ଓମିକ୍ରନ୍‌ ଭ୍ୟାରିଏଣ୍ଟ ବିରୋଧରେ କାମ କରିବ ତ କୋଭିସିଲ୍ଡ ଓ କୋଭାକ୍ସିନ୍‌! ଜାଣନ୍ତୁ କ’ଣ କହିଲା ICMR

ଦକ୍ଷିଣ ଆଫ୍ରିକାରେ କରୋନା ଭାଇରସ୍‌ର ପୁଣି ଏକ ନୂଆ ଭ୍ୟାରିଏଣ୍ଟ ସାମ୍ନାକୁ ଆସିଛି। ଏହି ଭ୍ୟାରିଏଣ୍ଟ ପୂର୍ବ ସବୁ ଭ୍ୟାରିଏଣ୍ଟ ତୁଳନାରେ ଅଧିକ ବିପଦପୂର୍ଣ୍ଣ ବୋଲି ଏକ୍ସପର୍ଟମାନେ ପୂର୍ବରୁ କହିସାରିଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ମଧ୍ୟ ଏହି ନୂଆ ଭ୍ୟାରିଏଣ୍ଟ ଓମିକ୍ରନ୍‌ର ଭୟାବହତା ବିଷୟରେ ସୂଚନା ଦିଆଯାଇଛି। ଏକ୍ସପର୍ଟମାନେ କହୁଛନ୍ତି ଯେ କରୋନାର ଏହି ନୂଆ ଭ୍ୟାରିଏଣ୍ଟ ଖୁବ୍‌ ଦ୍ରୁତ ଗତିରେ ବ୍ୟାପିବ ଓ ପୂର୍ବ ତୁଳନାରେ ଏହା ଅଧିକ ଭୟଙ୍କର ହେବ। ମଣିଷ ଶରୀରରେ ଏହି ଭାଇରସ୍‌ କ’ଣ ଯେ କ୍ଷତି କରିବ ତାହା ଏବେ ଠୁ କହିବା ବି ଅସମ୍ଭବ। କିନ୍ତୁ ଏହା ଅଧିକ ବିପଦପୂର୍ଣ୍ଣ ବୋଲି ସ୍ପଷ୍ଟ କରିଛନ୍ତି ଏକ୍ସପର୍ଟ।

ତେବେ ଇତି ମଧ୍ୟରେ ପ୍ରଶ୍ନ ଆସୁଛି ଯେ ଆମେ ପୂର୍ବରୁ ନେଇଥିବା ଟିକା ଏହି ଭ୍ୟାରିଏଣ୍ଟକୁ କେମିତି ସାମ୍ନା କରିବ। ଓମିକ୍ରନ୍‌କୁ କ’ଣ ମାତ୍‌ ଦେଇପାରିବ ସ୍ୱଦେଶୀ ଟିକା କୋଭାକ୍ସିନ୍‌ ଓ କୋଭିସିଲ୍ଡ? ଏନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଆସୁଛି। ତେବେ ନିକଟରେ ଏକ୍ସପର୍ଟ ଏହାର ଖୁଲାସା କରିଛନ୍ତି। ଏକ୍ସପର୍ଟମାନେ କହିଛନ୍ତି, କୋଭିସିଲ୍ଡ ଓ କୋଭାକ୍ସିନ୍‌ କରୋନାର ଏହି ନୂଆ ଭ୍ୟାରିଏଣ୍ଟ ଓମିକ୍ରନ୍‌ ବିରୋଧରେ କେମିତି କାମ ଦେବ।

ଏକ୍ସପର୍ଟଙ୍କ କହିବାନୁସାରେ, ଏହି ଭାଇରସ୍‌ ଅନ୍ୟ ଭ୍ୟାରିଏଣ୍ଟ ଡେଲ୍ଟା ଓ ଡେଲ୍ଟା ପ୍ଲସ୍‌ ତୁଳନାରେ ଅଧିକ ସଂକ୍ରମକ ଓ ବିପଦପୂର୍ଣ୍ଣ ହେବ। ଆଇସିଏମ୍‌ଆରର ମହାମାରୀ ବିଜ୍ଞାନ ଓ ସଞ୍ଚାର ରୋଗ ବିଭାଗର ମୁଖ୍ୟ ଡା.ସମୀରନ୍‌ ପଣ୍ଡା କହିଛନ୍ତି, କରୋନା ଭାଇରସ୍‌ ବିରୋଧରେ ଟିକା କେତେ ପ୍ରଭାବଶାଳୀ ହେବ, ତାହା ଏବେ କହିବା କଷ୍ଟକର।

ସମୀରନ୍‌ କହିଛନ୍ତି, ଏମ୍‌ଆର୍‌ଏନ୍‌ଏ ଟିକା ସ୍ପାଇକ୍‌ ପ୍ରୋଟିନ୍‌ ଓ ରିସେପ୍ଟର ଇଣ୍ଟରାକ୍ସନ୍‌ରେ ତିଆରି ହୋଇଛି। ଏହି ଟିକା ସେତେବେଳର କରୋନା ଭ୍ୟାରିଏଣ୍ଟକୁ ଦେଖି ନିର୍ମାଣ କରାଯାଇଥିଲା। କିନ୍ତୁ ଓମିକ୍ରନ୍‌ ଏକ ନୂଆ ଭ୍ୟାରିଏଣ୍ଟ। ଏଣୁ ଏବେ ଏନେଇ କିଛି କହିବା ମୁସ୍କିଲ। ଏହି ଭ୍ୟାରିଏଣ୍ଟକୁ ମାତ୍‌ ଦେବାରେ କୋଭିସିଲ୍ଡ ଓ କୋଭାକ୍ସିନ୍‌ କେତେ ପ୍ରତିଶତ କାମ କରିବ ତାହା ଏବେ ଠୁ କହି ହେବ ନାହିଁ ବୋଲି ଆଇସିଏମ୍‌ଆର ପକ୍ଷରୁ କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.