Below header

ମ୍ୟାଚ୍‌ ଚାଲିଥିବା ବେଳେ ନିୟନ୍ତ୍ରଣ ହରାଇ ବସିଲେ ଦମ୍ପତି; ଖୋଲା ଷ୍ଟାଡିୟମ୍‌ରେ ରଖିଲେ ଶାରୀରିକ ସମ୍ବନ୍ଧ…! ହୋଇପାରେ ୬ ମାସ ଜେଲ୍‌

ବେସ୍‌ବଲ ମ୍ୟାଚ୍‌ ଚାଲିଥିବା ବେଳେ ଏକ ଦମ୍ପତି ଖୋଲା ଷ୍ଟାଡିୟମ୍‌ରେ ଲଜ୍ଜାଜନକ କାଣ୍ଡ କରି ବସିଥିଲେ, ଯାହାକୁ ନେଇ ବର୍ତ୍ତମାନ ସେମାନଙ୍କୁ ୬ ମାସ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିପାରେ। ଘଟଣା ଘଟିଛି ଆମେରିକାରେ। ଷ୍ଟାଡିୟମ୍‌ର ଷ୍ଟାଣ୍ଡ୍‌ରେ ଶାରୀରିକ ସମ୍ବନ୍ଧ ରଖିବା ନେଇ ଦମ୍ପତିଙ୍କ ବିରୋଧରେ ଗୁରୁତର ଅଭିଯୋଗ ହୋଇଛି। ଏବେ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

ମିଳିଥିବା ସୂଚନା ମୁତାବକ, ଗତ ୨୧ ତାରିଖରେ ଏଠାରେ ଏକ ବେସ୍‌ବଲ ମ୍ୟାଚ୍‌ ଚାଲିଥିଲା। କାଲିଫର୍ନିଆର ରିଙ୍ଗସେଣ୍ଟ୍ରାଲ କୋଲିଜିୟମ୍‌ ଷ୍ଟାଡିୟମ୍‌ରେ ମ୍ୟାଚ୍‌ର ଆୟୋଜନ ହୋଇଥିଲା। କିନ୍ତୁ ଏହି ସମୟରେ ଷ୍ଟାଡିୟମ୍‌ ଅଧା ଖାଲି ଥିଲା ଏବଂ ଷ୍ଟାଣ୍ଡର ଗୋଟିଏ କୋଣରେ ଉକ୍ତ ଦମ୍ପତି ବସିଥିଲେ।

ସୋସିଆଲ ମିଡିଆରେ ୫ ସେକେଣ୍ଡ୍‌ର ଭିଡିଓ ଭାଇରାଲ ହେବା ପରେ ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ଭିଡିଓରେ ଦେଖିବାକୁ ମିଳୁଛି, ଦର୍ଶକମାନଙ୍କ ଚିୟର୍ସ ଭିତରେ ଦମ୍ପତି ସେକ୍ସ ଆକ୍ଟ କରିବା ଆରମ୍ଭ କରୁଛନ୍ତି। ଅନୁମାନ କରାଯାଉଛି, ଦମ୍ପତିଙ୍କ ସମ୍ମୁଖ ଷ୍ଟାଣ୍ଡ୍‌ରେ ବସିଥିବା କେହି ଜଣେ ସେମାନଙ୍କ ଭିଡିଓ ରେକର୍ଡ କରି ତାହାକୁ ସୋସିଆଲ ମିଡିଆରେ ଭାଇରାଲ କରି ଦେଇଛନ୍ତି।

ଟ୍ଵିଟରରେ ସେୟାର ହୋଇଥିବା ଏହି ଭିଡିଓକୁ ଏ ପର୍ଯ୍ୟନ୍ତ ୨୩ ଲକ୍ଷରୁ ଅଧିକ ଥର ଦେଖାଯାଇ ସାରିଲାଣି। ଜଣେ ୟୁଜର ଲେଖିଛନ୍ତି, ‘ସେମାନଙ୍କ ବାପା, ମାଆ ସେମାନଙ୍କୁ ନେଇ ଗର୍ବ କରୁଥିବେ’। ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ‘ଫିଲ୍ଡରୁ ଅଧିକ ଆକ୍ସନ ଷ୍ଟାଣ୍ଡ୍‌ରେ ହେଉଛି’।

ଏବେ ଏହି ମାମଲାକୁ ନେଇ ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରି ଦେଇଛି। ମାମଲାର ତଦନ୍ତ ଚାଲିଛି। ଖୁବ୍‌ଶୀଘ୍ର ଦମ୍ପତିଙ୍କୁ ଗିରଫ କରାଯିବ ବୋଲି ପୋଲିସ କହିଛି। ଏକ ରିପୋର୍ଟ ମୁତାବକ, ଯଦି ଦମ୍ପତି ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ସେମାନଙ୍କୁ ୬ ମାସ ଜେଲ୍‌ ହୋଇପାରେ ନଚେତ୍‌ ୮୦ ହଜାର ଟଙ୍କା ଜରିମାନା ଲାଗିପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.