ତୃତୀୟ ଦିନିକିଆରେ ଭାରତର ଦମ୍ଦାର ବିଜୟ, ୭ ୱିକେଟରେ ଜିତିଲା ଟିମ୍

ତୃତୀୟ ଦିନିକିଆରେ ଭାରତର ଦମ୍ଦାର ବିଜୟ। ୭ ୱିକେଟରେ ଜିତିଲା ଭାରତ । ସହଜରେ ୧୦୦ରନ୍ର ଟାର୍ଗେଟ ହାସଲ କଲା ଟିମ୍ ଇଣ୍ଡିଆ। ଦ.ଆଫ୍ରିକା ୯୯ ରନ୍ କରି ଆଲ୍ ଆଉଟ୍ ହୋଇଥିଲା। ନୂଆ ଦିଲ୍ଲୀରେ ଖେଳାଯାଇଥିଲା ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ମୁକାବିଲା । ପ୍ରଥମେ ଟସ ଜିତି ଭାରତ ଫିଲ୍ଡି ନିଷ୍ପତ୍ତି ନେଇଥିଲା । ୨୭.୧ ଓଭରରେ ମାତ୍ର ରନ ୯୯ରନ କରି ଅଲଆଉଟ୍ ହୋଇଥିଲେ ଦକ୍ଷିଣ ଆଫ୍ରିକୀୟ ଖେଳାଳି । ଦଳର ତାରକା ବ୍ୟାଟର କ୍ୱିଣ୍ଟନ ଡି କକ୍ କିଛି ଖାସ କରିସ୍ମା ଦେଖାଇ ପାରିନଥିଲେ । ତାଙ୍କୁ ପାଭିଲିଅନ ପାଠାଇଥିଲେ ଓ୍ଵାସିଂଟନ ସୁନ୍ଦର । ସର୍ବର୍ାଧିକ ୩୪ ରନ କରି ଶେହବାଜଙ୍କ ଶିକାର ହୋଇଥିଲେ କ୍ଲାସନ୍ । କ୍ୟାପଟେନ୍ ଡେଭିଡ ମିଲର ମଧ୍ୟ ମାତ୍ର ୭ରନ କରି ଆଉଟ୍ ହୋଇଥିଲେ । ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ମ୍ୟାଚ ହାରିବା ପରେ ରାଞ୍ଚିରେ ଭାରତୀୟ ଦଳ କରିଖିଲା ସଫଳ ପ୍ରତ୍ୟାବର୍ତ୍ତନ। ଏବେ ଦିଲ୍ଲୀରେ ବିଜୟ ସହ ଭାରତ ୨-୧ରେ ସିରିଜ ଜିତି ନେଇଛି।