ଆପ୍‌କୁ ବଡ଼ ଝଟ୍‌କା, ଜୁନ୍‌ ୧୫ ସୁଦ୍ଧା ଦଳୀୟ କାର୍ଯ୍ୟାଳୟ ଖାଲି କରିବାକୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ

ସୁପ୍ରିମକୋର୍ଟ ଆମ୍ ଆଦମୀ ପାର୍ଟିକୁ ନିଜ କାର୍ଯ୍ୟାଳୟ ଖାଲି କରିବାକୁ କହିଛନ୍ତି । ଯଦିଓ ନିର୍ବାଚନକୁ ଦୃଷ୍ଟିରେ ରଖି କୋର୍ଟ ଜୁନ୍ ୧୫ ପର୍ଯ୍ୟନ୍ତ ତାରିଖ ଦେଇଛନ୍ତି ।

ସୁପ୍ରିମକୋର୍ଟ ଆମ୍ ଆଦମୀ ପାର୍ଟିକୁ ନିଜ କାର୍ଯ୍ୟାଳୟ ଖାଲି କରିବାକୁ କହିଛନ୍ତି । ଯଦିଓ ନିର୍ବାଚନକୁ ଦୃଷ୍ଟିରେ ରଖି କୋର୍ଟ ଜୁନ୍ ୧୫ ପର୍ଯ୍ୟନ୍ତ ତାରିଖ ଦେଇଛନ୍ତି । ଆପ୍‌ ବିରୋଧରେ ଏକ ଅଭିଯୋଗ ହୋଇଥିଲା ଯେ ପାର୍ଟିର କାର୍ଯ୍ୟାଳୟ ରାଉସ୍ ଆଭେନ୍ୟୁ କୋର୍ଟକୁ ଆବଣ୍ଟିତ ଜମିରେ ନିର୍ମାଣ ହୋଇଛି ।

ଏହି ମାମଲାରେ ହାଇକୋର୍ଟ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରି କାର୍ଯ୍ୟାଳୟ ଖାଲି କରିବାକୁ କହିଥିଲେ । ଏହି ନିଷ୍ପତ୍ତି ବିରୋଧରେ ଆପ୍‌ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ଏବେ ସୁପ୍ରିମକୋର୍ଟ କାର୍ଯ୍ୟାଳୟ ଖାଲି କରିବାକୁ କହିଛନ୍ତି । କୋର୍ଟ କହିଛନ୍ତି, ଆପ୍‌ ନୂତନ କାର୍ଯ୍ୟାଳୟ ପାଇଁ ସରକାରଙ୍କ ନିକଟରେ ଆବେଦନ କରିପାରିବ ।

ସମ୍ବନ୍ଧିତ ବିଭାଗ ଆପ୍‌ର ଆବେଦନ ଉପରେ ୪ ସପ୍ତାହ ମଧ୍ୟରେ ନିଷ୍ପତ୍ତି ନେବା ଉଚିତ୍ । କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଜମି ପୂର୍ବରୁ କୋର୍ଟକୁ ଆବଣ୍ଟିତ ରହିଛି । ଏହି ଜମି ଉପରେ ହାଇକୋର୍ଟ କର୍ମଚାରୀଙ୍କ ପାଇଁ ଆବାସିକ କମ୍ପ୍ଲେକ୍ସ ନିର୍ମାଣ କରାଯିବ । ସେଠାରେ ପାର୍ଟି ଅଫିସ୍ ଚଲାଇପାରିବ ନାହିଁ ।

ଏହାପୂର୍ବରୁ ଫେବୃୟାରୀ ୧୪ରେ ଏହି ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଅଭିଯୋଗ ରହିଛି କି, ଆପ୍‌ର କାର୍ଯ୍ୟାଳୟ ଦିଲ୍ଲୀ ହାଇକୋର୍ଟକୁ ଆବଣ୍ଟିତ ରାଉସ୍ ଆଭେନ୍ୟୁ ପ୍ଲଟରେ ଚାଲିଛି । ପୂର୍ବରୁ ଏଠାରେ ଦିଲ୍ଲୀ ପରିବହନ ମନ୍ତ୍ରୀଙ୍କ ବାସଭବନ ଥିଲା, କିନ୍ତୁ ପରେ ଆପ୍‌ ଏଠାରେ ନିଜର କାର୍ଯ୍ୟାଳୟ ତିଆରି କରିଥିଲା ।

ଏହି ମାମଲାରେ ଆପ୍‌ କହିଛି ଯେ ଆମେ ସୁପ୍ରିମ୍‌କୋର୍ଟଙ୍କ ପାଖରେ ବୈଧ ଦସ୍ତାବିଜ୍‌ ଉପସ୍ଥାପନ କରିବୁ । କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଭ୍ରମିତ କରୁଛନ୍ତି । ଏହି ଜମି ଦିଲ୍ଲୀ ସରକାର ଆପ୍‌କୁ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.