ଆଜି ସୁପ୍ରିମକୋର୍ଟରେ ହେବ ଭାରତୀୟ ଷ୍ଟେଟ ବ୍ୟାଙ୍କ ଆବେଦନର ଶୁଣାଣି

ଆଜି ସୁପ୍ରିମକୋର୍ଟରେ ହେବ ଭାରତୀୟ ଷ୍ଟେଟ ବ୍ୟାଙ୍କ ଆବେଦନର ଶୁଣାଣି । ମୁଖ୍ୟ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡଙ୍କ ଅଧ୍ଯକ୍ଷତାରେ ଗଠିତ ପାଞ୍ଚ ଜଣିଆ ଖଣ୍ଡପୀଠ ଆବେଦନର ଶୁଣାଣି କରିବେ । ଏଥିସହ ଷ୍ଟେଟ ବ୍ୟାଙ୍କ ବିରୋଧରେ ହୋଇଥିବା ଏକ ଅଦାଲତ ଅବମାନନା ଅଭିଯୋଗର ମଧ୍ୟ ଶୁଣାଣି ହେବ ।

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟରେ ହେବ ଭାରତୀୟ ଷ୍ଟେଟ ବ୍ୟାଙ୍କ ଆବେଦନର ଶୁଣାଣି । ମୁଖ୍ୟ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ପାଞ୍ଚ ଜଣିଆ ଖଣ୍ଡପୀଠ ଆବେଦନର ଶୁଣାଣି କରିବେ । ଏଥିସହ ଷ୍ଟେଟ ବ୍ୟାଙ୍କ ବିରୋଧରେ ହୋଇଥିବା ଏକ ଅଦାଲତ ଅବମାନନା ଅଭିଯୋଗର ମଧ୍ୟ ଶୁଣାଣି ହେବ ।

ଗତ ମାର୍ଚ୍ଚ ୪ ତାରିଖରେ ଇଲେକ୍ଟୋରାଲ୍ ବଣ୍ଡ ସମ୍ପର୍କିତ ତଥ୍ୟ ନିର୍ବାଚନ କମିଶନଙ୍କୁ ପ୍ରଦାନ ସମୟସୀମାକି ଜୁନ ୩୦ ଯାଏ ବୃଦ୍ଧି କରିବାକୁ ଆବେଦନ କରିଥିଲା ଷ୍ଟେଟ ବ୍ୟାଙ୍କ । ତେବେ ମାର୍ଚ୍ଚ ୬ ତାରିଖ ସୁଦ୍ଧା ଭାରତୀୟ ଷ୍ଟେଟ ବ୍ୟାଙ୍କ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିନଥିବାରୁ ସ୍ୱେଚ୍ଛାସେବୀ ସଂଗଠନ ADR ପକ୍ଷରୁ ଅଦାଲତ ଅବମାନନା ଅଭିଯୋଗ ହୋଇଛି ।

ଆଜି ଏହି ଦୁଇଟି ମାମଲାର ଶୁଣାଣି ହେବ। ଗତ ଫେବୃଆରୀ ୧୬ ତାରିଖରେ ଇଲେକ୍ଟୋରାଲ୍ ବଣ୍ଡକୁ ଅସିଦ୍ଧ ଘୋଷଣା କରିଥିଲେ ସୁପ୍ରିମକୋର୍ଟ । ଏଥିସହ ମାର୍ଚ୍ଚ ୬ ତାରିଖ ସୁଦ୍ଧା ତଥ୍ୟ ପ୍ରଦାନ ପାଇଁ ଷ୍ଟେଟ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଥିଲେ। ମାର୍ଚ୍ଚ ୧୩ ତାରିଖ ସୁଦ୍ଧା ନିର୍ବାଚନ କମିଶନ ସମସ୍ତ ତଥ୍ୟ ନିଜ ୱେବସାଇଟରେ ପ୍ରଦର୍ଶିତ କରିବାକୁ କହିଥିଲେ ସର୍ବୋଚ୍ଚ ଅଦାଲତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.