Below header

ଜମ୍ମୁକଶ୍ମୀର କୁଲଗାମ ଜିଲ୍ଲାର ଚିଙ୍ଗମ ଅଞ୍ଚଳରେ ଏନ୍‌କାଉଣ୍ଟର, ଦୁଇ ଆତଙ୍କବାଦୀ ସଫା

ଜମ୍ମୁକଶ୍ମୀର: ଜମ୍ମୁକଶ୍ମୀରରେ ଏନ୍‌କାଉଣ୍ଟର । କୁଲଗାମ ଜିଲ୍ଲାର ଚିଙ୍ଗମ ଅଞ୍ଚଳରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଏଥିରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଏବେ ବି ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି ।

ଏହି ଅଞ୍ଚଳରେ ଦୁଇରୁ ତିନି ଜଣ ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳିଥିଲା । ଏହା ପରେ ପୋଲିସ ଓ ସୁରକ୍ଷାକର୍ମୀ ମିଳିତ ଭାବେ ଅପରେସନ୍‌ ଆରମ୍ଭ କରିଥିଲେ । ସଂପୃକ୍ତ ଅଞ୍ଚଳକୁ ୪ ପଟୁ ଘେରା ଯାଇଥିଲା । ଗୁଳି ବିନିମୟରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.