ବିଏମ୍‌ଡବ୍ଲ୍ୟୁ ଉପରେ ପଡ଼ିଲା ପଡ଼ୋଶୀ ଘରର ଧୂଳି, ତ ରାସ୍ତାରେ ହାଇଡ୍ରାମା; ଅନ୍ତଃବସ୍ତ୍ରରେ ଝଗଡ଼ା, ପିଟାପିଟି ଆରମ୍ଭ କରି ଦେଲେ ଡିଏସ୍‌ପି

ମଧ୍ୟ ପ୍ରଦେଶର ଇନ୍ଦୋରରୁ ଜଣେ ଡିଏସପିଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ ଅନ୍ତଃବସ୍ତ୍ରରେ ହିଁ ନିଜ ପଡ଼ୋଶୀଙ୍କ ସହିତ ଝଗଡ଼ା କରୁଥିବା ଦେଖା ଯାଉଛନ୍ତି। ଖବରରୁ ଜଣାପଡ଼ିଛି କି, ଡିଏସ୍‌ପିଙ୍କ ବିଏମ୍‌ଡବ୍ଲ୍ୟୁ କାରରେ ପଡ଼ୋଶୀଙ୍କ ଘରୁ ଧୂଳି ପଡ଼ିଥିଲା, ଯାହାକୁ ନେଇ ସେ ଏକଦମ୍‌ ରାଗି ଯାଇଥିଲେ। ଏହି କାରଣରୁ ସେ ପ୍ରଥମେ ପଡୋଶୀଙ୍କ ସହିତ ଝଗଡ଼ା କରିବାକୁ ଚାଲି ଆସିଥିଲେ ଏବଂ ଶେଷରେ ଓଲଟା ସେହି ପଡ଼ୋଶୀଙ୍କ ବିରୋଧରେ ହିଁ ମାମଲା ଦାୟର କରିଥିଲେ। ମିଳିଥିବା ସୂଚନା ଅନୁଯାୟୀ, ଉଜ୍ଜୈନ ଲୋକାୟୁକ୍ତ ୟୁନିଟର ଡିଏସପି ବେଦାନ୍ତ ଶର୍ମାଙ୍କ ଘର ଇନ୍ଦୋରର କନାଡିଆ ଅଞ୍ଚଳରେ। ତାଙ୍କ ପଡ଼ୋଶୀ ଭାବେ ସନ୍ଦୀପ ବିଜ ରହୁଛନ୍ତି। ସନ୍ଦୀପ ବିଜ ଜଣେ ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ। ତାଙ୍କ ଘରେ ଗତ କିଛି ଦିନ ହେବ କାମ ଚାଲିଥିଲା, ଯେଉଁ କାରଣରୁ ପଡ଼ୋଶୀ ବେଦାନ୍ତ ଶର୍ମାଙ୍କ କାର ଏବଂ ଘର ଉପରେ ଧୂଳି ପଡ଼ୁଥିଲା। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା।

ତେବେ ସେଦିନର ଝଗଡ଼ା ସମୟରେ ଡିଏସପି ବେଦାନ୍ତ ଶର୍ମା ରାଗରେ ଟାୱେଲ ଗୁଡ଼େଇ ହୋଇ ଘରୁ ବାହାରି ଆସିଥିଲେ ଏବଂ ପଡୋଶୀଙ୍କ ସହିତ ଝଗଡ଼ା ଆରମ୍ଭ କରି ଦେଇଥିଲେ। ଏପରି କି, ସେ ପଡ଼ୋଶୀଙ୍କୁ ପିଟାପିଟି ମଧ୍ୟ କରିଥିଲେ। ଅବଶ୍ୟ ପଡୋଶୀ ବି ଏହି ସମୟରେ ଡିଏସପିଙ୍କୁ ଦୁଇ ଚାରିଥର ମୁଥ ମାରିଥିଲେ। ଠିକ୍‌ ଏତିକି ବେଳେ ଡିଏସପିଙ୍କ ଟାୱେଲ ଖୋଲି ଯାଇଥିଲା, ତ ସେ ଅନ୍ତଃବସ୍ତ୍ରରେ ନଜର ଆସିଥିଲେ। ଏହାର କିଛି ସମୟ ପରେ ସେ ଟାୱେଲ ପୁଣି ଗୁଡ଼େଇ ଯେତେବେଳେ ଲାଠି ଆଣିବାକୁ ଘର ଭିତରକୁ ଯାଇଥିଲେ, ତ ଏପଟେ ପଡ଼ୋଶୀ ନିଜକୁ ବଞ୍ଚାଇବା ପାଇଁ ସେଠାରୁ ଫେରାର ହୋଇ ଯାଇଥିଲେ। ଯେତେବେଳେ ଡିଏସପି ବାଡ଼ି ଧରି ପହଞ୍ଚିଥିଲେ, ତ ପଡ଼ୋଶୀ କେଉଁଠି ବି ଦେଖା ଯାଇ ନ ଥିଲେ। ଫଳରେ ସେ ନିଜ ଘରକୁ ଫେରିଥିଲେ।

ଏହି ଘଟଣାରେ କ୍ରୋଧିତ ଡିଏସପି ଓଲଟା ନିଜ ପଡୋଶୀଙ୍କ ବିରୋଧରେ ମାମଲା ଦାୟର କରିଥିଲେ। ଡିଏସପି ଏବଂ ତାଙ୍କ ପଡ଼ୋଶୀଙ୍କ ମଧ୍ୟରେ ହୋଇଥିବା ଝଗଡ଼ାର ଭିଡିଓ ଏବେ ସାମ୍ନାକୁ ଆସିଛି। କନାଡିଆ ଥାନା ଅଧିକାରୀ ଜଗଦୀଶ ପ୍ରସାଦ ଜାମରେ କହିଛନ୍ତି ଯେ ଡିଏସପି ବେଦାନ୍ତ ଶର୍ମାଙ୍କ ଅଭିଯୋଗକୁ ଭିତ୍ତି କରି ତାଙ୍କ ପଡ଼ୋଶୀ ସନ୍ଦୀପ ବିଜଙ୍କ ବିରୋଧରେ ଆଇପିସି ଧାରା ୨୯୪ (ଗାଳିଗୁଲଜ), ୩୨୩ (ମାରପିଟ) ଓ ୫୦୬ (ଅପରାଧିକ ଧମକ) ଅନୁଯାୟୀ ମାମଲା ରୁଜୁ ହୋଇଛି। ତେବେ ଡିଏସପିଙ୍କ ବିରୋଧରେ ସନ୍ଦୀପ ବିଜଙ୍କ ପକ୍ଷରୁ ଥାନାରେ କୌଣସି ଏତଲା ଦିଆଯାଇ ନାହିଁ।