ଖରାଦିନେ ମୁଣ୍ଡକୁ ଥଣ୍ଡା ରଖିବା ସହ ଏସବୁ ଫାଇଦା ଦିଏ ଚନ୍ଦନ ତେଲ, ନିଶ୍ଚୟ ଜାଣନ୍ତୁ

ଆସିଲାଣି ଖରାଦିନ। ଗ୍ରୀଷ୍ମ ଋତୁ ଆରମ୍ଭ ନ ହେଉଣୁ ଏବେ ସୂର୍ଯ୍ୟ ଆସି ମୁଣ୍ଡ ଉପରେ ପହଞ୍ଚିଗଲେଣି। ସକାଳ ପ୍ରହରରୁ ବି ଘରୁ ବାହାରିବା ମୁସ୍କିଲ ହୋଇପଡ଼ୁଛି। ଏଭଳି ସ୍ଥିତିରେ ଥଣ୍ଡା ଥଣ୍ଡା ଜିନିଷ ଖାଇବାକୁ ଭାରି ଭଲ ଲାଗେ। ଆଉ ଯଦି କେହି ମୁଣ୍ଡରେ ଥଣ୍ଡା ତେଲ ଲଗାଇ ଦିଏ ତେବେ ଆରାମ ହିଁ ଆରାମ। ଖରାଦିନେ ଗରମରୁ ମୁକ୍ତି ପାଇବାକୁ ଆପଣ ଚନ୍ଦନ ତେଲ ବ୍ୟବହାର କରିପାରିବେ। ଏହା ଅତ୍ୟନ୍ତ ଶୀତଳ ହୋଇଥାଏ। ତ୍ୱଚା ପାଇଁ ତିଆରି ହେଉଥିବା ଅଧିକାଂଶ ପ୍ରଡକ୍ଟରେ ଚନ୍ଦନ ତେଲ ବ୍ୟବହାର କରାଯାଏ। ଚନ୍ଦନ ପାଉଡର ଲଗାଇବା ଦ୍ୱାରା ମଧ୍ୟ ଅନେକ ଫାଇଦା ମିଳେ। ତେବେ ଆସନ୍ତୁ ଜାଣିବା ଚନ୍ଦନ ତେଲ ବ୍ୟବହାର କଲେ ଆଉ କି କି ଲାଭ ମିଳେ…

  • ଚନ୍ଦନ ତେଲ ଲଗାଇବା ଦ୍ୱାରା ମାନସିକ ଚିନ୍ତା, ଅବସାଦ ଦୂର ହୋଇଥାଏ। ଚନ୍ଦନ ତେଲରେ ସାଣ୍ଟାଲଲ୍‌ ନାମକ ରାସାୟନିକ କମ୍ପାଉଣ୍ଡ ରହିଛି, ଯାହାକୁ ଶୁଂଘିଲେ ଚିନ୍ତା କମ୍‌ ହୋଇଥାଏ।
  • ରକ୍ତ ଚାପ ସମସ୍ୟା ଦେଇ ଗତି କରୁଥିଲେ, ଆପଣ ଚନ୍ଦନ ତେଲ ବ୍ୟବହାର କରିପାରିବେ। ଚନ୍ଦନ ତେଲର ବାସ୍ନା ହରମୋନ୍‌କୁ ଆକ୍ଟିଭ୍‌ କରିଥାଏ। ଫଳରେ ରକ୍ତ ସଞ୍ଚାଳନ ତ୍ୱରାନ୍ଵିତ ହୋଇଥାଏ।
  • ଶରୀରର ବିନ୍ଧାବିନ୍ଧି ଦୂର କରିବାରେ ମଧ୍ୟ ଚନ୍ଦନ ତେଲ ସାହାଯ୍ୟ କରେ। ଏହି ତେଲରେ ଆଣ୍ଟି ଇନ୍‌ଫ୍ଲେମେଟରୀ ଗୁଣ ରହିଛି। ଏହା ଶରୀର ଫୁଲା, ବିନ୍ଧାବିନ୍ଧି, ଦରଜ ଆଦି ଦୂର କରେ।
  • ଭଲ ନିଦ ହେଉନଥିଲେ, ମୁଣ୍ଡରେ ଚନ୍ଦନ ତେଲ ମାଲିସ କରନ୍ତୁ। ଏହା ଥଣ୍ଡା ହୋଇଥିବାରୁ ଆରାମରେ ନିଦ ହୋଇଯିବ।
  • ସେହିପରି ତ୍ୱଚା ପାଇଁ ବି ଚନ୍ଦନ ତେଲ ଖୁବ୍‌ ଉପକାରୀ ହୋଇଥାଏ। ଚନ୍ଦନ ତେଲରେ Sesquiterpene Alcohols ରହିଛି, ଯାହା ତ୍ୱଚାର ଚମକକୁ ବଢ଼ାଇଦିଏ। ଏଥିସହ ଚନ୍ଦନ ତେଲ ଦାଗ ସମସ୍ୟାକୁ ବି ଦୂର କରେ।

Also Read: ରହସ୍ୟ ଓ ରୋମାଞ୍ଚରେ ଭରି ରହିଛି ବିଦ୍ୟା ବାଲାନ୍‌ଙ୍କ ‘ଜଲସା’, ଦେଖନ୍ତୁ ଦମ୍‌ଦାର ଟ୍ରେଲର

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.