ଅନିଶ୍ଚିତ କାଳ ପାଇଁ ଏହି ଦେଶରେ ସସପେଣ୍ଡ ହେଲା ଟ୍ୱିଟର, କିଛି ଦିନ ତଳେ ହିଁ ହଟାଇଥିଲା ରାଷ୍ଟ୍ରପତିଙ୍କ ଟ୍ୱିଟ୍

ନାଇଜେରିଆରେ ସସପେଣ୍ଡ ହେଲା ଟ୍ୱିଟର। ନାଇଜେରିଆ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଏହି ପ୍ଲାଟଫର୍ମକୁ ଦେଶର କର୍ପୋରେଟର ଅସ୍ତିତ୍ବକୁ କମ୍ କରିବାକୁ ବ୍ୟବହାର କରାଯାଉଛି। ଏଣୁ ଦେଶରେ ଟ୍ୱିଟରକୁ ଅନିଶ୍ଚିତ କାଳ ପାଇଁ ସସପେଣ୍ଡ କରିଦିଆଯାଇଛି। ଏନେଇ ସୂଚନା ଦେଇଛନ୍ତି ନାଇଜେରିଆର ସୂଚନା ମନ୍ତ୍ରାଳୟ।

ଦୁଇ ଦିନ ପୂର୍ବରୁ ଟ୍ୱିଟର ନିୟମ ଉଲ୍ଲଂଘନ ଅଭିଯୋଗରେ ନାଇଜେରିଆର ରାଷ୍ଟ୍ରପତି ମୁହମ୍ମଦୁ ବୁହାରୀଙ୍କର ଏକ ଟ୍ୱିଟ ଡିଲିଟ୍ କରିଥିଲା। ଶୁକ୍ରବାର ବୟାନ ଜାରି କରିବା ପରେ ବି ଟ୍ୱିଟର ନାଇଜେରିଆରେ କାମ କରୁଥିଲା। ମାତ୍ର ପରେ ଏହାକୁ ବନ୍ଦ କରାଯାଇଛି।

ସୂଚନାଯୋଗ୍ୟ ଯେ ନାଇଜେରିଆର ରାଷ୍ଟ୍ରପତି ମୁହମ୍ମଦୁ ବୁହାରୀଙ୍କ ଆକାଉଣ୍ଟରୁ ମଙ୍ଗଳବାର ଏକ ବିବାଦୀୟ ଟ୍ୱିଟ କରାଯାଇଥିଲା। ଏହି ଟ୍ୱିଟ ସିଭିଲ ୱାରକୁ ନେଇ କରାଯାଇଥିଲା। ଏଥିରେ ଦକ୍ଷିଣ-ପୂର୍ବରେ ହୋଇଥିବା ହିଂସା କଥା ଉଲ୍ଲେଖ ଥିଲା। ପରେ ଟ୍ୱିଟର ଏହାକୁ ହଟାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.