ଚେହେରାରୁ ଜିଦି ଦାଗ ବାହାର କରିଦେବ ରସୁଣ , ଜାଣନ୍ତୁ ସଠିକ୍ ବ୍ୟବହାର

ଖାଦ୍ୟର ସ୍ବାଦ ବଢାଇବା ସହ ଅନେକ କାମରେ ଆସିଥାଏ ରସୁଣ । ଉଭୟ ସ୍ବାସ୍ଥ୍ୟ ଏବଂ ସୌନ୍ଦର୍ଯ୍ଯ ଏହାକୁ କରିପାରିବେ ବ୍ୟବହାର । ତେବେ ଆଜି ଆମେ ସୌନ୍ଦର୍ଯ୍ଯ ପାଇଁ ରସୁଣକୁ କେମିତି ବ୍ୟବହାର କରିବେ ତାହା ଜଣାଇବୁ । ସଠିକ୍ ଭାବରେ ବ୍ୟବହାର କଲେ ଚେହେରାରୁ ଦାଗ, କୁଞ୍ଚନ, ବ୍ରଣ ଏବଂ କେଶ ଝଡାରୁ ମିଳିବ ମୁକ୍ତି । ଏବେ ନଜର ପକାନ୍ତୁ କିପରି କରିବେ ବ୍ୟବହାର ।

ବ୍ଲାକହେଡ୍ କିମ୍ବା ହ୍ବାଇଟ୍ ହେଡ୍ :

ସ୍କ୍ରବରେ ରସୁଣ ପେଷ୍ଟ ମିଶାଇ ବ୍ୟବହାର କରନ୍ତୁ । ଏହା ଦ୍ବାରା ବ୍ଲାକାହେଡ୍ ଏବଂ ହ୍ବାଇଟହେଡରୁ ମୁକ୍ତି ମିଳିବା ସହ ଚେହେରାର ପୋର୍ସ ମଧ୍ୟ ସଫା ହୋଇଯିବ ।

ବ୍ରଣ :

ଯଦି ଆପଣଙ୍କ ଚେହେରାରେ ଅତ୍ୟଧିକ ବ୍ରଣ ହୋଇଛି ତେବେ ରସୁଣରେ ଭିନେଗାର ମିଶାଇ ଲଗାନ୍ତୁ । ଏହା ବ୍ୟତୀତ ଥଣ୍ଡା ପାଣି ସହ ଗୋଟିଏ ରସୁଣ ଖାଇଲେ ସୌନ୍ଦର‌୍ୟ୍ୟ ସହ ଜଡିତ ସମସ୍ୟା ଦୂର ହୋଇଥାଏ ।

କୁଞ୍ଚନ :

ପ୍ରତିଦିନ ସକାଳେ ଖାଲି ପେଟରେ ମହୁ ଏବଂ ଲେମ୍ବୁ ସହ ଗୋଟିଏ ରସୁଣ ଖାଆନ୍ତୁ । ଏପରି କଲେ ତ୍ବଚାର ଆଣ୍ଟି ଏଜିଙ୍ଗ୍ ସମସ୍ୟା ଦୂର ହୋଇଯିବ ।

ଷ୍ଟ୍ରେଚମାର୍କ :

ଯଦି ଆପଣ ଷ୍ଟ୍ରେଚ୍ ମାର୍କ ଯୋଗୁଁ ଚିନ୍ତିତ ତେବେ ତେଲରେ ରସୁଣ ପକାଇ ହଲକା ଉଷୁମ କରି ମସାଜ୍ କରନ୍ତୁ । ନିୟମିତ ଏପରି କଲେ ଷ୍ଟ୍ରେଚମାର୍କ ଦୂର ହୋଇଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.