ଡାକ୍ତରଙ୍କ କ୍ୱାର୍ଟର ପରିସରକୁ ପଶି ଆସିଲା ବାଘ, ସିସିଟିଭିରେ କଏଦ ହେଲା ଭିଜୁଆଲ୍

କର୍ଣ୍ଣାଟକ: ମେଡିକାଲ କଲେଜ ପରିସରରେ ବାଘ। ଡାକ୍ତରଙ୍କ କ୍ୱାଟର ପରିସରକୁ ପଶି ଆସିଲା କଲରାପତରିଆ ବାଘ। କର୍ଣ୍ଣାଟକର ଚାମରାନଗର ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସରେ ଡାକ୍ତରଙ୍କ ପାଇଁ ନିର୍ମିତ କ୍ୱାର୍ଟରରେ ଏକ କଲରା ପତରିଆ ବାଘ ବୁଲିଥିବାର ଦେଖିବାକୁ ମିଳିଛି।

ଏହାର ଭିଜୁଆଲ୍‌ ସିସିଟିଭିରେ କଏଦ ହୋଇଛି। ଏହାର ଦୃଶ୍ୟ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ବାଘଟି ଅତି ଆରମ୍‌ରେ କ୍ୱାର୍ଟର ପରିସରରେ ବୁଲୁଛି। ରାତି ସମୟ ଥିବାରୁ ସବୁ କ୍ୱାଟର କବାଟ ବନ୍ଦ ଥିଲା। ତେଣୁ ବାଘଟି ଆରାମରେ କ୍ୱାର୍ଟର ବୁଲି ଫେରିଯାଇଥିଲା। ଜଣେ ଫରେଷ୍ଟ ଅଫିସର ଏହାର ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

video courtesy: The News Minute

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.