ବିବାହର ୭ ବର୍ଷ ପରେ ଏକାସାଙ୍ଗେ ମିଳିଥିଲା ୫ଟି ସନ୍ତାନର ସୁଖ, କିନ୍ତୁ ୧୦ ମିନିଟ୍‌ରେ ହିଁ ଚାଲିଗଲା ସମସ୍ତଙ୍କ ଜୀବନ

ରାଜସ୍ଥାନ: ରାଜସ୍ଥାନରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାକାର କରୋଲରେ ଜଣେ ୨୨ ବର୍ଷର ମହିଳା ଏକାସାଙ୍ଗେ ୫ଟି ପିଲା ଜନ୍ମ କରିଥିଲେ। କିନ୍ତୁ ଦୁଃଖର କଥା ହେଉଛି ସମସ୍ତ ୫ ଜଣ ଯାକଙ୍କ ମୃତ୍ୟୁ ଘଟିଛି। ଜନ୍ମ ବେଳଠାରୁ ହିଁ ପିଲାଙ୍କ ଅବସ୍ଥା ଗୁରୁତର ଥିଲା। ଜନ୍ମ ପରଠାରୁ ହିଁ ଶିଶୁଙ୍କ ଅବସ୍ଥା ଗୁରୁତର ଥିଲା। ଜୟପୁର ଆଣିବା ବେଳେ ୨ପୁଅ ଓ ୨ ଝିଅଙ୍କ ମୃତ୍ୟୁ ହୋଇଥିଲା। ସେହିପରି ଜୟପୁର ପହଞ୍ଚିବା ପରେ ହସ୍ପିଟାଲରେ ଆଉ ଏକ ଝିଅ ଶେଷ ନିଃଶ୍ୱାସ ତ୍ୟାଗ କରିଛି।

ରିପୋର୍ଟ ମୁତାବକ, ସ୍ଥାନୀୟ ମାସଲପୁର ଅଞ୍ଚଳର ପିପରାନୀ ଗାଁ ନିବାସୀ ଅଶକ ଅଲ୍ଲୀଙ୍କ ପତ୍ନୀ ରେଶମା (୨୫) ବିବାହର ୭ ବର୍ଷ ପରେ ମା’ ହୋଇଥିଲେ। ରେଶମା ଏକ ପ୍ରାଇଭେର୍ଟ ହସ୍ପିଟାଲରେ ଏକାସାଙ୍ଗେ ୫ଟି ପିଲା ଜନ୍ମ ଦେଇଥିଲେ। ସେଥିରୁ ୨ଟି ପୁଅ ଓ ୩ଟି ଝିଅ ଥିଲେ। ଜନ୍ମ ବେଳେ ପିଲାମାନେ ଦୁର୍ବଳ ଥିଲେ। ନବଜାତକଙ୍କ ଓଜନ ୩୦୦ରୁ ୬୦୦ ଗ୍ରାମ୍‌ ଥିଲା।

ଡାକ୍ତର ସେମାନଙ୍କୁ ଜୟପୁର ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ। କିନ୍ତୁ ରାସ୍ତାରେ ହିଁ ୪ ଜଣଙ୍କର ମୃତ୍ୟୁ ଘଟିଥିଲା। ପରେ ହସ୍ପିଟାଲରେ ଆଉ ଜଣଙ୍କ ନିଧନ ହୋଇଥିଲା। ତେବେ ଏହି ଘଟଣା ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Also Read: ଏହି କାରଣରୁ ଇନ୍‌ଷ୍ଟାଗ୍ରାମ୍‌ ପୋଷ୍ଟ ଡିଲିଟ୍‌ କରିଥିଲେ ଅଦ୍‌ନାନ୍‌ ସାମି, ଭିଡିଓ ସେୟାର କରି ଦେଲେ ସୂଚନା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.