦି ଶ୍ରୀଲଙ୍କା ମଧ୍ୟ ଯିବାକୁ ଚାହୁଁଛନ୍ତି ତେବେ ଷ୍ଟେପ-୫ ପରେ ପ୍ୟାକେଜ ଡିଟେଲ୍ସକୁ ଯାଆନ୍ତୁ ଏବଂ ଏହାପରେ ତଳେ ଦିଆଯାଇଥିବା Optional Flight Tour: Shri Ramayana Yatra-Srilanka from Chennai, For Booking and Tour Details  ସେକ୍ସନରେ ଯାଇ ଫ୍ଲାଇଟ ବୁକ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.