ଜମ୍ମୁ-କଶ୍ମୀର ବାରମୁଲାରେ ସେନାକୁ ବଡ଼ ସଫଳତା, ଏନକାଉଣ୍ଟରରେ ଟଳିଲେ ୩ ପାକିସ୍ତାନୀ ଆତଙ୍କବାଦୀ

ଜମ୍ମୁ-କଶ୍ମୀର ବାରମୁଲାରେ ସେନାକୁ ବଡ଼ ସଫଳତା । ଏନକାଉଣ୍ଟରରେ ଟଳିଲେ ୩ ପାକିସ୍ତାନୀ ଆତଙ୍କବାଦୀ । ଆଜି ସକାଳେ ବରମୁଲାର କ୍ରିରି ଅଞ୍ଚଳରେ ଥିବା ନଜିଭଟ ଛକ ନିକଟରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏଥିରେ ସେନା ଗୁଳିରେ ୩ ଜଣଙ୍କ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ଗୁଳି ବିନିମୟରେ ଜଣେ ପୁଲିସ କର୍ମୀ ମଧ୍ୟ ସହିଦ ହୋଇଥିବା ସୂଚନା ମିଳିଛି । ଏନକାଉଣ୍ଟର ପରେ ମୃତ ଆତଙ୍କବାଦୀଙ୍କ ନିକଟରୁ ବିପୁଳ ପରିମାଣର ଗୁଳିଗୋଳା ଜବତ ହୋଇଛି । ଏବେବି ପୂରା ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି।