ଫୁଡ ଡେଲିଭରି କମ୍ପାନୀ Zomato କୁ ଲାଗିଲା ଝଟକା, ସହ-ପ୍ରତିଷ୍ଠାତା ଗୁଂଜନ ପାଟିଦାର ଦେଲେ ଇସ୍ତଫା

ନୂଆଦିଲ୍ଲୀ : ଅନଲାଇନ ଫୁଡ ଡେଲିଭରି ପ୍ଲାଟଫର୍ମ ଜୋମାଟୋ(Zomato) ର କୋ-ଫାଉଣ୍ଡର ବା ସହ –ପ୍ରତିଷ୍ଠାତା ତଥା ଚିଫ୍‌ ଟେକ୍‌ନୋଲୋଜି ଅଫିସର ଗୁଂଜନ ପାଟିଦାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ଏହା ପୂର୍ବରୁ ଜମାଟୋର ସହ ସଂସ୍ଥାପକ ଥିବା ମୋହିତ ଗୁପ୍ତା ମଧ୍ୟ କମ୍ପାନୀରୁ ଇସ୍ତଫା ଦେଇଥିଲେ । ତେବେ ଗୁଂଜନ ପାଟିଦାର କ’ଣ ପାଇଁ ଇସ୍ତଫା ଦେଲେ ତା’ର କାରଣ ଜଣାପଡିନାହିଁ ।

ଜୋମାଟୋର ନିର୍ମାଣରେ ତାଙ୍କର ଥିଲା ଅମୂଲ୍ୟ ଯୋଗଦାନ

ଗୁଂଜନ ପାଟିଦାର ଜୋମାଟୋର ପ୍ରଥମ କର୍ମଚାରୀଙ୍କ ଭିତରୁ ଜଣେ କର୍ମଚାରୀ ଥିଲେ । ସେ କମ୍ପାନୀ ପାଇଁ କୋଟ ଟେକ୍‌ ସିଷ୍ଟମ ନିର୍ମାଣ କରିଥିଲେ । ଗତ ୧୦ ରୁ ଅଧିକ ବର୍ଷ ଭିତରେ ସେ କମ୍ପାନୀର ଟେକ୍‌ ଲିଡରସିପକୁ ଠିଆ କରାଇଥିଲେ । ଯାହାଫଳରେ କମ୍ପାନୀ ଆଗକୁ ଯିବାରେ ସକ୍ଷମ ହୋଇଥିଲା । ଜୋମାଟୋର ନିର୍ମାଣରେ ତାଙ୍କର ବଡ଼ ଯୋଗଦାନ ରହିଥିଲା ।

ଏହା ପୂର୍ବରୁ ଗତ ବର୍ଷ ନଭେମ୍ବରରେ କମ୍ପାନୀର ଆଉ ଜଣେ କୋ ଫାଉଣ୍ଡର ମୋହିତ ଗୁପ୍ତା ମଧ୍ୟ ଇସ୍ତଫା ଦେଇଥିଲେ । ମୋହିତ ଗୁପ୍ତା ସାଢ଼େ ଚାରି ବର୍ଷ କମ୍ପାନୀରେ କାମ କରିଥିଲେ । ଗତ ବର୍ଷ ଜୋମାଟୋର ଆଉ କିଛି ଉଚ୍ଚ ପଦସ୍ଥ ଅଫିସର ମଧ୍ୟ ଇସ୍ତଫା ଦେଇଥିଲେ । ଯାହାକି କମ୍ପାନୀ ଉପରେ ପ୍ରଭାବ ପକାଇବ ବୋଲି କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.