୨୦୨୩ର ସାଧାରଣ ବଜେଟ୍, ଉପସ୍ଥାପନ ପୂର୍ବରୁ ପୂଜାର୍ଚ୍ଚନା କଲେ ରାଷ୍ଟ୍ର ଅର୍ଥ ମନ୍ତ୍ରୀ

ନୂଆଦିଲ୍ଲୀ : ଆଜି ୨୦୨୩ର ସାଧାରଣ ବଜେଟ୍ । ଯାହା ଉପରେ ରହିଛି ଧନୀଠୁ ଗରୀବ ସମସ୍ତଙ୍କ ନଜର । ବଜେଟ ଉପସ୍ଥାପନ ପୂର୍ବରୁ ପୂଜାର୍ଚ୍ଚନା କରିଛନ୍ତି ରାଷ୍ଟ୍ର ଅର୍ଥ ମନ୍ତ୍ରୀ ଡ. ଭଗଓ୍ଵତ କିସନରାଓ କରାଡ । ଆଳତି କରି ପୂଜାର୍ଚ୍ଚନା କରିଛନ୍ତି ରାଷ୍ଟ୍ରମନ୍ତ୍ରୀ ।

ଏଥିସହିତ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସମ୍ପ୍ରତି ଅର୍ଥମନ୍ତ୍ରାଳୟରେ ପହଞ୍ଚିଛନ୍ତି। ଏହା ପରେ ଅର୍ଥମନ୍ତ୍ରୀ ରାଷ୍ଟ୍ରପତି ଭବନକୁ ଯାଇ ରାଷ୍ଟ୍ରପତିଙ୍କୁ ଭେଟିବେ। ସେ ରାଷ୍ଟ୍ରପତି ଭବନରୁ ଫେରିବା ପରେ ପୂର୍ବାହ୍ନ ୧୦ଟା ବେଳେ କ୍ୟାବିନେଟ୍‌ ବୈଠକ ବସିବ। ନିର୍ଦ୍ଧାରିତ ସମୟ ପୂର୍ବାହ୍ନ ୧୧ଟା ବେଳେ ଆଜି ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍‌ ଉପସ୍ଥାପନ କରିବେ। ଏହା ପୂର୍ବରୁ ପୂର୍ବହ୍ନ ୧୦ଟା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍‌ ବୈଠକ ବସିବ ବୋଲି ଅର୍ଥ ରାଷ୍ଟ୍ରମନ୍ତ୍ରୀ ଡକ୍ଟର୍‌ ଭାଗବତ କ୍ରିଷ୍ଣାରାଓ କରାଡ଼ ସୂଚନା ଦେଇଛନ୍ତି। ତେବେ ଏହି ବଜେଟ୍ ସବୁ ବର୍ଗର ଲୋକଙ୍କୁ ସୁହାଇବା ଭଳି ହେବ ବୋଲି ଆଶା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.