ରାଜ୍ୟର ସର୍ବ କନିଷ୍ଠ ବିଧାୟିକା, ଟିଭି ଆଙ୍କର ପରେ ଜିତିଛନ୍ତି ଏହି ବଡ଼ ପଦବୀ

ରାଜ୍ୟର ସର୍ବକନିଷ୍ଠ ବିଧାୟିକା ବେରିଲ ବନ୍ନେଇସାଙ୍ଗୀ । ଅତି କମ ବୟସରୁ ସେ ଏହି ପଦବୀ ହାସଲ କରିଥିବାରୁ ତାଙ୍କୁ ନେଇ କେବଳ ରାଜ୍ୟ ନୁହେଁ ସାରା ଦେଶ ଗର୍ବିତ । ସେ ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଏହି ମହିଳା ନେତା ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ହିଁ ସୋସିଆଲ ମିଡିଆ ମାଧ୍ୟମରେ ଲୋକଙ୍କ ଘରେ ପହଞ୍ଚି ସାରିଥିଲେ।

ମିଜୋରାମ ବିଧାନସଭା ନିର୍ବାଚନର ଫଳାଫଳ ଆସିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । କାରଣ ଏହି ନିର୍ବାଚନରେ ବିଧାୟକ ପଦ ପାଇଁ ହୋଇଥିବା ଲଢ଼େଇରେ ଯିଏ ଆସନ ହାସଲ କରିଛନ୍ତି ତାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ଏଠାକାର ମୁଖ୍ୟମନ୍ତ୍ରୀ ନିଜ ସିଟ ହରାଇଥିବା କଥା ଯେତେ ଚର୍ଚ୍ଚାରେ ନ ରହିଛି ଜଣେ ମହିଳା ବିଧାୟକ ସିଟକୁ ଜିତିବାକୁ ନେଇ ଅଧିକ ଚର୍ଚ୍ଚା ହେଉଛି । ସେ ହେଉଛନ୍ତି ରାଜ୍ୟର ସର୍ବକନିଷ୍ଠ ବିଧାୟିକା ବେରିଲ ବନ୍ନେଇସାଙ୍ଗୀ । ଅତି କମ ବୟସରୁ ସେ ଏହି ପଦବୀ ହାସଲ କରିଥିବାରୁ ତାଙ୍କୁ ନେଇ କେବଳ ରାଜ୍ୟ ନୁହେଁ ସାରା ଦେଶ ଗର୍ବିତ । ସେ ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଏହି ମହିଳା ନେତା ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ହିଁ ସୋସିଆଲ ମିଡିଆ ମାଧ୍ୟମରେ ଲୋକଙ୍କ ଘରେ ପହଞ୍ଚି ସାରିଥିଲେ। ଆମେ କହୁଛୁ ମିଜୋରାମ ବିଧାନସଭାର ସବୁଠାରୁ କନିଷ୍ଠ ୩୨ ବର୍ଷିୟା ମହିଳା ବିଧାୟିକା ବେରିଲ ବନ୍ନେଇସାଙ୍ଗୀଙ୍କ କଥା । ଯିଏ ଆଇଜୋଲ୍ ଦକ୍ଷିଣ ତୃତୀୟ ନିର୍ବାଚନମଣ୍ଡଳୀରୁ ଜେଡପିଏମ୍ ଆସନରୁ ବିଧାୟିକା ହୋଇ ରାଜ୍ୟରେ ଇତିହାସ ସୃଷ୍ଟି କରିଛନ୍ତି ।

ବନ୍ନେଇସାଙ୍ଗୀ ଶିଲଙ୍ଗର ଉତ୍ତର ପୂର୍ବାଞ୍ଚଳ ହିଲ୍ ୟୁନିଭର୍ସିଟିରୁ ଗ୍ରାଜୁଏସନ ଶେଷ କରିଛନ୍ତି । ସେ ରେଡିଓ ଜକି ଭାବେ ନିଜର କ୍ୟାରିଅର୍ ଆରମ୍ଭ କରି ପରେ ଏକ ଟିଭି ଆଙ୍କର୍ ହୋଇଥିଲେ । ମିଳିଥିବା ସୂଚନା ଅନୁଯାୟୀ ବନ୍ନେଇସାଙ୍ଗୀ ବିଧାୟିକା ହେବା ପୂର୍ବରୁ ଆଇଜୋଲ ନଗର ନିଗମରେ କାଉନସିଲର ଭାବରେ କାର୍ଯ୍ୟ କରିଥିଲେ । ତାଙ୍କ ବିରୋଧରେ କୌଣସି ଅପରାଧିକ ରେକର୍ଡ ନାହିଁ । ଏହା ସହିତ ସେ ଇନଷ୍ଟାଗ୍ରାମରେ ଖୁବ ଚର୍ଚ୍ଚାରେ ଅଛନ୍ତି । ତାଙ୍କର ୨.୫୨ ଲକ୍ଷରୁ ଅଧିକ ଫୋଲୋଅର୍ସ ଅଛନ୍ତି ।

ନୂଆ ଭାବେ ନିର୍ବାଚିତ ହୋଇଥିବା ଜେଡପିଏମ୍ ବିଧାୟିକା, ବେରିଲ ବନ୍ନେଇସାଙ୍ଗୀ ସୁବବେଳେ ଲିଙ୍ଗଗତ ସମାନତା ଏବଂ ଏହାକୁ ନେଇ କୌଣସି ବିଷୟରେ ନିଜର ସମର୍ଥନ ଜଣାଇଛନ୍ତି । ଗତ ମଙ୍ଗଳବାର ସାକ୍ଷାତକାର ସେ ଶାସନ ବ୍ୟବସ୍ଥାରେ ମହିଳାଙ୍କ ଅଧିକ ଅଂଶଗ୍ରହଣ ବିଷୟରେ ଯୁକ୍ତି କରିଥିଲେ । ବେରିଲ ବନ୍ନେଇସାଙ୍ଗୀ କହିଛନ୍ତି ଯେ ପ୍ରତ୍ୟେକ ମହିଳାଙ୍କୁ ମୁଁ ସନ୍ଦେଶ ଦେବାକୁ ଚାହୁଁଛି ଯେ ସେମାନେ ଯେ କୌଣସି ସମ୍ପ୍ରଦାୟର ହୁଅନ୍ତୁ ନା କାହିଁକି ଯଦି ସେମାନେ କିଛି କରିବାକୁ ଚାହୁଁଛନ୍ତି ସେମାନେ ନିଶ୍ଚିତ କରି ପାରିବେ । ସବୁଠାରୁ କମ ବୟସର ବିଧାୟିକା ହୋଇଥିବାରୁ ତାଙ୍କୁ ନେଇ ବର୍ତ୍ତମାନ ସମସ୍ତେ ଗର୍ବିତ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.