ଆମେରିକା ସେନାର ବ୍ଲାକ୍‌ ହକ୍‌ ହେଲିକପ୍ଟର କ୍ରାସ୍‌, ୩ ନ୍ୟାସନାଲ ଗାର୍ଡ ପାଇଲଟଙ୍କ ମୃତ୍ୟୁ

ଆମେରିକାରେ ଏକ ଦୁର୍ଘଟଣା ଘଟିଛି। ଇହାଦୋରେ ଆମେରିକା ସେନାର ବ୍ଲାକ୍‌ ହକ୍‌ ହେଲିକପ୍ଟର କ୍ରାସ୍‌ ହୋଇଛି। ସୂଚନା ମୁତାବକ, ଏହି ବ୍ଲାକ୍‌ ହକ୍‌ ହେଲିକପ୍ଟରରେ ତିନି ଜଣ ନ୍ୟାସନାଲ ଗାର୍ଡ ପାଇଲଟ୍‌ ଥିଲେ। ଘଟଣାସ୍ଥଳରେ ସମସ୍ତଙ୍କର ମୃତ୍ୟୁ ଘଟିଛି। କୁହାଯାଉଛି ଯେ ଏହି ୩ ପାଇଲଟ୍‌ଙ୍କ ମଧ୍ୟରେ ଦୁଇ ଜଣ ସିନିୟର ପାଇଲଟ୍‌ ଥିଲେ। ସେମାନେ ଦୀର୍ଘ ୧୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଦେଶ ସେବାରେ ନିୟୋଜିତ ଥିଲେ।

ରିପୋର୍ଟ ମୁତାବକ, ଏହି ଦୁର୍ଘଟଣା ଟ୍ରେନିଂ ବେଳେ ହୋଇଛି। ତେବେ ପାଗ ଖରାପ ଥିବାରୁ ଦୁର୍ଘଟଣାସ୍ଥଳରେ ଠିକ୍‌ ଭାବେ ଅପରେସନ୍‌ ଚାଲିପାରୁନାହିଁ। ଅନ୍ୟପଟେ କେଉଁ କାରଣରୁ ଏହି ଦୁର୍ଘଟଣା ହୋଇଛି, ତାହାର କାରଣ ଏବେ ଯାଏଁ ଜଣାପଡ଼ି ନାହିଁ। ବର୍ତ୍ତମାନ ଅଧିକାରୀ ଏହି ମାମଲାର ତଦନ୍ତ କରୁଛନ୍ତି।

ସୂଚନାଯୋଗ୍ୟ ଯେ, ଗତ ବର୍ଷ ଡିସେମ୍ବରରେ ଠିକ୍‌ ଏଭଳି ଏକ ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ତିନି ଜଣ ନ୍ୟାସନାଲ ଗାର୍ଡ ସୈନିକଙ୍କ ମୃତ୍ୟୁ ହୋଇଥିଲା। ପ୍ରକାଶ ଯେ, ବ୍ଲାକ୍‌ ହକ୍‌ ହେଲିକପ୍ଟର ସାହାଯ୍ୟରେ ହିଁ ଆମେରିକା ଅଲ୍‌କାଏଦାର ମୁଖ୍ୟ ଓସାମା ବିନ୍‌ ଲାଦେନ୍‌ଙ୍କୁ ମାରିବାରେ ସକ୍ଷମ ହୋଇଥିଲା।

Leave A Reply

Your email address will not be published.