ରୁଷ-ୟୁକ୍ରେନ ଯୁଦ୍ଧ : ୟୁକ୍ରେନ ଗଲେ ଆମେରିକାର ପ୍ରଥମ ମହିଳା ଜିଲ ବାଇଡେନ

ନୂଆଦିଲ୍ଲୀ : ୟୁକ୍ରେନ୍‌ରେ ଆମେରିକାର ଫାଷ୍ଟ୍‍ ଲେଡି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ପତ୍ନୀ ଜିଲ୍‌ ବାଇଡେନ୍‌ଙ୍କ ଅଚାନକ ୟୁକ୍ରେନ୍‌ ଗସ୍ତ। ବିନା ଘୋଷଣାରେ ୟୁକ୍ରେନ୍‌ରେ ପହଞ୍ଚିଛନ୍ତି ଜିଲ୍‌ ବାଇଡେନ୍‌ । ସ୍ଲୋଭାକିଆର ଏକ ବର୍ଡର ଗାଁରୁ ୧୦ ମିନିଟ୍‌ ଡ୍ରାଇଭ୍‌ ପରେ ପଶ୍ଚିମ ୟୁକ୍ରେନ୍‌ର ଉଝୋରୋଦ୍‌ରେ ପହଞ୍ଚିଥିଲେ ଜିଲ୍‌ ବାଇଡେନ୍‌ । ବିଶ୍ୱ ମାତୃ ଦିବସରେ ୟୁକ୍ରେନ୍‌ ଆସିବାକୁ ଚାହିଁଥିଲେ ବୋଲି ଜିଲ୍‌ ବାଇଡେନ୍‌ କହିଛନ୍ତି ।

ଉଝୋରୋଦ୍‌ରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍‌ସ୍କିଙ୍କ ପତ୍ନୀ ଓଲେନା ଜେଲେନ୍‌ସ୍କିଙ୍କ ସହ ଜିଲ୍‌ ବାଇଡେନ୍‌ଙ୍କୁ ଦେଖିବାକୁ ମିଳିଛି । ସେମାନେ ଏକ ସ୍କୁଲ ପରିଦର୍ଶନ କରିଛନ୍ତି । ଏହି ସ୍କୁଲରେ ସ୍ଥାନାନ୍ତର ହୋଇଥିବା ଲୋକେ ଆଶ୍ରୟ ନେଇଛନ୍ତି। ଜୋ ବାଇଡେନ୍‌ଙ୍କ ୟୁକ୍ରେନ୍‌ ଗସ୍ତ ବାତିଲ୍‌ ହୋଇଥିବା ବେଳେ ଜିଲ୍‌ ବାଇଡେନ୍‌ ଅଚାନକ ଗସ୍ତ କରିଛନ୍ତି। ଓଲୋନା ଜେଲେନସ୍କିଙ୍କୁ ଭେଟିବା ପରେ ସେଠାରେ ଥିବା ସାଧାରଣ ନାଗରିକ ଓ କୁନି କୁନି ପିଲାଙ୍କ ସହ ଆଲଚୋନା କରି ସେମାନଙ୍କ ସମସ୍ୟା ଶୁଣିଛନ୍ତି ଜିଲ ବାଇଡେନ । ମୋଟାମୋଟି ୟୁକ୍ରେନରେ ୨ ଘଣ୍ଟା ରହିବା ପରେ ସେ ଫେରିଯାଇଛନ୍ତି ।

ତେବେ ଆଜି ରୁଷିଆ ବିଜୟ ଦିବସ ପାଳନ କରୁଥିବା ବେଳେ ରବିବାର ଦୁଇ ରାଷ୍ଟ୍ର ମୁଖ୍ୟଙ୍କ ପତ୍ନୀଙ୍କ ଭେଟ ହେବା ପୁଟିନଙ୍କ ଏକ ବଡ ବାର୍ତ୍ତା ଦେଉଛି । ୟୁକ୍ରେନର ଖରାପ ସମୟରେ ୟୁକ୍ରେନ ସହ ଆମେରିକା ଥିବା ନେଇ ପୁଟିନଙ୍କୁ ବାର୍ତା ଦେବାକୁ ଉଦ୍ୟମ କରିଛି ହ୍ୱାଇଟ ହାଉସ । ଜିଲ୍‌ ବାଇଡେନ୍‌ଙ୍କ ପୂର୍ବରୁ ଆମେରିକା ସଂସଦର ବାଚସ୍ପତି ନାନ୍‌ସି ପେଲୋସୀ, ପ୍ରତିରକ୍ଷା ସଚିବ ଅଷ୍ଟିନ୍‌ ଲଏଡ୍‌ ଓ ବୈଦେଶିକ ସଚିବ ଆଣ୍ଟୋନୀ ବ୍ଲିଙ୍କେନ୍‌ ୟୁକ୍ରେନ୍‌ ଗସ୍ତ କରିଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.