ଧାରା ୩୭୦ ଉଚ୍ଛେଦର ପ୍ରତିବାଦ: ପିଓକେରୁ ମାଡ଼ି ଆସୁଛନ୍ତି ଶହ ଶହ ନାଗରିକ, ଏଲ୍‌ଓସିରୁ ୭ କିଲୋମିଟର ଦୂରରୁ ଅଟକାଇଲା ପୋଲିସ୍

ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦର ପ୍ରତିବାଦ । ପାକିସ୍ତାନ ଅଧିକୃତ କଶ୍ମୀର ବା ପିଓକେରୁ ଶହ ଶହ ନାଗରିକ ଏଲ୍‌ଓସି ଅଭିମୁଖେ ଫ୍ରିଡମ୍‌ ମାର୍ଚ୍ଚ ଆରମ୍ଭ କରିଛନ୍ତି । ଜମ୍ମୁ-କଶ୍ମୀର ରାଜଧାନୀ ଶ୍ରୀନଗର ପହଞ୍ଚିବା ପାଇଁ ଏମାନେ ଲକ୍ଷ୍ୟ ରଖିଛନ୍ତି । ହେଲେ ଏଲ୍‌ଓସିରୁ ୭ କିଲୋମିଟର ଦୂରର ଏମାନଙ୍କୁ ଅଟକାଇଛି ପୋଲିସ ।

ରାଜପଥରେ ପୋଲିସ ଅଟକାଇବାରୁ ଲୋକେ ପାହାଡ ଚଢି ଏଲ୍‌ଓସି ଅଭିମୁଖେ ଆସିବାକୁ ଉଦ୍ୟମ କରିଥିଲେ । ହେଲେ ପାହାଡରେ ମଧ୍ୟ ମୁତୟନ ଥିବା ପୋଲିସ ସେମାନଙ୍କୁ ଅଟକାଇଥିଲା । ଜମ୍ମୁ-କଶ୍ମୀର ଲିବେରେସନ୍‌ ଫ୍ରଣ୍ଟ ପିଓକେରୁ କଶ୍ମୀର ଅଭିମୁଖେ ପଦଯାତ୍ରା କରିବ ବୋଲି ଘୋଷଣା କରିଥିଲା ।

ଏହାସହ ପଢନ୍ତୁ:

ଜମ୍ମୁ-କଶ୍ମୀର ପୋଲିସ ଡିଜି ଦିଲବାଗ ସିଂହଙ୍କ ଚାଞ୍ଚଲ୍ୟକର ବୟାନ, କହିଲେ ସୀମାରେ ଗୁଳି ବର୍ଷା କରି ଭାରତରେ ଅନୁପ୍ରବେଶ ପାଇଁ ଯୋଜନା କରୁଛି ପାକିସ୍ତାନ

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.