ଆସିବ କି ନୂଆ ମହାମାରୀ?, ବାର୍ଡ ଫ୍ଲୁରେ ୬ଟି ଦେଶରେ ମଣିଷ ସଂକ୍ରମିତ, ସତର୍କ କରାଇଲା WHO

ବାର୍ଡ ଫ୍ଲୁ ମଣିଷଙ୍କ ଭିତରେ ସୃଷ୍ଟି କରିବ କି ମହାମାରୀ। ବଢିଛି ଏ ଆଶଙ୍କା। ସଜାଗ ରହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ଓ ଡବ୍ଲୁଏଚ୍ଓ। ୧୯୯୦ ଦଶକରୁ ବାର୍ଡ ଫ୍ଲୁ ରହିଛି। ଚିନ୍ତାର କାରଣ, ଏଭିଅନ ଇନ୍ଫ୍ଲୁଏନ୍ଜା H5N1 ତା ରୂପ ବଦଳାଉଛି। ନୂଆ ରୂପ ପକ୍ଷୀଙ୍କ ସହ ସ୍ତନ୍ୟପାୟୀଙ୍କୁ ସଂକ୍ରମିତ କଲାଣି।

ନୂଆଦିଲ୍ଲୀ : ବାର୍ଡ ଫ୍ଲୁ ମଣିଷଙ୍କ ଭିତରେ ସୃଷ୍ଟି କରିବ କି ମହାମାରୀ। ବଢିଛି ଏ ଆଶଙ୍କା। ସଜାଗ ରହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ଓ ଡବ୍ଲୁଏଚ୍ଓ। ୧୯୯୦ ଦଶକରୁ ବାର୍ଡ ଫ୍ଲୁ ରହିଛି। କିନ୍ତୁ ମଣିଷ ସଂକ୍ରମିତ ହେବା ଖୁବ୍ ବିରଳ। ଚିନ୍ତାର କାରଣ, ଏଭିଅନ ଇନ୍ଫ୍ଲୁଏନ୍ଜା H5N1 ତା ରୂପ ବଦଳାଉଛି। ନୂଆ ରୂପ ପକ୍ଷୀଙ୍କ ସହ ସ୍ତନ୍ୟପାୟୀଙ୍କୁ ସଂକ୍ରମିତ କଲାଣି। ଗତ କିଛି ସପ୍ତାହ ମଧ୍ୟରେ ଏପରି ସଂକ୍ରମଣ ସାମ୍ନାକୁ ଆସିଛି। ତେଣୁ ଏଭିଅନ ଇନ୍ଫ୍ଲୁଏନ୍ଜାର କେଉଁ ରୂପ ମଣିଷକୁ ମାଡିବସି ମହାମାରୀ ରୂପ ନେବ କହି ହେବ ନାହିଁ।

ଚିନ୍ତାର କାରଣ, ଏଭିଅନ ଇନ୍ଫ୍ଲୁଏନ୍ଜା ତା ରୂପ ବଦଳାଉଛି। ନୂଆ ରୂପ ପକ୍ଷୀଙ୍କ ସହ ସ୍ତନ୍ୟପାୟୀଙ୍କୁ ସଂକ୍ରମିତ କଲାଣି। ଗତ କିଛି ସପ୍ତାହ ମଧ୍ୟରେ ଏପରି ସଂକ୍ରମଣ ସାମ୍ନାକୁ ଆସିଛି। ତେଣୁ ଏଭିଅନ ଇନ୍ଫ୍ଲୁଏନ୍ଜାର କେଉଁ ରୂପ ମଣିଷକୁ ମାଡିବସି ମହାମାରୀ ରୂପ ନେବ କହି ହେବ ନାହିଁ।

ବିଶ୍ୱରେ ଏବେ ସୁଦ୍ଧା ୬ଟି ଦେଶରେ ମଣିଷ ସଂକ୍ରମିତ ହୋଇଥିବା ଜଣା ପଡିଛି। ସେଥିରୁ ଅଧିକାଂଶ ଲକ୍ଷଣବିହୀନ। କେବଳ ଚୀନରେ ଜଣେ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ଯେତେ ବ୍ୟକ୍ତି ସଂକ୍ରମତି ହୋଇଛନ୍ତି ସେମାନେ ପକ୍ଷୀମାନଙ୍କ ସହ ସିଧା ସମ୍ପର୍କରେ ଆସିଥିଲେ। ଗବେଷକ କହୁଛନ୍ତି, ସ୍ତନ୍ୟପାୟୀଙ୍କ ଭିତରେ ଏଭିଆନ ଇନ୍ଫ୍ଲୁଏନ୍ଜା ପଶିଲେ ମଧ୍ୟ ଶୀଘ୍ର ବ୍ୟାପେ ନାହିଁ। କିନ୍ତୁ ଭାଇରସ ବାରମ୍ବାର ରୂପ ବଦଳାଉଛି। ତେଣୁ ଭବିଷ୍ୟତ ଆକଳନ କରି ହେବ ନାହିଁ। ଭାଇରସର କେଉଁ ରୂପ, ମଣିଷ ଦେହରେ ବସା ବାନ୍ଧି ରହିଯିବ, ତାହା କହି ହେବ ନାହିଁ।।

ବର୍ତ୍ତମାନର ବାର୍ଡ ଫ୍ଲୁକୁ ନେଇ ଲାଗି ରହିଛି ଅନିଶ୍ଚିତତା। ଏବେ ବଡ଼ ପ୍ରଶ୍ନ, ଏଭିଏନ୍ ଇନ୍ଫ୍ଲୁଏନ୍ଜା ମହାମାରୀ ରୂର ନେବ କି। ଯହି ମହାମାରୀ ହୁଏ ତେବେ ତାର ମୁକାବିଲା ପାଇଁ ବିଶ୍ୱ ପ୍ରସ୍ତୁତ କି। ୧୯୯୦ରୁ ବାର୍ଡ ଫ୍ଲୁ ଉପରେ ନଜର ରଖିଛନ୍ତି ଗବେଷକ। ବର୍ତ୍ତମାନ ସଂକ୍ରମଣର କାରଣ, ଏଭିଆନ ଇନ୍ଫ୍ଲୁଏନ୍ଜା A(H5N1) 2.2.4.4B ଷ୍ଟ୍ରେନ୍ । ୨୦୨୦ରେ ଏହା ପ୍ରଥମେ ଠାବ ହୋଇଥିଲା।

ବିଦେଶୀ ପକ୍ଷୀଙ୍କ ଜରିଆରେ ଆଫ୍ରିକା, ଏସିଆ ଓ ୟୁରୋପକୁ ବ୍ୟାପୀଥିଲା। ୨୦୨୧ରେ ଏହା ଛୁଇଁଥିଲା ଉତ୍ତର ଆମେରିକା। ଆମେରିକା କୃଷି ବିଭାଗର ସୂଚନା, ୪୭ ରାଜ୍ୟର ୫ କୋଟି ୮୦ଲକ୍ଷ ପକ୍ଷୀ ସଂକ୍ରମିତ ହୋଇ ସାରିଛନ୍ତି। ଗତ ସପ୍ତାହରେ ହିଁ ୬୨୦୦ ପକ୍ଷୀ ସଂକ୍ରମିତ ହୋଇଛନ୍ତି। ସହଜରେ ପକ୍ଷୀ ସଂକ୍ରମିତ ହେଉଛନ୍ତି ଏବଂ ଶୀଘ୍ର ମରୁଛନ୍ତି। କୋକିଶିଆଳି, ରକୁନ, ଭାଲୁ, ପାହାଡ଼ି ସିଂହ ଏବଂ ଡଲଫିନ ମଧ୍ୟ ସଂକ୍ରମିତ ହୋଇଥିବା ଜଣା ପଡିଛି।

ସବୁଠାରୁ ବଡ଼ ଆଶଙ୍କାର କାରଣ ସ୍ପେନିସ୍ ମିଙ୍କ୍ ସଂକ୍ରମିତ ହେବା। ସଂକ୍ରମଣ ବିଢିବା ଆଶଙ୍କାରେ ୫୧ ହଜାର ମିଙ୍କ୍ ମାରି ଦିଆଗଲା। ପକ୍ଷୀଙ୍କ ତୁଳାନାରେ, ମିଙ୍କ୍ ଙ୍କ ଶ୍ୱାସତନ୍ତ୍ର ମଣିଷର ଶ୍ୱାସତନ୍ତ୍ର ସହ କିଛି ସାମଞ୍ଜସ୍ୟ ରହିଛି। ତେଣୁ ଗବେଷକଙ୍କ ପାଇଁ ସତର୍କ ଘଣ୍ଟି। ପ୍ରଶ୍ନ ଉଠୁଛି ମଣିଷମାନଙ୍କ ପାଖରେ ଶୀଘ୍ର ସଂକ୍ରମଣ ବ୍ୟାପିବନି ତ। ଅନିଶ୍ଚିତ ଭିତରେ ଭବିଷ୍ୟତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.