ଭ୍ରମଣପ୍ରିୟ ଲୋକଙ୍କୁ ଖୁସି କଲେ ସରକାର; ‘ଦେଖୋ ଅପନା ଦେଶ’ ଯୋଜନାରେ ପର୍ଯ୍ୟଟକଙ୍କୁ ଏତେ ଅଧିକ ରିହାତି

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ନରେନ୍ଦ୍ର ମୋଦି ସରକାରର ଦ୍ୱିତୀୟ କାର୍ଯ୍ୟକାଳର ଶେଷ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପିତ କରିଛନ୍ତି। ଏହି ବଜେଟ୍‌ରେ ଅର୍ଥମନ୍ତ୍ରୀ ବିଭିନ୍ନ କ୍ଷେତ୍ର ପାଇଁ ଅନେକ ଘୋଷଣା କରିଛନ୍ତି।

୧ ଘଣ୍ଟା ୨୯ ମିନିଟ୍‌ ପର୍ଯ୍ୟନ୍ତ ଚାଲିଥିବା ବଜେଟ୍‌ ଅଭିଭାଷଣରେ ନିର୍ମଳା ସୀତାରମଣ କହିଥିଲେ ଯେ ସରକାର ‘ଦେଖୋ ଅପନା ଦେଶ’ ଯୋଜନାର ଉଦ୍ଦେଶ୍ୟକୁ ପୂରା କରିବା ପାଇଁ ପର୍ଯ୍ୟଟନ ଏବଂ କୌଶଳ ବିକାଶ ଓ ଉଦ୍ଦ୍ୟୋଗ ମଧ୍ୟରେ ସମନ୍ଵୟ ସୃଷ୍ଟି କରିବେ।

ଏହି ଯୋଜନା ଅଧୀନରେ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ଦେଶରେ ପାଖାପାଖି ୫୦ ପର୍ଯ୍ୟଟନସ୍ଥଳୀକୁ ପ୍ରୋତ୍ସାହନ ଦିଆଯିବ। ‘ଦେଖୋ ଅପନା ଦେଶ’ ଯୋଜନା ଅଧୀନରେ ପର୍ଯ୍ୟଟକମାନଙ୍କୁ ହୋଟେଲର ଭଡ଼ା, ଯାତ୍ରା ଏବଂ ପ୍ରବେଶ ଶୁଳ୍କରେ ରିହାତି ମିଳିବ। ଏହା ବ୍ୟତୀତ ଯେଉଁମାନେ ପ୍ରାୟ ଦୂର ପର୍ଯ୍ୟଟନସ୍ଥଳୀକୁ ଯାତ୍ରା କରନ୍ତି, ସେମାନଙ୍କୁ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯିବ।

ଅର୍ଥମନ୍ତ୍ରୀ କହିଥିଲେ କି, ଥିମ୍‌ ଆଧାରିତ ପର୍ଯ୍ୟଟନ କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ପାଇଁ ‘ସ୍ୱଦେଶ ଦର୍ଶନ ଯୋଜନା’ ଆରମ୍ଭ କରାଯାଇଥିଲା। ଏହା ବ୍ୟତୀତ ସେ ଆହୁରି କହିଥିଲେ ଯେ ‘ଭାଇବ୍ରେଣ୍ଟ ଭିଲେଜ୍‌ ପ୍ରୋଗ୍ରାମ’ ଅଧୀନରେ ସୀମାବର୍ତ୍ତୀ ଗାଁଗୁଡ଼ିକରେ ପର୍ଯ୍ୟଟନ ଭିତ୍ତିଭୂମି ଏବଂ ସୁବିଧାଗୁଡ଼ିକୁ ସୁଗମ କରାଯିବ।

‘ଦେଖୋ ଅପନା ଦେଶ’ ସ୍କିମ୍‌ କ’ଣ?

ଦେଶ ଭିତରେ ନାଗରିକମାନଙ୍କୁ ବୁଲିବା ପାଇଁ ପ୍ରୋତ୍ସାହିତ କରିବା ତଥା ଘରୋଇ ପର୍ଯ୍ୟଟନ କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ପାଇଁ ପର୍ଯ୍ୟଟନ ମନ୍ତ୍ରାଳୟ ୨୦୨୦ରେ ଏହି ଯୋଜନା ଆରମ୍ଭ କରିଥିଲା।

୫୦ ଏୟାରପୋର୍ଟ ଖୋଲିବ:

କେନ୍ଦ୍ର ସରକାର ଘୋଷଣା କରିଛନ୍ତି ଯେ ଦେଶରେ ୫୦ଟି ନୂଆ ବିମାନବନ୍ଦର ଖୋଲିବ। ଅର୍ଥମନ୍ତ୍ରୀ ବଜେଟ୍‌ ଉପସ୍ଥାପିତ କରି କହିଥିଲେ, ଦେଶରେ ୫୦ଟି ଅତିରିକ୍ତ ବିମାନବନ୍ଦର ଓ ହେଲିପୋର୍ଟ ନିର୍ମାଣ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.