ପୁଣି ଡରାଇଲାଣି କରୋନା, ଚୀନରେ ଓମିକ୍ରନ୍ର ଦୁଇ ନୂଆ ସବ୍‌-ଭାରିଆଣ୍ଟ ଚିହ୍ନଟ

ନୂଆଦିଲ୍ଲୀ : ପୁଣି ଡରାଇଲାଣି କରୋନା । ଚୀନରେ ଓମିକ୍ରନ୍ର ଦୁଇ ନୂଆ ସବ୍‌-ଭାରିଆଣ୍ଟ ଚିହ୍ନଟ ହୋଇଛି । ଏହି ଦୁଇ ନୂଆ ଭାରିଆଣ୍ଟ ହେଉଛି BF-7 ଏବଂ BA 5.1.7 । ଓମିକ୍ରନ୍ର ଏହି ଦୁଇ ନୂଆ ସବ୍‌-ଭାରିଆଣ୍ଟ ଅଧିକ ସଂକ୍ରାମକ ଏବଂ ଦ୍ରୁତ ଗତିରେ ବ୍ୟାପୁଛି । ଚୀନର ସାଓଗୁଆଁ ସହରରେ BA 5.1.7 ଭାରିଆଣ୍ଟ ଚିହ୍ନଟ ହୋଇଛି ।

ସେହିପରି ସାଓଗୁଆଁ ଏବଂ ୟାନ୍ତାଇ ସହରରେ BF-7 ଭାରିଆଣ୍ଟ ଚିହ୍ନଟ ହୋଇଛି । ଓମିକ୍ରନର ମାରାତ୍ମକ ସବ୍‌ଭାରିଆଣ୍ଟ BF-7 କୁ ପୂର୍ବରୁ ଅତ୍ୟଧିକ ସଂକ୍ରାମକ ବୋଲି ଘୋଷଣା କରିଥିଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ । ଏବେ ଏହାକୁ ନେଇ ଚେତାବନୀ ଜାରି କରିଛି WHO ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.