ସର୍ଜରୀ କରୁଥିଲା ରୋବର୍ଟ, ଟେକ୍ନୋଲୋଜି ନେଲା ମହିଳାଙ୍କ ଜୀବନ

ବ୍ୟକ୍ତି ଦାବି କରିଛନ୍ତି ଯେ ଏହି ହସ୍ପିଟାଲରେ ଥିବା ଏକ ରୋବଟ୍‌ ଯୋଗୁଁ ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁ ହୋଇଛି । ତାଙ୍କ ସ୍ତ୍ରୀ କ୍ୟାନ୍ସର ରୋଗରେ ପିଡ଼ିତ ଥିଲେ ତେଣୁ ସେ ଏହି ମେଡିକାଲରେ ତାଙ୍କ ସ୍ତ୍ରୀଙ୍କ ଚିକିତ୍ସା କରାଇଥିଲେ । କିନ୍ତୁ ମେଡିକାଲରେ ଥିବା ଏକ ସର୍ଜିକାଲ ରୋବଟ ପାଇଁ ତାଙ୍କ ସ୍ତ୍ରୀଙ୍କ ଜୀବନ ଯାଇଛି ।

ଆଜିର ଦୁନିଆ କେବଳ ଟେକ୍ନୋଲୋଜି ଉପରେ ନିର୍ଭର କରୁଛି । ଟେକ୍ନୋଲୋଜି ବିନା ଲୋକମାନେ ସେମାନଙ୍କର କୌଣସି କାର୍ଯ୍ୟ କରିପାରୁ ନାହାନ୍ତି । ବତ୍ତର୍ମାନ ସମୟରେ ପ୍ରାୟ ପ୍ରତ୍ୟେକ ହାତରେ ମୋବାଇଲ୍ ଫୋନ୍ ଥିବା ଦେଖାଯାଉଛି । ପ୍ରତ୍ୟେକ ଘରେ ଟିଭି, ଫ୍ରିଜ୍ ଏବଂ ଏସି-କୁଲର୍ ଅଛି ଯାହା ବିନା ଲୋକମାନେ ରହିବା ଅସମ୍ଭବ ହୋଇପଡ଼ିଲାଣି । ବର୍ତ୍ତମାନ ଏହି ଟେକ୍ନୋଲୋଜି ଏକ ନୂଆ ଦୁନିଆ ସୃଷ୍ଟି କରିବାକୁ ଯାଉଛି ଯେଉଁଥିରେ ମଣିଷକୁ ଅଧିକ କାମ କରିବାକୁ ପଡିବ ନାହିଁ ଏବଂ ମେସିନ୍ ହିଁ ସବୁ କାମ କରିପାରିବ । କିନ୍ତୁ ଏହି ଟେକ୍ନୋଲୋଜି ବେଳେବେଳେ ମଣିଷ ଉପରେ ମଧ୍ୟ ଭାରୀ ହୋଇପାରେ । ଫ୍ଲୋରିଡାରେ ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି, ଯାହା ଲୋକଙ୍କୁ ଚିନ୍ତାରେ ପକାଇଛି ।

ଏଠାରେ ରହୁଥିବା ଜଣେ ବ୍ୟକ୍ତି ଏକ ମେଡିକାଲ୍ ଉପରେ ଅଭିଯୋଗ କରିଛନ୍ତି ଏବଂ ସେ ଦାବି କରିଛନ୍ତି ଯେ ଏହି ହସ୍ପିଟାଲରେ ଥିବା ଏକ ରୋବଟ୍‌ ଯୋଗୁଁ ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁ ହୋଇଛି । ତାଙ୍କ ସ୍ତ୍ରୀ କ୍ୟାନ୍ସର ରୋଗରେ ପିଡ଼ିତ ଥିଲେ ତେଣୁ ସେ ଏହି ମେଡିକାଲରେ ତାଙ୍କ ସ୍ତ୍ରୀଙ୍କ ଚିକିତ୍ସା କରାଇଥିଲେ । କିନ୍ତୁ ମେଡିକାଲରେ ଥିବା ଏକ ସର୍ଜିକାଲ ରୋବଟ ପାଇଁ ତାଙ୍କ ସ୍ତ୍ରୀଙ୍କ ଜୀବନ ଯାଇଛି । ଏହି ରୋବଟ ତାଙ୍କ ପତ୍ନୀଙ୍କ ଅଙ୍ଗକୁ କଣା କରିଥିଲା ଫଳରେ ତାଙ୍କର ମୃତ୍ୟୁ ହୋଇଛି । ରିପୋର୍ଟ ଅନୁସାରେ ହାର୍ଭେ ସଲ୍ଟଜର ନାମକ ଜଣେ ବ୍ୟକ୍ତି ଫେବୃଆରୀ ୬ ରେ ଏକ ଅଭିଯୋଗ ଆଣିଥିଲେ, ଯେଉଁଥିରେ କମ୍ପାନୀର ସର୍ଜିକାଲ୍ ରୋବଟ୍ ଦ୍ୱାରା କରାଯାଇଥିବା ଅସ୍ତ୍ରୋପଚାର ପରେ ତାଙ୍କ ସ୍ତ୍ରୀଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ହୋଇଥିଲା । ଏହି ଚିକିତ୍ସା ପରେ ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁ ହୋଇଛି ବୋଲି ସେ ଅଭିଯୋଗ କରିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ହାର୍ଭେଙ୍କ ସ୍ତ୍ରୀ ସେଣ୍ଡ୍ରା ୨୦୨୧ ମସିହା ସେପ୍ଟେମ୍ବରରେ ଏକ ଡାକ୍ତରଖାନାରେ ଅପରେସନ କରିଥିଲେ । ଏହି ଅପରେସନ ସମୟରେ ରିମୋଟ୍ କଣ୍ଟ୍ରୋଲ ଡିଭାଇସ୍‌ ବା ଦା ଭିନ୍ସି ରୋବଟ୍ ସାହାଯ୍ୟରେ ମହିଳାଙ୍କର କୋଲୋନ୍ କ୍ୟାନ୍ସର ରୋଗର ଚିକିତ୍ସା କରାଯାଇଥିଲା । ଏହି ରୋବଟ୍ କୁ ନେଇ କମ୍ପାନୀ ଦ୍ୱାରା ଏକ ବିଜ୍ଞାପନ ଦିଆଯାଇଥିଲା ଯେଉଁଥିରେ ଦାବି କରାଯାଇଥିଲା ଯେ ଏହି ରୋବଟ୍ ସହଜରେ କାମ କରିପାରିବ । ଡାକ୍ତରମାନେ କରିପାରୁନଥିବା କାମକୁ ବି ଏ ରୋବଟ ଅତି ସହଜରେ କରିପାରିବ । ଅଭିଯୋଗ ଅନୁସାରେ ଉକ୍ତ ରୋବଟ୍ ମହିଳାଙ୍କ କ୍ଷୁଦ୍ର ଅନ୍ତନଳୀରେ ଏକ କଣା ସୃଷ୍ଟି କରିଥିଲା । ଯେଉଁଥିପାଇଁ ତାଙ୍କୁ ଅନେକ ସର୍ଜରୀ କରିବାକୁ ପଡିଥିଲା ।

କିନ୍ତୁ ଏହି ସମସ୍ତ ସର୍ଜରୀ ପରେ ମଧ୍ୟ ମହିଳାଙ୍କ ପେଟ ଯନ୍ତ୍ରଣା କମି ନଥିଲା ଏବଂ ଏହି ସମୟରେ ସେ ଜ୍ୱରରେ ପଡ଼ିଲେ । ପରେ ଫେବୃଆରୀ ୨୦୨୨ରେ ତାଙ୍କର ମୃତ୍ୟୁ ହୋଇଥିଲା । ଅଭିଯୋଗ ଅନୁସାରେ ରୋବଟ୍ ରେ ଇନସୁଲେସନ୍ ସମ୍ବନ୍ଧୀୟ ସମସ୍ୟା ରହିଛି ଯାହା ଦ୍ୱାରା ଏହା ମଣିଷ ଶରୀରର ଭିତର ଅଙ୍ଗକୁ ଜାଳି ଦେଇପାରେ । କିନ୍ତୁ ରୋବଟ୍‌ ର ଏହି ସମସ୍ୟା ବିଷୟରେ ହସ୍ପିଟାଲ ପକ୍ଷରୁ କୌଣସି ସୂଚନା ପ୍ରକାଶ କରାଯାଇ ନଥିଲା ଯେଉଁଥିପାଇଁ ମହିଳାଙ୍କ ମୃତ୍ୟୁ ଘଟିଛି । ମହିଳାଙ୍କ ସ୍ୱାମୀ ହସ୍ପିଟାଲ ନାଁରେ ଅଭିଯୋଗ କରିବା ସହ ୭୫ ହଜାର ଡଲାର୍ କ୍ଷତିପୂରଣ ଦାବି କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.