ଭୟଙ୍କର ସଡକ ଦୁର୍ଘଟଣାରେ ଚାଲିଗଲା ୫ ଶ୍ରଦ୍ଧାଳୁଙ୍କ ଜୀବନ, ୪ ଗୁରୁତର

ରାଜସ୍ଥାନର ଯୋଧପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ୫ ଶ୍ରଦ୍ଧାଳୁଙ୍କ ଜୀବନ । ଏହାସହିତ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ରାଜସ୍ଥାନ ଯୋଧପୁରର ପାଲି ଜିଲ୍ଲାର ରୋହଟ ଥାନା ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ଶ୍ରଦ୍ଧାଳୁମାନେ ଚାଲିଚାଲି ରାମଦେବରା ଯାଉଥିଲେ । ଏହି ସମୟରେ ଏକ ଟ୍ରକ୍ ସେମାନଙ୍କୁ ଚାପି ଦେଇଥିଲା । ଘଟଣାସ୍ଥଳରେ ହିଁ ୫ ଜଣ ପ୍ରାଣ ହରାଇଥିଲେ । ଆହତ ମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ପୋଲିସର ସୂଚନା ଅନୁସାରେ, ପାଲି ଜିଲ୍ଲାର ରୋହଟ୍ ଥାନା ଅଞ୍ଚଳରେ ଏଭଳି ଅଘଟଣ ଘଟିଛି। ରାତି ପ୍ରାୟ ୧ଟା ବେଳେ ଶ୍ରଦ୍ଧାଳୁଙ୍କ ଉପରେ ଟ୍ରାକ୍ ମାଡି ଯାଇଥିଲା । ଶ୍ରଦ୍ଧାଳୁମାନେ ରାମଦେବରା ଯାଉଥିଲେ । ଘଟଣାସ୍ଥଳରେ ୫ ଜଣ ଜୀବନ ହାରିଥିବା ବେଳେ ଅନ୍ୟ ୬ ଜଣ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ଦୁର୍ଘଟଣା ଖବର ପାଇବା ପରେ ରୋହଟ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଆହତଙ୍କୁ ହସ୍ପିଟାଲ ପଠାଇଥିଲା । କିଛି ଗୁରୁତରଙ୍କୁ ଯୋଧପୁର ପଠାଯାଇଛି । ରାତିରେ ହିଁ ମୃତକଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା । ଦୁର୍ଘଟଣା ସମୟରେ ଘଟଣାସ୍ଥଳରେ ଆତଙ୍କ ଖେଳିଯାଇଥିଲା। ପୋଲିସ ପହଞ୍ଚିବା ବେଳକୁ ଗାଡି ଚାଳକ ଫେରାର ହୋଇଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.