କାହିଁକି ତାଲିବାନକୁ ସମର୍ଥନ କରୁଛି ଚୀନ୍, ଏହା ଭାରତ ପାଇଁ ବିପଦ ସୃଷ୍ଟି କରୁନାହିଁ ତ !

ନୂଆଦିଲ୍ଲୀ : ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ପ୍ରତ୍ୟାହାର ପରେ ସେଠାରେ ବର୍ତ୍ତମାନ ତାଲିବାନ ସରକାର ଗଠନ କରିଛି । ତେବେ ତାଲିବାନକୁ ଚୀନ ଓ ପାକିସ୍ତାନ ଉଭୟ ରାଷ୍ଟ୍ର ସମର୍ଥନ ଦେଇ ଆସୁଥିବା କୁହାଯାଉଛି । ଜଣାପଡ଼ିଛି ଯେ, ଏହି ସମର୍ଥନ ପଛରେ ଚୀନର କିଛି ମନ୍ଦ ଉଦ୍ଦେଶ୍ୟ ରହିଛି, ଯାହାକି ଭାରତ ପାଇଁ ବିପଦ ସୃଷ୍ଟି କରିପାରେ। ଗତ ୨୦୧୯ ମସିହାରେ ଚୀନ ତାଲିବାର ନିକଟତର ହେବା ପରେ ମୁଲ୍ଲା ଅବଦୁଲ ଗନି ବରାଦର ଚୀନ୍ ଗସ୍ତ କରିଥିଲେ । ସେ ସମୟରେ ତାଲିବାନ ଓ ଚୀନ ମିଳିତ ଭାବେ ଆମେରିକା ସହ ଶାନ୍ତି ବଜାୟ ରଖିବା ନେଇ ଆଲୋଚନା କରିଥିବା ଶୁଣାଯାଉଛି ।

କିଛି ବିଶେଷଜ୍ଞଙ୍କ ମତରେ, ଉଭୟ ତାଲିବାନ ଓ ଚୀନ ପରସ୍ପର ପ୍ରତି ନିର୍ଭରଶୀଳ । ଆଫଗାନିସ୍ତାନରେ ୧ ଟ୍ରିଲିୟନ ଡଲାରରର ବହୁମୂଲ୍ୟ ଖଣିଜ ଭଣ୍ଡାର ରହିଥିବା ଅନୁମାନ କରାଯାଉଛି । ଉଚ୍ଚତମ ଆବଡ଼ା ଖାବଡ଼ା ପାହାଡ଼ଗୁଡ଼ିକରୁ ଖଣିଜ ସମ୍ପଦ ଉତ୍ତୋଳନ କରିବାର ଟେକନିକ ଚୀନକୁ ଜଣାଅଛି । ତେଣୁ ଚୀନ ସହାୟତାରେ ଏହି ସମ୍ପଦକୁ ବାହାର କରି ରାଜସ୍ୱ ଅର୍ଜନ କରିବା ତାଲିବାନ ଲକ୍ଷ୍ୟ ରଖିଛି । କାରଣ ନିଜର ସରକାରକୁ ଚଳାଇବା ସକାଶେ ତାଲିବାକୁ ରାଜସ୍ୱର ଆବଶ୍ୟକତା ରହିଛି ।

ଆମେରିକା ସୈନ୍ୟ ଆଫଗାନିସ୍ତାନରେ ଥିବାବେଳେ ଚୀନ ବାଧ୍ୟ ହୋଇ ନିରବ ରହୁଥିଲା । ଫଳରେ ଭାରତ ଆଫଗାନିସ୍ତାନରେ ନିବେଶ କରିପାରୁଥିଲା । ମାତ୍ର ଏବେ ପରିସ୍ଥିତି ଭିନ୍ନ ଥିବାରୁ ପାକିସ୍ତାନ ଓ ଚୀନ ଆଫଗାନିସ୍ତାନରୁ ଫାଇଦା ଉଠାଇବାକୁ ଚେଷ୍ଟା କରୁଛନ୍ତି । ଯଦି ଚୀନ ଓ ପାକ୍ ତାଲିବାନ ସହ ମିଶି ଜମ୍ମୁ-କଶ୍ମୀରରେ ହସ୍ତକ୍ଷେପ କରିବାକୁ ଚେଷ୍ଟା କରନ୍ତି, ତେବେ ତାହା ଭାରତର ସୁରକ୍ଷା ପ୍ରତି ବିପଦ ସାଜିବ । ତେଣୁ ଏ କ୍ଷେତ୍ରରେ ଭାରତ ସୁଚିନ୍ତିତ ରଣନୀତି ଆପଣାଇବା ଦରକାର ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.