ବ୍ରାଉନସୁଗାର ବେପାରୀ ରାଜାର ବିଦେଶ ଲିଙ୍କ୍, ଦେଶ ବାହାରକୁ ଯିବ କ୍ରାଇମବ୍ରାଞ୍ଚ ଏସଟିଏଫ

ଭୁବନେଶ୍ବର(କେନ୍ୟୁଜ୍): ଖୋଲିଲା ଡ୍ରଗ୍ସ ମାଫିଆ ଏସ୍‌. କେ. ରାଜାର ବିଦେଶ ଚୋରା ବେପାର। ବ୍ରାଉନସୁଗାର ବେପାରର ଚେର ଖୋଜିବାକୁ ଦେଶ ବାହାରକୁ ଯିବ କ୍ରାଇମବ୍ରାଞ୍ଚ ଏସଟିଏଫ। ବାଂଲାଦେଶ ଓ ଭୁଟାନ ଯାଇ ଛାନଭିନ କରିବ ଏସଟିଏଫ ଟିମ୍‌। ସେପଟେ ଡ୍ରଗ୍ସ ମାଫିଆ ଏସ୍‌. କେ. ରାଜାର କଳା ସାମ୍ରାଜ୍ୟ ମାଟିରେ ମିଶାଇବାକୁ ବି ପ୍ରକ୍ରିୟା ଆରମ୍ଭ ହୋଇଛି। ବ୍ୟାଜ୍ୟାପ୍ତି ହେବ ବ୍ରାଉନ୍‌ ସୁଗାର ବେପାରୀର ସମ୍ପତି । ଏନେଇ ପଦକ୍ଷେପ ନେବା ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍‌। କୋଲକାତା ସ୍ଥିତ ଅଧୀକୃତ ଅଫିସକୁ ଚିଠି ଲେଖିଛି ଏସଟିଏଫ୍‌। ବର୍ତ୍ତମାନ ସୁଦ୍ଧା ୨କୋଟି ଟଙ୍କାର ସଂପତି ଜବତ ହୋଇଛି। ଏହା ମଧ୍ୟରେ ୩ଟି ଦାମୀ କାର, ବାଇକ, ଫିସିଂ ଟ୍ରଲର, ବାଲେଶ୍ୱର ତେଲେଙ୍ଗା ସାହିରେ କୋଟିଏ ଟଙ୍କାର ଫ୍ଲାଟ, ଅରଡ଼ବଜାରରେ ୬୦ ଲକ୍ଷଟଙ୍କାର ୩ମହଲା କୋଠା ରହିଛି। ଆଉ କେଉଁଠି ସବୁ ତାର ସମ୍ପତ୍ତି ରହିିଛି, ସେନେଇ ଖୋଳତାଡ ବି ଚାଲିଥିବା ଏସଟିଏଫ୍‌ ଅଧିକାରୀ ସୂଚନା ଦେଇଛନ୍ତି। ଏସ୍‌. କେ. ରାଜା ଆନ୍ତଃରାଜ୍ୟ ବ୍ରାଉନ ସୁଗାର କିଙ୍ଗପିନ୍‌ । ସେ ବାଂଲାଦେଶ, ନେପାଳରୁ ପଶ୍ଚିମବଙ୍ଗ ଦେଇ ବାଲେଶ୍ୱର ଆଣୁଥିଲା ଧଳା ଜହର। ଏଠାରେ ରାଜ୍ୟର ବିଭିନ୍ନ ସ୍ଥାନକୁ ଚାଲାଣ କରୁଥିଲା। ତାକୁ ରିମାଣ୍ଡରେ ନେଇ ତାର ବ୍ରାଉନ ସୁଗାର ନେଟଓ୍ଵାର୍କ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି ଏସ୍‌ଟିଏଫ୍‌।

Leave A Reply

Your email address will not be published.