ସବୁ ଦିନ ପାଇଁ WORK FROM HOME ! କର୍ମଚାରୀଙ୍କ ପାଇଁ ଏଭଳି ସୁବିଧା ଘୋଷଣା କଲା ଟ୍ଵିଟର

ଏବେ ସବୁ ଦିନ ପାଇଁ ଓ୍ଵାର୍କ ଫ୍ରମ୍ ହୋମ୍ କରିପାରିବେ କର୍ମଚାରୀ। ଏଭଳି ନିୟମ ଲାଗୁ କରିଛି ଟ୍ଵିଟର। ଟ୍ଵିଟର ମୁଖ୍ୟ ପରାଗ ଅଗ୍ରଓ୍ଵାଲ ଟ୍ଵିଟ୍ କରି ଏମିତି ଘୋଷଣା କରିଛନ୍ତି। ସେ କହିଛନ୍ତି, ତାଙ୍କ ସୋସିଆଲ ନେଟଓ୍ଵାର୍କିଂ କମ୍ପାନୀ ଚଳିତ ମାସ ଠାରୁ ଅଫିସ ଖୋଲିବାକୁ ଯାଉଛି। କିନ୍ତୁ ଯଦି କୌଣସି କର୍ମଚାରୀ ଅଫିସ ନ ଆସି ଘରେ କାମ କରିବାକୁ ଚାହୁଁଛନ୍ତି ତେବେ ସେ କରିପାରିବେ। ଏଥିରେ କୌଣସି ଅସୁବିଧା ନାହିଁ। ଅଫିସ୍ ଆସିବା ନ ଆସିବା ସମ୍ପୂର୍ଣ୍ଣ ରୂପେ କର୍ମଚାରୀଙ୍କ ଉପରେ ନିର୍ଭର କରୁଛି।
Here’s the announcement to the company about our approach and commitment to truly flexible work. pic.twitter.com/XPl86HuQqG
— Parag Agrawal (@paraga) March 3, 2022
ତେବେ ପରାଗ କର୍ମଚାରୀଙ୍କ ଅଫିସ ଆସିବା ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି। ତାଙ୍କ କହିବାନୁସାରେ, ଅଫିସରେ କାମ କରିବାଯୋଗ୍ୟ ପରିବେଶ ମିଳିବ। ଫଳରେ କର୍ମଚାରୀ ଆଉ ପ୍ରେସରରେ କାମ କରିବେ ନାହିଁ। ଅଫିସରେ କାମ କରିବା ଓ ଘରେ କାମ କରିବା ସମ୍ପୂର୍ଣ୍ଣ ଅଲଗା। ଅଫିସରେ ଆପଣ ସହକର୍ମୀଙ୍କ ସହ ମିଶି କାମକୁ ଉପଭୋଗ କରିଥାନ୍ତି। କିନ୍ତୁ ଘରେ ସେମିତି ହୋଇନଥାଏ। ମାତ୍ର ଯଦି କେହି ଘରେ ରହି ସେତିକି କାମ କରିପାରୁଛନ୍ତି, ଯେତିକି କମ୍ପାନୀ ଚାହୁଁଛି ତେବେ ଉକ୍ତ କର୍ମଚାରୀ ଘରେ ରହି କାମ କରିପାରିବେ।
3) Wherever you feel most productive and creative is where you will work and that includes WFH full-time forever. 4) Distributed working will be challenging. We’ll need to be proactive, intentional, learn, and adapt. 5) Thank you to the team who has supported us every day.
— Parag Agrawal (@paraga) March 3, 2022
ଟ୍ଵିଟର ସିଇଓ ପରାଗ ଅଗ୍ରଓ୍ଵାଲ କହିଛନ୍ତି, ମାର୍ଚ୍ଚ ୧୫ରୁ ସମସ୍ତ ଗ୍ଲୋବାଲ ଟ୍ଵିଟର ଅଫିସ ଖୋଲିଯିବ। ଏଣୁ କର୍ମଚାରୀଙ୍କ ଉପରେ ନିର୍ଭର କରୁଛି ସେ କେମିତି କାମ କରିବେ। ଯେଉଁଠାରୁ ଆପଣ ଅଧିକ ପ୍ରଡକ୍ଟିଭିଟି ଦେଇପାରୁଛନ୍ତି ସେଠାରୁ କାମ କରନ୍ତୁ। ଯଦି କର୍ମଚାରୀ ଚାହାନ୍ତି ତେବେ ତାଙ୍କୁ ସମ୍ପୂର୍ଣ୍ଣ ଓ୍ଵାର୍କ ଫ୍ରମ୍ ହୋମ୍ ସୁବିଧା ବି ଯୋଗାଇ ଦିଆଯାଇପାରିବ ବୋଲି କହିଛନ୍ତି ପରାଗ।
Also Read: ଖରାଦିନେ ମୁଣ୍ଡକୁ ଥଣ୍ଡା ରଖିବା ସହ ଏସବୁ ଫାଇଦା ଦିଏ ଚନ୍ଦନ ତେଲ, ନିଶ୍ଚୟ ଜାଣନ୍ତୁ