ପଶ୍ଚିମବଙ୍ଗରେ ରିଲିଜ୍‌ ହେବ ‘ଦ କେରଳ ଷ୍ଟୋରୀ’, ସୁପ୍ରିମ୍‌କୋର୍ଟ ହଟାଇଲେ ପ୍ରତିବନ୍ଧକ

ପଶ୍ଚିମବଙ୍ଗରେ ‘ଦ କେରଳ ଷ୍ଟୋରୀ’ ରିଲିଜ୍ ହେବାର ରାସ୍ତା ସଫା ହୋଇଯାଇଛି। ସୁପ୍ରିମକୋର୍ଟ ଏହି ଫିଲ୍ମ ଉପରେ ରାଜ୍ୟ ସରକାର ଲଗାଇଥିବା ବ୍ୟାନ୍‌କୁ ଆଜି ହଟାଇ ଦେଇଛନ୍ତି।

ପଶ୍ଚିମବଙ୍ଗରେ ‘ଦ କେରଳ ଷ୍ଟୋରୀ’ ରିଲିଜ୍ ହେବାର ରାସ୍ତା ସଫା ହୋଇଯାଇଛି। ସୁପ୍ରିମକୋର୍ଟ ଏହି ଫିଲ୍ମ ଉପରେ ରାଜ୍ୟ ସରକାର ଲଗାଇଥିବା ବ୍ୟାନ୍‌କୁ ଆଜି ହଟାଇ ଦେଇଛନ୍ତି। ଅର୍ଥାତ୍ ଏବେ ଏହି ଫିଲ୍ମ ପଶ୍ଚିମବଙ୍ଗରେ ମଧ୍ୟ ରିଲିଜ୍‌ ହେବ।

ପଶ୍ଚିମବଙ୍ଗରେ ‘ଦ କେରଳ ଷ୍ଟୋରୀ’ ଉପରେ ଲଗାଯାଇଥିବା ନିଷେଧାଦେଶ ବିରୋଧରେ ନିର୍ମାତାମାନେ ଦାଖଲ କରିଥିବା ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା।

ଏହି ସମୟରେ ସିଜେଆଇ କହିଥିଲେ ଯେ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ମେ’ ୮ରେ ଫିଲ୍ମ ଉପରେ ଲଗାଯାଇଥିବା ପ୍ରତିବନ୍ଧକକୁ ଆମେ ହଟାଉଛୁ। ଏହି ପ୍ରତିବନ୍ଧକର କୌଣସି ଦୃଢ଼ ଆଧାର ନାହିଁ। ଏହା ସହିତ କୋର୍ଟ ତାମିଲନାଡ଼ୁ ସରକାରଙ୍କୁ ଫିଲ୍ମର ସ୍କ୍ରିନିଂ ଏବଂ ଫିଲ୍ମ ଦେଖୁଥିବା ଦର୍ଶକଙ୍କର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.